Breaking

STAY HOME SAVE LIVES...

STAY HOME SAVE LIVES...

Monday, November 19, 2018

Math Pedagogy Section 60+ MCQs For OTET 2018


Otet 2018 math pedagogy questions

1) ଗଣିତ ପାଠ୍ୟପୁସ୍ତକରେ କ'ଣ ଥାଏ ?
=> ଶିକ୍ଷାଦାନର ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ
=> ଶିକ୍ଷାଦାନ ଉପକରଣ
=> ଶିକ୍ଷାଦାନ ପଦ୍ଧତି
=> ସମାହିତ ଉଦାହରଣ..

2) ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗଣିତ ପାଠ୍ୟପୁସ୍ତକ ପ୍ରସ୍ତୁତି ନୀତି ଉପରେ ଆଧାରିତ ନୁହେଁ ?
=> ବିଦ୍ୟାର୍ଥୀ କୈନ୍ଦ୍ରିକ
=> ନମନୀୟ ଓ ଦୈନନ୍ଦିନ ଜୀବନ ସମ୍ପର୍କିତ
=> ଅନ୍ୟାନ୍ୟ ପାଠ୍ୟ ବିଷୟ ସହ ସମନ୍ୱୟ
=> ଅନମନୀୟ ପାଠ୍ୟ ବସ୍ତୁ..

3) ପ୍ରାଥମିକ ବିଦ୍ୟାଳୟରେ ଗଣିତ ଶିକ୍ଷାଦାନର ପ୍ରାରମ୍ଭିକ ଅବସ୍ଥାରେ ଶିକ୍ଷାର୍ଥୀର କେଉଁ ଦକ୍ଷତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ?
=> ସଂଖ୍ୟା ପରିଚିତି ଓ ଗଣନ..
=> ସଂଖ୍ୟା ଗୁଣନ ଓ ଭାଗକ୍ରିୟା
=> ଗାଣିତିକ ସଂକେତର ପ୍ରୟୋଗ
=> ଉଚ୍ଚତା ଓ ଓଜନର ପରିମାପ

4) ନିମ୍ନୋକ୍ତ ମଧ୍ୟରୁ କେଉଁଟି ସର୍ବୋତ୍କୃଷ୍ଟ ଗାଣିତିକ ଦକ୍ଷତାର ସୂଚକ ?
=> ଗାଣିତିକ ଲିଖନ
=> ଗାଣିତିକ ସମସ୍ୟାର ବିସ୍ଲେସଣ..
=> ଗାଣିତିକ ଭାଷାକୁ ସାଙ୍କେତିକ ଭାଷାରେ ରୂପାନ୍ତରଣ
=> ଗାଣିତିକ ସମାଧାନ ପ୍ରକ୍ରିୟାରେ ତ୍ରୁଟି ନିର୍ଣ୍ଣୟ ଓ ସଂଶୋଧନ

5) ଜଣେ ଛାତ୍ର ଉର୍ଦ୍ଧ୍ୱ କ୍ରମରେ ସଂଖ୍ୟାଗୁଡିକୁ ସଜାଇ ଲେଖି ପାରୁଛି | ଏହା ବିଦ୍ୟାର୍ଥୀର କେଉଁ ଦକ୍ଷତାକୁ ସୂଚାଉଛି ?

=> ବଡ ଓ ସାନ ସଂଖ୍ୟା ଚିନ୍ହି ପାରୁଛି
=> ବଡ ଓ ସାନ ସଂଖ୍ୟା ପୃଥକ କରିପାରୁଛି
=> ବଡ ଓ ସାନ ସଂଖ୍ୟାର କ୍ରମ ବୁଝିପାରୁଛି..
=> ବଡ ଓ ସାନ ସଂଖ୍ୟା ଲେଖିପାରୁଛି

6) ଜଣେ ଛାତ୍ର ଭିନ୍ନ ଭିନ୍ନ ଆକାରରେ ଭିନ୍ନ ଭିନ୍ନ ବୃତ୍ତ ଅଙ୍କନ କରି ଦେଖିଲେ ଯେ, ପ୍ରତ୍ୟେକ ବୃତ୍ତର ବ୍ୟାସ କେନ୍ଦ୍ର ବିନ୍ଦୁକୁ ସ୍ପର୍ଶ କରୁଛି ଏବଂ ବୃତ୍ତର ବ୍ୟାସ ବ୍ୟାସାର୍ଦ୍ଧର ଦୁଇଗୁଣ | ଏହା ଗଣିତର କେଉଁ ପଦ୍ଧତିକୁ ସୂଚାଉଛି ?

=> ଆରୋହ..
=> ଅବରୋହ
=> ବିସ୍ଲେସଣ
=> ସଂସ୍ଲେସଣ

7) ଅନ୍ତର୍ନିହିତ ସଂରଚନା ଦୃଷ୍ଟି କୋଣରୁ କେଉଁଟି ଗଣିତ ଶିକ୍ଷାଦାନର ବୈଶିଷ୍ଟ୍ୟ ?

