Breaking

STAY HOME SAVE LIVES...

STAY HOME SAVE LIVES...

Wednesday, December 5, 2018

Social Studies Pedagogy 40 Important Probable MCQs For OTET 2018

Social Studies Pedagogy 40 Important Probable MCQs

Otet pedagogy
Otet Pedagogy


Social Studies Pedagogy(1-40)


1) ଭୂଗୋଳ ଶିକ୍ଷାଦାନରେ ଶୈକ୍ଷିକ ତ୍ରୁଟି ଜାଣିବା ନିମନ୍ତେ କେଉଁ ପ୍ରକାର ମୂଲ୍ୟାୟନ କରାଯାଇଥାଏ ?
=> ସ୍ଥାନୀକରଣ
=> ଗଠନମୂଳକ
=> ନଇଦାନିକ..
=> ସମଷ୍ଟିଗତ
2) କେଉଁଟି ସାମାଜିକ ବିଜ୍ଞାନ ଶିକ୍ଷାଦାନର ଏକ ଉଦ୍ଦେଶ୍ୟ ନୁହେଁ ?
=> ଶିକ୍ଷାର୍ଥୀମାନେ କେବଳ ବୈଜ୍ଞାନିକ ଧାରାକୁ ଅନୁଶୀଳନ କରିବେ..
=> ଭୌଗଳିକ ଭାଷା ଓ ପରିଭାଷା ବିଷୟରେ ଶିକ୍ଷାର୍ଥୀମାନେ ଜାଣିବେ
=> ଅର୍ଥନୈତିକ କ୍ଷେତ୍ରରେ ବିଭିନ୍ନ ଦେଶ କିପରି ନିର୍ଭରଶୀଳ ଶିକ୍ଷାର୍ଥୀମାନେ ଅବଗତ ହେବେ
=> ପରିବର୍ତ୍ତିତ ପରିବେଶରେ ଶିକ୍ଷାର୍ଥୀମାନେ ସମୟୋଜିତ ହେବାର ଉପାୟ ଅବଲମ୍ବନ କରିବେ
3) ବ୍ରିଟାନିକା ଭାଷାକୋଷ ଅନୁଯାୟୀ କେଉଁ ବିଷୟଟି ସାମାଜିକ ବିଜ୍ଞାନର ପରିସର ଭୁକ୍ତ ନୁହେଁ ?
=> ଅର୍ଥଶାସ୍ତ୍ର
=> ଭୂଗୋଳ
=> ରାଜନୀତି ବିଜ୍ଞାନ
=> ପଶୁ ମନୋବିଜ୍ଞାନ..
4) ସାମାଜିକ ବିଜ୍ଞାନ ପାଠର ବୋଧ-ଉଦ୍ଦେଶ୍ୟ ସହିତ କେଉଁଟି ସମ୍ପୃକ୍ତ ନୁହେଁ ?
=> ପରିବେଶ ପରିବର୍ତ୍ତନର କାରଣ ଦର୍ଶାଇବା
=> ଅର୍ଥନୀତି ଓ ଦେଶର ପ୍ରଗତି ମଧ୍ୟରେ ସମ୍ପର୍କ ନିର୍ଣ୍ଣୟ କରିବା
=> ବିଭିନ୍ନ ଐତିହାସିକ ସ୍ଥାନକୁ ମାନଚିତ୍ରରେ ଦର୍ଶାଇବା..
=> ବିଭିନ୍ନ ଅଂଚଳର ଗମନାଗମନ କ୍ଷେତ୍ରରେ ପାର୍ଥକ୍ୟ ଦର୍ଶାଇବା ?
5) ପ୍ରକଳ୍ପ ପଦ୍ଧତି କେଉଁ ଶିକ୍ଷାବିତଙ୍କର ପ୍ରଗତିବାଦୀ ଚିନ୍ତାଧାରା ଉପରେ ପର୍ଯ୍ୟବେସିତ ?
=> ଜନ୍ ଆଡାମ
=> ଜନ୍ ଡିୱେ..
=> ପ୍ଲାଟୋ
=> ରୁଶୋ