=> ଶୃଙ୍ଖଳିତ ପ୍ରକାଶ ଭଙ୍ଗୀ
=> ବିଷୟବସ୍ତୁର ଶୃଙ୍ଖଳିତ ଓ କ୍ରମାନୁସାର ସଜ୍ଜିକରଣ
=> ବିଷୟବସ୍ତୁ ଗୁଡିକର ପାରସ୍ପରିକ ସମ୍ପର୍କ
=> ଉପରୋକ୍ତ ସମୟ..

8) ଉଚ୍ଚଶ୍ରେଣୀରେ ଜ୍ୟାମିତିକ ଯୁକ୍ତିମୂଳକ ପ୍ରମାଣ ନିମନ୍ତେ କେଉଁ ପଦ୍ଧତି ଉପଯୋଗୀ ?
=> ଆରୋହ
=> ଅବରୋହ
=> ବିସ୍ଲେସଣ..
=> ସମସ୍ୟା ସମାଧାନ

9) ଗଣେଶ ପୂଜା ପାଳନ ନିମନ୍ତେ ଶିକ୍ଷକ ଛାତ୍ରମାନଙ୍କ ପାଇଁ କେତେକ ପ୍ରକଳ୍ପ କାର୍ଯ୍ୟ ଧାର୍ଯ୍ୟ କଲେ | ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରକଳ୍ପ କାର୍ଯ୍ୟ ସମ୍ପର୍କିତ ନୁହେଁ ?

=> ସାଜ ସଜ୍ଜା କରିବା
=> ଚାନ୍ଦା ଆଦାୟ କରିବା
=> ପୂଜା ସାମଗ୍ରୀ କିଣିବା
=> ଗଣେଶ ପୂଜା ବିଷୟରେ ରଚନା ଲେଖିବା..

Click Below To See On YOUTUBE
10) ଡୋମିନା କ'ଣ ?
=> ଏକ ଗଣିତ ଶିକ୍ଷା ଉପକରଣ..
=> ଏକ ଜ୍ୟାମିତି ବାକ୍ସ
=> ଏକ ଗାଣିତିକ ପ୍ରକ୍ରିୟା
=> ଜଣେ ଗଣିତଜ୍ଞଙ୍କ ନାମ

11) କେଉଁଟି ଗଣିତ ଶିକ୍ଷାର ଅନ୍ତର୍ନିହିତ ସଂରଚନାର ବୈଶିଷ୍ଟ୍ୟ ନୁହେଁ ?
=> ସଂଖ୍ୟା ଗଣିବା..
=> ନିର୍ଦ୍ଧିଷ୍ଟତା
=> ନିର୍ଦ୍ଧିଷ୍ଟ କ୍ରମ
=> ସଂକ୍ଷିପ୍ତ ଅଭିବ୍ୟକ୍ତି

12) ଶିକ୍ଷଦାନର କେଉଁ ପଦ୍ଧତି ଦ୍ବୟ ସମୟ ସାପେକ୍ଷ ଓ ବ୍ୟୟ ସାପେକ୍ଷ ?

=> ଆରୋହ ଓ ଅବରୋହ
=> କ୍ରୀଡା ଓ ପ୍ରକଳ୍ପ..
=> ବିସ୍ଲେସଣ ଓ ଆରୋହଣ
=> କେଉଁଟି ବି ନୁହେଁ

13) " ଭଗବାନ ବିଶ୍ୱକୁ ଯେଉଁ ଭାଷାରେ ଲେଖିଛନ୍ତି ତାହା ଗଣିତ " - ଏହାକୁ କିଏ ଲେଖିଥିଲେ ?

=> ମାର୍ଶାଲ
=> ରସେଲ
=> ଗାଲିଲିଓ..
=> ନିଉଟନ

14) ଅଷ୍ଟମ ଶ୍ରେଣୀରେ ଜ୍ୟାମିତି ଉପପାଦ୍ୟର ଯୁକ୍ତିମୂଳକ ପ୍ରମାଣ ଶିକ୍ଷାଦାନ ନିମନ୍ତେ କେଉଁ ପଦ୍ଧତି ଅଧିକ ଫଳପ୍ରଦ ?
=> ଆରୋହ ଓ ଅବରୋହ
=> ଆରୋହ ଓ ବିସ୍ଲେସଣ
=> ଅବରୋହି ଓ ଶଂସ୍ଲେସଣ
=> ବିସ୍ଲେସଣ ଓ ସଂସ୍ଲେସଣ..

15) ମୌଳିକ ସଂଖ୍ୟା କାହାକୁ କୁହାଯାଏ ?  ଏହି ପ୍ରଶ୍ନଟି କେଉଁ ଶୈକ୍ଷିକ ଉଦ୍ଦେଶ୍ୟ ଉପରେ ଆଧାରିତ ?
=> ଜ୍ଞାନ..
=> ବୋଧ
=> ପ୍ରୟୋଗ
=> ମୂଲ୍ୟାୟନ

16) ଗଣିତ ଶିକ୍ଷାଦାନ ପାଇଁ ପ୍ରସ୍ତୁତ ପାଠ୍ୟ ଯୋଜନା ରେ କେଉଁଟି ନଥାଏ ?
=> ଶିକ୍ଷଣ ଉଦ୍ଦେଶ୍ୟ
=> ଗଠନ ମୂଳକ
=> ସମାପ୍ତି ସୂଚକ ପ୍ରଶ୍ନ
=> ପାଠ ଖସଡ଼ା..

17) ନିମ୍ନୋକ୍ତ କେଉଁ କ୍ଷେତ୍ରରେ ଗଣିତ ପାଠ୍ୟପୁସ୍ତକ ମୁଖ୍ୟତଃ ଶିକ୍ଷକଙ୍କର ସହାୟକ ହୋଇଥାଏ ?

=> ପାଠ୍ୟ ଖସଡ଼ା ପ୍ରସ୍ତୁତି..
=> ଅନ୍ୟ ବିଷୟ ଗୁଡିକ ସହିତ ସମ୍ପର୍କ ସ୍ଥାପନ
=> ଶିକ୍ଷାଦାନ ପଦ୍ଧତି ନିର୍ଦ୍ଧାରଣ
=> ଶିକ୍ଷଣ ଉପକରଣର ବ୍ୟବହାର

18) ଜଣେ ଛାତ୍ର ଗୋଟିଏ ସଂଖ୍ୟାର ଗୁଣିତକ ଓ ଗୁଣନୀୟକ ନିର୍ଣ୍ଣୟ କରିପାରୁଛି | ତେବେ ସେ ଗଣିତ ଶିକ୍ଷାର କେଉଁ ଶୈକ୍ଷିକ ଉଦ୍ଦେଶ୍ୟ ହାସଲ କରିଛନ୍ତି ?
=> ଜ୍ଞାନ
=> ବୋଧ..
=> ପ୍ରୟୋଗ
=>କୌଶଳ

19) କେଉଁଟି ବ୍ଲୁ ପ୍ରିଣ୍ଟରେ ନ ଥାଏ ?
=> ଶୈକ୍ଷିକ ଉଦ୍ଦେଶ୍ୟ ଉପରେ ଗୁରୁତ୍ୱ
=> ବିଷୟବସ୍ତୁ ଉପରେ ଗୁରୁତ୍ୱ
=> ପ୍ରଶ୍ନର ପ୍ରକାରଭେଦ ଉପରେ ଗୁରୁତ୍ୱ
=> ମୂଲ୍ୟାୟନ ଉପରେ ଗୁରୁତ୍ୱ..

20) କେଉଁ ଗାଣିତିକ ଶିକ୍ଷା ପଦ୍ଧତିଟି କର୍ମଭିତ୍ତିକ ଅଟେ ?
=> ଆରୋହ
=> ଅବରୋହ
=> ପ୍ରକଳ୍ପ..
=> ଏ ସମସ୍ତ

21) କେଉଁଟି ଏକ ବସ୍ତୁନିଷ୍ଠ ପ୍ରଶ୍ନ ନୁହେଁ ?
=> ଅନୁରୂପ ପ୍ରକାର
=> ସମାପନ ମୂଳକ
=> ବହୁ ବିକଳ୍ପ
=> ସ୍ୱଳ୍ପ ଉତ୍ତରମୂଳକ..

22) ଜଣେ ଛାତ୍ର କାହିଁକି ଗଣିତ ଶିକ୍ଷା ଲାଭ କରିବ ?
=> ଏହାର ସ୍ୱତନ୍ତ୍ରତା ପାଇଁ
=> ଏହାର ସଂକ୍ଷୀପ୍ତତା ପାଇଁ
=> ଏହାର ଶୁଦ୍ଧତା ପାଇଁ
=> ଉପରୋକ୍ତ ସମସ୍ତ..

23) ପ୍ରାଥମିକ ସ୍ତରରେ କେଉଁ ପଦ୍ଧତିରେ ପରୀକ୍ଷାମୂଳକ ଜ୍ୟାମିତିକ ଉପପାଦ୍ୟ ଶିକ୍ଷା ଦିଆଯିବା ଉଚିତ ?
=> ଆରୋହ..
=> ଅବରୋହ
=> ବିସ୍ଲେସଣ
=> କେଉଁଟି ବି ନୁହେଁ

24) " ବାସ୍ତବ ସଂଖ୍ୟାର ସଂଜ୍ଞା ଲେଖ " | ଏହି ପ୍ରଶ୍ନ କେଉଁ ଶୈକ୍ଷିକ ଉଦ୍ଦେଶ୍ୟ ଭିତ୍ତିକ ?
=> ଜ୍ଞାନ..
=> ବୋଧ
=> ପ୍ରୟୋଗ
=> ବିସ୍ଲେଷଣ