6) କେଉଁଟି ଚିନ୍ତା ଓ ପ୍ରତ୍ୟାଶା ମୂଳକ ପ୍ରଶ୍ନ ଅଟେ ?
=> ଅଶୋକ କେବେ ସିଂହାସନ ଆରୋହଣ କରିଥିଲେ
=> କଳିଙ୍ଗ ଯୁଦ୍ଧର ବିଭୀଷିକା ଅଶୋକଙ୍କ ମନରେ କି ପ୍ରଭାବ ପକାଇଥିଲା ?..
=> କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା
=> ବୌଦ୍ଧଧର୍ମର ପ୍ରସାର ପାଇଁ ଅଶୋକ କ'ଣ କରିଥିଲେ ?
7) କେଉଁଟି ବିଷୟ ଭିତ୍ତିକ ଜ୍ଞାନକୁ ବର୍ଦ୍ଧିତ କରିବା ଦିଗରେ ବ୍ୟବହାର କରାଯାଏ ?
=> ସହାୟକ ପୁସ୍ତିକା
=> ପାଠ୍ୟ ପୁସ୍ତକ
=> ତଥ୍ୟ ପୁସ୍ତକ..
=> ଅଭ୍ୟାସ ପୁସ୍ତିକା
8) ଦ୍ବୀ-ମାତ୍ରିକ ବ୍ଲୁ -ପ୍ରିଣ୍ଟର ପରିସର ଦୁଇଟି କ'ଣ ?
=> ପ୍ରଶ୍ନ ଓ ଉଦ୍ଦେଶ୍ୟ
=> ଉଦ୍ଦେଶ୍ୟ ଓ ବିଷୟବସ୍ତୁ..
=> ବିଷୟବସ୍ତୁ ଓ କଠିନସ୍ତର
=> ବିକଳ୍ପ ଓ ଉଦ୍ଦେଶ୍ୟ
9) ଶିକ୍ଷକ ଓଡ଼ିଶାର ଜନସଂଖ୍ୟା ସମ୍ବନ୍ଧରେ ପଢ଼ାଇବା ପାଇଁ ଶ୍ରେଣୀରେ ଏକ ମାନଚିତ୍ର ବ୍ୟବହାର କଲେ | ଏହି ମନଚିତ୍ରଟି କେଉଁ ପ୍ରକାରର ?
=> ପ୍ରାକୃତିକ
=> ତଥ୍ୟଭିତ୍ତିକ..
=> ଭୁ-ସଂସ୍ଥାନୀୟ
=> ପ୍ରଶାସନିକ
10) ''ପ୍ରକଳ୍ପ ପ୍ରଣାଳୀ କିଏ ପ୍ରବର୍ତ୍ତନ କରିଥିଲେ ?
=> ୱାଟସନ୍
=> ଷ୍ଟିଭେନ୍ସନ୍
=> ଜନ୍ ଡ୍ୟୁଇ..
=> ମଣ୍ଟେସରି
11) କିଏ ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ଅଟେ ?
=> ପାଠ୍ୟପୁସ୍ତକ
=> ଶିକ୍ଷକ
=> ଶିକ୍ଷାର୍ଥୀ..
=> ପାଠ୍ୟଖସଡ଼ା
12) ଭୂଗୋଳ ଶିକ୍ଷାର କେଉଁ ପଦ୍ଧତିରେ ଏକ ସମୟରେ ଓ ଏକ ସ୍ଥାନରେ ବହୁ ଶିକ୍ଷାର୍ଥୀ ଅର୍ଥ ଓ ସମୟ ଅପଚୟ ନ କରି ଶିକ୍ଷା ଲାଭ କରିଥାନ୍ତି ?
=> ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ
=> ପରୋକ୍ଷ ପର୍ଯ୍ୟବେକ୍ଷଣ..
=> କ୍ଷେତ୍ରଭ୍ରମଣ
=> ପ୍ରକଳ୍ପ ପଦ୍ଧତି
13)" ଉଦ୍ଦେଶ୍ୟଜ୍ଞାପନ " ଭୂଗୋଳ ପାଠ ଯୋଜନାର କେଉଁ ସୋପାନର ଅନ୍ତର୍ଭୁକ୍ତ ?
=> ଉପକ୍ରମ..
=> ଉପସ୍ଥାପନା
=> ସିଦ୍ଧାନ୍ତିକରଣ
=> ପ୍ରୟୋଗ
14) ଭୂଗୋଳ ଶିକ୍ଷାଦାନର କେଉଁ ପଦ୍ଧତି ମୁଖ୍ୟତଃ ଶିକ୍ଷାର୍ଥୀ କୈନ୍ଦ୍ରିକ ?
=> ଆଲୋଚନା
=> ଵ୍ୟାଖ୍ୟାନ
=> ପ୍ରକଳ୍ପ..
=> ବର୍ଣ୍ଣନା
15) "ଶିକ୍ଷଣ କାର୍ଯ୍ୟ ଶିକ୍ଷାର୍ଥୀର ଆଗ୍ରହ ଓ ଅଭିରୁଚି ତଥା ମାନସିକ ଓ ବୌଦ୍ଧିକ ସ୍ତର ଅନୁଯାୟୀ ହୋଇଥିଲେ ତା ପାଇଁ ଗ୍ରହଣଯୋଗ୍ୟ ହୋଇଥାଏ |" ଶିକ୍ଷଣ କାର୍ଯ୍ୟର ମୁଖ୍ୟତଃ କେଉଁ ଉପାଦାନ ଏହା ଉପରେ କେନ୍ଦ୍ରିତ ହୋଇଥାଏ ?
=> ଜ୍ଞାନ ସଂଗଠନ
=> ଅଭିଜ୍ଞତା
=> ଆହ୍ୱାନମୂଳକ..
=> ଉଦ୍ଦେଶ୍ୟ
16) ଜାତୀୟ ପାଠ୍ୟକ୍ରମ 2005 ଅନୁସାରେ ଆମ ରାଜ୍ୟର ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ କେଉଁ ବିଷୟଟିର ନାମକରଣରେ ପରିବର୍ତନ କରାଯାଇଅଛି ?
=> ନଗର ବିଜ୍ଞାନ..
=> ଇତିହାସ
=> ଅର୍ଥନୀତି
=> ଭୂଗୋଳ
17) ନିମ୍ନୋକ୍ତ ମଧ୍ୟରୁ କେଉଁଟି ସାଦୃଶ୍ୟ ପ୍ରକାର ପ୍ରଶ୍ନର ଉଦାହରଣ ?
=> ଓଡିଶା : ଓଡ଼ିଆ : : କେରଳ : _______ |..
=> ଓଡ଼ିଶାର ଦୀର୍ଘତମ ନଦୀର ନାମ _____ ଅଟେ |
=> ଓଡ଼ିଶାର ରାଜଧାନୀର ନାମ ____ |
=> ମାନଚିତ୍ରରେ ଦିଲ୍ଲୀ ଓ କୋଲକାତା ଚି଼ହ୍ନଟ କର |
18) ଶୈକ୍ଷିକ ଉଦ୍ଦେଶ୍ୟର ବର୍ଗୀକରଣ ଦ୍ୱାରା କେଉଁ କାର୍ଯ୍ୟଟି ନିର୍ଦେଶୀତ ହେଉନାହିଁ ?
=> ବିଦ୍ୟାଳୟମାନଙ୍କର ଭିତ୍ତିଭୂମିର ବିକାଶ..
=> ପାଠ୍ୟକ୍ରମ ପ୍ରସ୍ତୁତି
=> ଶିକ୍ଷଣ ଅନୁଭୂତିର ମୂଲ୍ୟାୟନ
=> ଶିକ୍ଷଣ-ଶିକ୍ଷାର୍ଥୀ ଭାବି ବିନିମୟ
19) "କ୍ଷେତ୍ରଭ୍ରମଣ" ପଦ୍ଧତିର କିଏ ସୂତ୍ରପାତ କରିଥିଲେ ?
=> ରେଇନ୍..
=> କିଲପାଟ୍ରିକ୍
=> ଷ୍ଟିଭେନ୍ସନ୍
=> ପାର୍କର
20) ଇତିହାସ ଶିକ୍ଷାଦାନର ଉଦ୍ଦେଶ୍ୟ ନିରୁପଣ ପାଇଁ କେଉଁ ଉତ୍ସଟିକୁ ଉପଯୁକ୍ତ ବୋଲି ବିଚାର କରାଯାଏ ନାହିଁ ?
=> ଅଭିଭାବକମାନଙ୍କର ସାମାଜିକ ସ୍ଥିତି..
=> ସାଂସ୍କୃତିକ ଐତିହ୍ୟ
=> ବିଷୟର ସ୍ୱରୂପ
=> କେଉଁଟି ନୁହଁ
21) ପ୍ରତିକାର ଶିକ୍ଷାଦାନ ଦ୍ୱାରା କେଉଁ ବର୍ଗର ଶିକ୍ଷାର୍ଥୀମାନେ ସର୍ବାଧିକ ଉପକୃତ ହୋଇଥାନ୍ତି ?