25) ବୋର୍ଡ଼ ପରୀକ୍ଷା ନିମନ୍ତେ ଗଣିତର ପ୍ରଶ୍ନ ପ୍ରସ୍ତୁତ କରିବା ସମୟରେ କେଉଁଟି ଉପରେ ଗୁରୁତ୍ୱ ଦେବା ଉଚିତ ?
ସମସ୍ତ ପ୍ରଶ୍ନଗୁଡିକୁ :
=> ଉଦ୍ଦେଶ୍ୟଭିତ୍ତିକ କରିବା..
=> ସରଳ କରିବା
=> ପରୋକ୍ଷଭାବେ ପଚାରିବା
=> ଜଟିଳ କରିବା

26) ଗଣିତ ଶିକ୍ଷା ଲାଭ କରିବା ଦ୍ୱାରା ଶିଶୁ ନିମ୍ନୋକ୍ତ କେଉଁ ଗୁଣର ଅଧିକାରୀ ହୋଇଥାଏ ?

=> ସଂକ୍ଷିପ୍ତ ଅଭିବ୍ୟକ୍ତି
=> କ୍ରମାନୁସାରି
=> ଅଧିକ ଶୃଙ୍ଖଳା ଜ୍ଞାନ
=> ଏ ସମସ୍ତ..

27) ଗଣିତ ଶିକ୍ଷାଦାନର କେଉଁ ପଦ୍ଧତିରେ ଶିଶୁ ଅଧିକ ସକ୍ରିୟ ରହେ ନାହିଁ ?
=> ଶିକ୍ଷଣ କାର୍ଯ୍ୟଭିତ୍ତିକ ପଦ୍ଧତି
=> ପ୍ରକଳ୍ପ
=> କ୍ରୀଡା
=> ବିସ୍ଲେଷଣ..

28) ଶିକ୍ଷକ ସହାୟକ ପୁସ୍ତିକାରେ କ'ଣ ନଥାଏ ?
=> ଶିକ୍ଷକଙ୍କର ଅଭିଜ୍ଞତା..
=> ମୂଲ୍ୟାୟନ
=> ଶିକ୍ଷାଦାନ ଉପକରଣର ଯଥାଯଥଃ ବ୍ୟବହାର
=> ଶିକ୍ଷାଦାନ ପଦ୍ଧତି

29) ଗଣିତ ଶିକ୍ଷାଦାନ ପାଇଁ ' ଡୋମିନୋ ' ଓ ' ନାପିୟର ' ର ଠିକ ବ୍ୟବହାର କ'ଣ ?

ଉତ୍ତର : ନାପିୟର ଗୁଣନଖନ୍ଦା ଶିଖିବା ପାଇଁ ଓ ଡୋମିନା ସଂଖ୍ୟା ଗଣିବା ପାଇଁ

30) " ତ୍ରିଭୁଜର ତିନିକୋଣ ମାପର ସମଷ୍ଟି 180° " - ଏହାର ଯୁକ୍ତିମୂଳକ ପ୍ରମାଣ ଉପସ୍ଥାପନ କରିବା ପାଇଁ ଶିକ୍ଷକ କେଉଁ ପଦ୍ଧତି ଅବଲମ୍ବନ କରିବେ ?
=> ଉଭୟ ଆରୋହ ଓ ଅବରୋହ
=> ଆରୋହ
=> ଉଭୟ ବିସ୍ଲେସଣ ଓ ସଂସ୍ଲେସଣ..
=> ବିସ୍ଲେସଣ

31) ଗଣିତ ଶିକ୍ଷଣର ନିମ୍ନଲିଖିତ ଉଦ୍ଦେଶ୍ୟ ମଧ୍ୟରୁ କେଉଁଟି ଭାବାତ୍ମକ ଉଦ୍ଦେଶ୍ୟ ? 
=> ଗଣିତ ସମ୍ବନ୍ଧରେ ଜ୍ଞାନ ଆହରଣ  କରିବା 
=> ନୂତନ ପରିସ୍ଥିତିରେ ଗାଣିତିକ ଜ୍ଞାନକୁ ପ୍ରୟୋଗ କରିବା 
=> ଗଣିତ ଶିକ୍ଷଣ ପ୍ରତି ଆଗ୍ରହ ବୃଦ୍ଧି କରିବା.. 
=> ଲେଖଚିତ୍ର ତର୍ଜମା କରିବାରେ ଦକ୍ଷତା ଲାଭ କରିବା 

32) ଗଣିତ ଶିକ୍ଷାଦାନ ପାଇଁ ପ୍ରକଳ୍ପ ପ୍ରଣାଳୀ କେଉଁ ଦାର୍ସନିକଙ୍କ ତତ୍ତ୍ୱ ଉପରେ ପର୍ଯ୍ୟବେସିତ ? 
=> ଜନ୍ ଡିଉଇ.. 
=> ଷ୍ଟିଭେନସନ 
=> ଗାଲିଲିଓ 
=> କୌଣସି ଟି ନୁହେଁ 