=> ଜିଜ୍ଞାସୁ
=> ଶୈକ୍ଷିକ ଅନଗ୍ରସର..
=> ସାଧାରଣ
=> ମେଧାବୀ
22) ଇତିହାସ ଶିକ୍ଷାଦାନରେ କାର୍ଯ୍ୟଭିତ୍ତିକ ପଦ୍ଧତି ଅଧିକ ଉପଯୋଗୀ କାହିଁକି ?
=> ଶିକ୍ଷାର୍ଥୀମାନେ ପରୋକ୍ଷ ଭାବରେ କାର୍ଯ୍ୟ ପର୍ଯ୍ୟବେକ୍ଷଣ ସୁବିଧା ପାଇଥାନ୍ତି
=> ଶିକ୍ଷକଙ୍କର କାର୍ଯ୍ୟଶୈଳୀ ପର୍ଯ୍ୟବେକ୍ଷଣ କରିବା ସୁବିଧା ଶିକ୍ଷାର୍ଥୀମାନେ ପାଇଥାନ୍ତି
=> ଶିକ୍ଷାର୍ଥୀମାନେ ଶିକ୍ଷକମାନଙ୍କ ନିର୍ଦ୍ଧେଶ ଅନୁସାରେ କାର୍ଯ୍ୟ କରିଥାନ୍ତି
=> ଶିକ୍ଷାର୍ଥୀମାନେ ସହପାଠୀ ସହିତ କାର୍ଯ୍ୟ କରିବା ସୁଯୋଗ ପାଇଥାନ୍ତି..
23) ପ୍ରଶ୍ନପତ୍ରର ମାନକିକରଣର କେଉଁ ସୋପାନଟି ସହିତ "ପ୍ରଶ୍ନ ବିସ୍ଲେସଣ" ଜଡିତ ?
=> ଜଟିଳତା ନିର୍ଣ୍ଣୟ..
=> ପ୍ରାକ-କାର୍ଯ୍ୟକାରିତା
=> ପ୍ରସ୍ତୁତି
=> ଯୋଜନା
24) ଐତିହାସିକ ଘଟଣାର ପ୍ରବାହମାନ ବୁଝିବା ପାଇଁ କେଉଁ ଉପକରଣଟି ଅଧିକ ଉପଯୋଗୀ ?
=> ସମୟ ରେଖା..
=> ମାନଚିତ୍ର
=> ପ୍ରବାହଚିତ୍ର
=> ବୃତ୍ତ ଚିତ୍ର
25) ସ୍ଥାନୀକରଣ ମୂଲ୍ୟାୟନ ଦ୍ୱାରା କେଉଁଟି ନିର୍ଦ୍ଧାରଣ କରାଯାଇଥାଏ ?
=> ଶିକ୍ଷାର୍ଥୀମାନଙ୍କର ପ୍ରାକ - ଶିକ୍ଷଣଗତ ଦକ୍ଷତାର ଅଭାବ
=> ଶିକ୍ଷାର୍ଥୀମାନଙ୍କର ସାମଗ୍ରିକ କୃତିତ୍ବ
=> ଶିକ୍ଷାର୍ଥୀମାନଙ୍କର ଶିକ୍ଷଣଗତ ଅସୁବିଧା
=> ଶିକ୍ଷାର୍ଥୀମାନଙ୍କର ପ୍ରବେଶିକା ଦକ୍ଷତା..
26) ଇତିହାସ ଶିକ୍ଷାଦାନର ବୋଧ ଉଦ୍ଦେଶ୍ୟ ସହିତ କେଉଁ "ପ୍ରକ୍ରିୟାନିଷ୍ଠ କ୍ରିୟାପଦ" ସମ୍ପର୍କିତ ନୁହେଁ ?
=> ସଂଜ୍ଞା ଲେଖିବା..
=> ଉଦାହରଣ ଦେବା
=> କାରଣ ଦର୍ଶାଇବା
=> ବ୍ୟାଖ୍ୟା କରିବା
27) ଇତିହାସ ଶିକ୍ଷାଦାନର ପେଶୀୟ କୌଶଳାତ୍ମକ ଉଦ୍ଦେଶ୍ୟ ସହିତ କେଉଁଟି ସମ୍ପୃକ୍ତ ନୁହେଁ ?
=> ଐତିହାସିକ ମାନଚିତ୍ର ଅଙ୍କନ କରିବା
=> ଐତିହାସିକ ଚରିତ୍ରମାନଙ୍କର ଜୀବନୀ ପାଠ କରିବା..
=> ସମୟ - ରେଖା ଅଙ୍କନ କରିବା
=> ଦୁର୍ଗର ଚିତ୍ର ଅଙ୍କନ କରିବା