33) ଗଣିତ ଶିକ୍ଷଣ ପାଇଁ " କାର୍ଯ୍ୟ ପଦ୍ଧତି " ସହ କେଉଁଟି ସମ୍ପର୍କିତ ନୁହେଁ ? 
=> ପ୍ରତ୍ୟେକ ଶିକ୍ଷାର୍ଥୀ ସକ୍ରିୟ ରହନ୍ତି 
=> ପ୍ରତ୍ୟେକ ଶିକ୍ଷାର୍ଥୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରନ୍ତି 
=> ପ୍ରତ୍ୟେକ ଶିକ୍ଷାର୍ଥୀ ଆନନ୍ଦ ଉପଭୋଗ କରନ୍ତି 
=> ଶିକ୍ଷକଙ୍କ କାର୍ଯ୍ୟଭାର ହ୍ରାସ ପାଇଁଥାଏ.. 

34) କେଉଁ କ୍ଷେତ୍ରରେ ଶିକ୍ଷକ ବିସ୍ଲେସଣ ପଦ୍ଧତି ବ୍ୟବହାର କରନ୍ତି ? 
=> ଅଜ୍ଞାତରୁ ଜ୍ଞାତର ଶିକ୍ଷାଦାନ ପାଇଁ.. 
=> କଳ୍ପନାରୁ ଅନୁସିଦ୍ଧାନ୍ତର ପ୍ରମାଣ ପାଇଁ 
=> ଜଣାଯାଇଥିବା ସତ୍ୟର ଉପସ୍ଥାପନ ପାଇଁ 
=> ଏମାନଙ୍କ ମଧ୍ୟରୁ କେହି ନୁହେଁ 

35) ନିମ୍ନୋକ୍ତ କେଉଁ କାର୍ଯ୍ୟ ପାଇଁ ଗଣିତ ପାଠ୍ୟପୁସ୍ତକ ବ୍ୟବହାର କରିବାର ଆବଶ୍ୟକତା ନାଥାଏ ? 
=> ଶିକ୍ଷାର୍ଥୀ ମାନଙ୍କର ସ୍ଵଶିକ୍ଷଣ 
=> ଗଣିତ ପ୍ରଶ୍ନପତ୍ର ନକ୍ସା ପ୍ରସ୍ତୁତି 
=> ଶିକ୍ଷକଙ୍କର ପାଠ୍ୟଯୋଜନା ପ୍ରସ୍ତୁତି 
=> ଅନ୍ୟ ବିଷୟ ସହିତ ଗଣିତ ଶିକ୍ଷାଦାନର ସମ୍ପର୍କ ସ୍ଥାପନ.. 

36) ସଂଖ୍ୟାରେଖାରେ ସଂଖ୍ୟା ଚି଼ହ୍ନଟ କରିବା ପାଇଁ ଶିକ୍ଷାର୍ଥୀ ମାନଙ୍କର ନିମ୍ନୋକ୍ତ ମଧ୍ୟରୁ କେଉଁ ଧାରଣା ଥିବା ଦରକାର ? 
=> ସଂଖ୍ୟାରେଖା ସମ୍ପର୍କରେ ଧାରଣା 
=> ସଂଖ୍ୟାରେଖା ଉପରେ ମୂଳବିନ୍ଦୁ ନେବା 
=> ସଂଖ୍ୟାରେଖା ଉପରେ ଋଣାତ୍ମକ ଓ ଧନାତ୍ମକ ଦିଗ 
=> ଉପରୋକ୍ତ ସମସ୍ତ.. 

37) ଜଣେ ଛାତ୍ର ବିଭିନ୍ନ ଆକାରର ଚତୁର୍ଭୁଜ ଅଙ୍କନ କରି ସେମାଙ୍କର କୋଣଗୁଡିକୁ ମାପ କରି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଚତୁର୍ଭୁଜର ଚାରି କୋଣର ସମଷ୍ଟି 360° | ଏହା ଗଣିତ ଶିକ୍ଷଣର କେଉଁ ପଦ୍ଧତିକୁ ସୂଚାଉଛି ? 
=> ଆରୋହ..
=> ଅବରୋହ 
=> ବିସ୍ଲେସଣ 
=> ସଂସ୍ଲେସଣ 

38) " ପ୍ରତ୍ୟେକ ମୌଳିକ ସଂଖ୍ୟାର ଦୁଇଟି ଗୁଣନୀୟକ ଥାଏ " - ପ୍ରାଥମିକ ସ୍ତରରେ ଏହାର ପ୍ରମାଣ ନିମନ୍ତେ କେଉଁ ପଦ୍ଧତିଟି ଅବଲମ୍ବନ କରାଯିବ ଉଚିତ ? 
=> ଆରୋହ..
=> ଅବରୋହ 
=> ବିସ୍ଲେସଣ 
=> ସଂସ୍ଲେସଣ 

39) ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ର ବଜାରରେ କିଣାକିଣି କଲାବେଳେ ଟଙ୍କାପଇସାର ଠିକ ହିସାବ କରିପାରୁଛି | ସେ ଗଣିତ ଶିକ୍ଷାର କେଉଁ ଉଦ୍ଦେଶ୍ୟ ହାସଲ କରିପାରିଛି ? 
=> ଜ୍ଞାନ ଆହରଣ 
=> ଅବବୋଧନ 
=> ଜ୍ଞାନର ପ୍ରୟୋଗ.. 
=> ଜ୍ଞାନର ବିସ୍ଲେସଣ 

40) ଜ୍ଞାନାତ୍ମକ ବିକାଶର କେଉଁ ପର୍ଯ୍ୟାୟରେ ଶିକ୍ଷାର୍ଥୀ ବାସ୍ତବ ବସ୍ତୁ ବିଷୟରେ ଜ୍ଞାନ ଆହରଣ କରେ ? 
=> ସମ୍ବେଦୀକାରକ 
=> ପ୍ରାକ୍-ସଂକାର୍ଯ୍ୟ 
=> ସ୍ଥୁଳ-ସଂକାର୍ଯ୍ୟ..
=> ବିମୂର୍ତ୍ତ-ସଂକାର୍ଯ୍ୟ 

41) ନିମ୍ନୋକ୍ତ ପ୍ରଶ୍ନଗୁଡିକ ମଧ୍ୟରୁ କେଉଁଟି ବହୁ-ବିକଳ୍ପ ପ୍ରଶ୍ନ ଅଟେ ?
=> 1, 4, 9, 16 _____ ( ଶୂନ୍ୟସ୍ଥାନ ପୂରଣ କର )
=> 60 ର 50% = ?
=> 5 : 15 :: 7 : _____ (ସମ୍ପର୍କ ସ୍ଥାପନ କରି ଶୂନ୍ୟସ୍ଥାନ  ପୂରଣ କର )
=> 0, 0.5, 1, 2 ( ଏ ଗୁଡିକ ମଧ୍ୟରୁ କେଉଁଟି ପୂର୍ଣ୍ଣ ସଂଖ୍ୟା  ନୁହେଁ ? )..

42) ଜଣେ ଛାତ୍ର ଗଣିତ କୁଇଜ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି | ଏହା ଗଣିତ ଶିକ୍ଷଣର କେଉଁ ଉଦ୍ଦେଶ୍ୟ ସୂଚାଉଛି ?
=> ଜ୍ଞାନାତ୍ମକ
=> ଭାବାତ୍ମକ..
=> କ୍ରିଆତ୍ମକ
=> ସମସ୍ତ ଉଦ୍ଦେଶ୍ୟ

43) ତ୍ରିଭୁଜର ତିନି କୋଣର ସମଷ୍ଟି 180°  -- ଏହା ଷଷ୍ଠ ଶ୍ରେଣୀରେ ଶିକ୍ଷାଦାନ ପାଇଁ କେଉଁ ପଦ୍ଧତି ସର୍ବୋତ୍କୃଷ୍ଟ ?
=> ଆରୋହ ପଦ୍ଧତି..
=> ଅବରୋହ ପଦ୍ଧତି
=> ବିସ୍ଲେସଣ ପଦ୍ଧତି
=> ସଂସ୍ଲେସଣ ପଦ୍ଧତି

44) ଗଣିତ ଶିକ୍ଷାଦାନ ପାଇଁ କେଉଁ ଦୁଇଟି ପଦ୍ଧତି ପରସ୍ପର ପରିପୁରକ ଓ ନିର୍ଭରଶୀଳ ?
=> ଆରୋହ ଓ ସଂସ୍ଲେସଣ
=> ଅବରୋହ ଓ ବିସ୍ଲେସଣ
=> ଆରୋହ ଓ ବିସ୍ଲେସଣ
=> ବିସ୍ଲେସଣ ଓ ସଂସ୍ଲେସଣ..

45) ଜଣେ ଛାତ୍ର ଦିଆଯାଇଥିବା ସଂଖ୍ୟା ମାନଙ୍କ ମଧ୍ୟରୁ ମୌଳିକ ସଂଖ୍ୟାଗୁଡିକ ବାଛି ପାରୁଛନ୍ତି | ସେ ଗଣିତ ଶିକ୍ଷଣର କେଉଁ ଉଦ୍ଦେଶ୍ୟ ହାସଲ କରିଛନ୍ତି ?
=> ଜ୍ଞାନ ଆହରଣ
=> ଗାଣିତିକ ତଥ୍ୟକୁ ବୁଝିପାରିବା..
=> ଜ୍ଞାନକୁ ପ୍ରୟୋଗ କରିବା
=> ଏଥି ମଧ୍ୟରୁ କୌଣସିଟି ନୁହେଁ

46) କେଉଁ ଗାଣିତିକ ପ୍ରକ୍ରିୟା ଶିକ୍ଷାଦାନ ପାଇଁ ନାପିୟର ଖଣ୍ଡ ବ୍ୟବହାର କରାଯାଏ ?
=> ସଂଖ୍ୟା ଗଣନା
=> ସଂଖ୍ୟାର ସ୍ଥାନୀୟ ମାନ
=> ଯୋଗବିୟୋଗ ପ୍ରକ୍ରିୟା
=> ଗୁଣନ ପ୍ରକ୍ରିୟା..

47) ଜଣେ ତୃତୀୟ ଶ୍ରେଣୀ ଛାତ୍ର ଅଧିକାଂଶ ସମୟରେ ଭାଗକ୍ରିୟା ଭୁଲ କରନ୍ତି | ଏହାର କାରଣ ଜାଣିବା ପାଇଁ କେଉଁ ପ୍ରକାର ମୂଲ୍ୟାୟନର ସାହାଯ୍ୟ ନେବ ?
=> ନିଦନାତ୍ମକ..
=> ଗଠନମୂଳକ
=> ବ୍ୟବସ୍ଥାନ
=> ସମାପ୍ତିସୂଚକ

48)" ଅଯୁଗ୍ମ ସଂଖ୍ୟାକୁ ଅଯୁଗ୍ମ ସଂଖ୍ୟାରେ ଗୁଣନ କଲେ ଗୁଣଫଳ ଏକ ଅଯୁଗ୍ମ ହୁଏ |" ଏହି ତଥ୍ୟ ଶିକ୍ଷଦାନ ପାଇଁ ତୁମେ କେଉଁ ଶିକ୍ଷାଦାନ ପ୍ରଣାଳୀ ଅବଲମ୍ବନ କରିବ ?
=> ଆରୋହ..
=> ଅବରୋହ
=> ବିସ୍ଲେସଣ
=> ସଂସ୍ଲେସଣ

48) ପ୍ରାଥମିକ ବିଦ୍ୟାଳୟରେ ଗଣିତ ପଢ଼ାଯିବା ଉଚିତ୍ କାହିଁକି ?
=> ଦୈନନ୍ଦିନ ଜୀବନରେ ଗଣିତର ବହୁଳ ବ୍ୟବହାର..
=> ଗଣିତ ଜ୍ଞାନ ବିନା ଉଚ୍ଚ ଶିକ୍ଷା ଅସମ୍ଭବ
=> ଗଣିତର ନିଜସ୍ୱ ଭାଷା ଅଛି
=> ଗଣିତ ଜ୍ଞାନ ବିନା ପାଠ୍ୟକ୍ରମରେ ଥିବା ଅନ୍ୟ ବିଷୟ ବୁଝି ହେବ ନାହିଁ

49) ପ୍ରାଥମିକ ବିଦ୍ୟାଳୟ ପାଠ୍ୟକ୍ରମରେ ଥିବା କେଉଁ ବିଷୟ ସହ ଗଣିତର ସହ-ସମ୍ପର୍କ ଅଛି ?
=> ସାଧାରଣ ଜ୍ଞାନ
=> ପରିବେଶ ଅଧ୍ୟୟନ
=> ସାମାଜିକ ପାଠ
=> ଏ ସମସ୍ତ..

50) ଜଣେ ଛାତ୍ର, ପରିଷ୍କାର ଓ ନିର୍ଭୁଲ ଭାବରେ ଜ୍ୟାମିତିକ ଚିତ୍ର ଓ ଗ୍ରାଫ ଅଙ୍କନ କରିପାରୁଛନ୍ତି | ସେ ଗଣିତ ଶିକ୍ଷଣର କେଉଁ ଲକ୍ଷ୍ୟ ହାସଲ କରିଛନ୍ତି ?
=> ଜ୍ଞାନାତ୍ମକ
=> ବୋଧ
=> କ୍ରିୟାତ୍ମକ
=> ଏ ସମସ୍ତ..

51) 30 ର ପୂର୍ବବର୍ତ୍ତୀ ଗଣନ ସଂଖ୍ୟାଟି _______ | ଏହା କି ପ୍ରକାର ପ୍ରଶ୍ନ ?
=> ସ୍ୱଳ୍ପ ଉତ୍ତର ମୂଳକ
=> ସମାପନ ମୂଳକ..
=> ଚି଼ହ୍ନଟ ମୂଳକ
=> ବହୁ ବିକଳ୍ପ

51) ନିମ୍ନରେ ଦିଆଯାଇଥିବା ଗଣିତ ଶିକ୍ଷାଦାନର କେଉଁ ପଦ୍ଧତି ଅଧିକ ଶିଶୁ-କୈନ୍ଦ୍ରିକ ଅଟେ ?
=> ବିସ୍ଲେସଣ
=> ସଂସ୍ଲେସଣ
=> ଆରୋହ-ଅବରୋହ
=> କ୍ରୀଡା..

53) କେଉଁଟି ଗଣିତ ପାଠ୍ୟ ପୁସ୍ତକରେ ନ ଥାଏ ?
=> ସମାହିତ ପ୍ରଶ୍ନ|ବଳି
=> ଅଭ୍ୟାସ ପ୍ରଶ୍ନ|ବଳି
=> ଶିକ୍ଷଣ ପଦ୍ଧତି..
=> ଜ୍ୟାମିତିକ ଚିତ୍ର ଓ ଗ୍ରାଫ

54) ପ୍ରାଥମିକ ସ୍ତରରେ ଜ୍ୟାମିତି ପଢ଼ାଇବା ପାଇଁ କେଉଁ ପଦ୍ଧତି ଅବଲମ୍ବନ କରାଯାଏ ?
=> ବିସ୍ଲେସଣ ଓ ସଂସ୍ଲେସଣ
=> ଆରୋହ ଓ ଅବରୋହ..
=> ବିସ୍ଲେସଣ ଓ ଆରୋହ
=> ଆରୋହ ଓ ସଂସ୍ଲେସଣ

55) ( a+b )2=କେତେ ? ଏହି ପ୍ରଶ୍ନଟି ଗଣିତ ଶିକ୍ଷାର କେଉଁ ଉଦ୍ଦେଶ୍ୟ ଉପରେ ଆଧାରିତ?
=> ଜ୍ଞାନ..
=> ବୋଧ
=> ପ୍ରୟୋଗ
=> ଏ ସମସ୍ତ

56) କେଉଁଟି ଗଣିତର ସ୍ୱରୂପ ସମ୍ପର୍କିତ ନୁହେଁ ?
=> ନିର୍ଦ୍ଧିଷ୍ଟତା
=> ନିର୍ଦ୍ଧିଷ୍ଟକ୍ରମ
=> ବ୍ୟାପକ ଅଭିବ୍ୟକ୍ତି..
=> ସଂରଚନା

57) ଗଣିତ ଶିକ୍ଷାଦାନର କେଉଁ ପଦ୍ଧତିରେ ଅଜ୍ଞାତରୁ ଜ୍ଞାତ ଆଡକୁ ଜଣେ ଅଗ୍ରସର ହୋଇଥାଏ ?
=> ଆରୋହ
=> ଅବରୋହ
=> ସଂସ୍ଲେସଣ
=> ବିସ୍ଲେସଣ..

58) କେଉଁ ପଦ୍ଧତିରେ ପୂର୍ବ ପ୍ରତିଷ୍ଠିତ ନିୟମକୁ ବ୍ୟବହାର କରି ଗାଣିତିକ ସମସ୍ୟା ସମାଧାନ କରାଯାଇଥାଏ ?
=> ଅବରୋହ..
=> ଆରୋହ
=> ବିସ୍ଲେସଣ
=> ସଂସ୍ଲେସଣ

59) କେଉଁଟି ଗଣିତ ଶିକ୍ଷାଦାନ ଉଦ୍ଦେଶ୍ୟର ଠିକ କ୍ରମ ?
=> ବୋଧ, ମୂଲ୍ୟାୟନ, ଜ୍ଞାନ ଓ ପ୍ରୟୋଗ
=> ଜ୍ଞାନ, ପ୍ରୟୋଗ, ବୋଧ ଓ ମୂଲ୍ୟାୟନ
=> ମୂଲ୍ୟାୟନ, ପ୍ରୟୋଗ, ବୋଧ ଓ ଜ୍ଞାନ
=> ଜ୍ଞାନ, ବୋଧ, ପ୍ରୟୋଗ ଓ ମୂଲ୍ୟାୟନ..
60) ଗଣିତ ସହପାଠ୍ୟ କାର୍ଯ୍ୟକ୍ରମ ଦୃଷ୍ଟିକୋଣରୁ କେଉଁଟି ଭିନ୍ନ ?
=> ଗଣିତ ମେଳା
=> ଗଣିତ କୁଇଜ
=> ଗଣିତ କ୍ଲବ
=> ଗଣିତ ପ୍ରକଳ୍ପ..
 61) " ଗୋଟିଏ ତ୍ରିଭୁଜର ସମସ୍ତ କୋଣର ପରିମାଣ ସମାନ ହେଲେ ଏହା କେଉଁ ପ୍ରକାର ତ୍ରିଭୁଜ ? " ଏହା କେଉଁ ପ୍ରକାର ପ୍ରଶ୍ନ ?
=> ବହୁ ବିକଳ୍ପ
=> ନିର୍ବାଚନ ମୂଳକ
=> ସ୍ମରଣ ମୂଳକ..
=> ସମ୍ପର୍କ ନିର୍ଣୟାତ୍ମକ
Download This Question Set in PDF

⬇️



======o======

No comments:

Post a Comment