28) ଭୂଗୋଳ ଶିକ୍ଷାଦାନ ପଦ୍ଧତି ଦୃଷ୍ଟିରୁ ନିମ୍ନୋକ୍ତ କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ ?
=> ଶିକ୍ଷା ପର୍ଯ୍ୟଟନ
=> ଶିକ୍ଷା ପ୍ରଦର୍ଶନୀ..
=> କ୍ଷେତ୍ର ଭ୍ରମଣ
=> ପରିଭ୍ରମଣ
29) ଜଣେ ଶିକ୍ଷକ ମାନଚିତ୍ର ସାହାଯ୍ୟରେ ଭାରତର ଅବସ୍ଥିତି ବୁଝାଇଲେ | ଏହା ଭୂଗୋଳ ଶିକ୍ଷାଦାନର କେଉଁ ପଦ୍ଧତି ?
=> ପରୋକ୍ଷ ପର୍ଯ୍ୟବେକ୍ଷଣ..
=> ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ
=> ମୁକ୍ତ ପର୍ଯ୍ୟବେକ୍ଷଣ
=> ସର୍ବେକ୍ଷଣ
30) ନିମ୍ନୋକ୍ତ କେଉଁଟି ଭୂଗୋଳ ଶିକ୍ଷଦାନରେ ପ୍ରତିରୂପ ପ୍ରସ୍ତୁତିର ବିପରୀତଧର୍ମୀ ?
=> ସାଦୃଶ୍ୟ
=> ଜଟିଳତା..
=> ଆଗ୍ରହୋଦ୍ଧିପକ
=> ପ୍ରାସଙ୍ଗିକତା
31) "ପ୍ରକଳ୍ପରୁ ଆହରିତ ବାସ୍ତବ ଜ୍ଞାନ ଓ ଅନୁଭୂତି ବ୍ୟବହାରଯୋଗ୍ୟ ହେବ ଆବଶ୍ୟକ |" ପ୍ରକଳ୍ପ ପଦ୍ଧତିର କେଉଁ ମୌଳିକ ନୀତିଟି ଏଥିପାଇଁ ସବୁଠାରୁ ଯୁକ୍ତିଯୁକ୍ତ ?
=> ଅଭିଜ୍ଞତା
=> ବାସ୍ତବତା
=> ଉଦ୍ଦେଶ୍ୟ
=> ଉପାଦେୟତା..
32) ଉଚ୍ଚପ୍ରାଥମିକ ବିଦ୍ୟାଳୟ ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ କେଉଁ ବିଷୟଟିକୁ ଅନ୍ତର୍ଭୁକ୍ତ କରାଯାଇନାହିଁ ?
=> ଇତିହାସ
=> ନଗର ବିଜ୍ଞାନ..
=> ଅର୍ଥନୀତି
=> ରାଜନୀତି ବିଜ୍ଞାନ
33) ଡେଲଙ୍କର ଅଭିଜ୍ଞତା ଶଙ୍କୁର ଉପରୁ ତଳ ଆଡକୁ କେଉଁ କ୍ରମଟି ଠିକ ?
ଉତ୍ତର : ମୌଖିକ ସଂକେତ, ଦୃଶ୍ୟ ସଂକେତ, ସ୍ଥିର ଛବି, ଚଳଚିତ୍ର
34) କେଉଁ ପ୍ରକାର ସମୟରେଖା ଦ୍ୱାରା ସମୟ, ଘଟଣା ଓ ବ୍ୟକ୍ତିତ୍ୱକୁ ଉପସ୍ଥାପନ କରାଯାଇଥାଏ ?
=> ତୁଳନାତ୍ମକ ସମୟରେଖା
=> ଚିତ୍ରିତ ସମୟରେଖା..
=> ପଶ୍ଚାତାଭିମୁଖୀ ସମୟରେଖା
=> କେଉଁଟି ନୁହେଁ
35) କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ ?
=> ବ୍ୟକ୍ତିନିଷ୍ଠ..
=> ଲିଖିତ
=> ମୌଖିକ
=> ଵାଚନିକ


Click Below To Download This Question Set In PDF




====O====

7 comments: