Breaking

Wednesday, September 26, 2018

Odia Grammar Abyaya

  Odia Grammar Abyaya    

 
Odia Grammar Abyay
Odia Grammar Abyaya
 


                          || ଅବ୍ୟୟ ||

==> ଯେଉଁ ପଦ ବିଭକ୍ତି , ବଚନ , ଲିଙ୍ଗ , କାଳ ଓ କାରକ ଭେଦରେ ବଦଳେ ନାହିଁ ତାହାକୁ ଅବ୍ୟୟ ପଦ କୁହାଯାଏ |
==> ଓ , ଏବଂ , ଆଉ , ନା , ସିନା , ମାତ୍ର , ତଥାପି , ପ୍ରାୟତଃ , କ୍ଵଚିତ , ବୋଲି , ଓଃ ଇତ୍ୟାଦି ଗୋଟିଏ ଗୋଟିଏ ଅବ୍ୟୟ ପଦ |

                  || ଵିପସାର୍ଥକ ଅବ୍ୟୟ ||

1.ଥରକୁ ଥର ପିଲାଟି ମେଲେରିଆର ଶିକାର ହେଉଛି | ବାକ୍ୟଟିରେ 'ଥରକୁ ଥର' କେଁଉ ପ୍ରକାର ଅବ୍ୟୟ ?
(a) ବିଭକ୍ତି ସୂଚକ
(b) ପଦାନ୍ଵୟୀ
(c) ସଂଯୋଜକ
(d) ଵିପସାର୍ଥକ
-> ଶ୍ରୋତାମାନେ "ଘନଘନ" ତାଳି ମାରିଲେ |
(a) ବିଭକ୍ତି ସୂଚକ
(b) ପଦାନ୍ଵୟୀ
(c) ସଂଯୋଜକ
(d) ଵିପସାର୍ଥକ
==> ଵିପସାର୍ଥକ ଅବ୍ୟୟ :-
ବିପସା କହିଲେ ବାରାମ୍ବାରତା ବା ଥରକପରେ ପୁଣି ଥରେ ଘଟିବାର ଧାରା କୁ ବୁଝାଏ |
==> ବାକ୍ୟରେ ଯେଉଁ ଅବ୍ୟୟ ପଦ ଗୁଡିକ ବାରାମ୍ବାରତା କୁ ବା ଥରକୁ ଥର ଘଟୁଥିବାର ଭାବକୁ ପ୍ରକାଶ କରିଥାଏ ତାହାକୁ "ଵିପସାର୍ଥକ ଅବ୍ୟୟ" ପଦ କୁହାଯାଏ |
ଉଦାହରଣ : ଘନଘନ , ବାରମ୍ବାର , ପୁନଃପୁନଃ , ଲଗାତର , ବାରବାର , ଅହରହଃ ଇତ୍ୟାଦି |
                           ==o==
                     
                || ସଂଯୋଜକ ଅବ୍ୟୟ ||

2. ରାମ ଓ ଲକ୍ଷ୍ମନ ଦୁଇଭାଇ | ବାକ୍ୟରେ 'ଓ' କେଁଉ ପ୍ରକାର ଅବୟ |
(a) ବିଭକ୍ତି ସୂଚକ
(b) ପଦାନ୍ଵୟୀ
(c) ସଂଯୋଜକ
(d) ଵିପସାର୍ଥକ
ତୁମେ ହାଟକୁ ଯାଇଥିବ ଏବଂ ସେଠାରେ ନକୁଳ ତୁମକୁ ଭେଟିବ |
->ସମୟସୂଚକ
->ଵିଭକ୍ତିସୂଚକ
->ସଂଯୋଜକ
->ବିଯୋଜକ
==> ଯେଉଁ ଅବ୍ୟୟପଦ ଦୁଇଟି ଶବ୍ଦ ବା ପଦ ଅଥବା ବାକ୍ୟ କୁ ସଂଯୋଜନ କରେ, ତାହାକୁ ସଂଯୋଜକ ଅବ୍ୟୟ କୁହାଯାଏ |
ଉଦାହରଣ :- ଓ , ଏବଂ , ଆଉ , ପୁଣି , ଆହୁରି , ମଧ୍ୟ ,ବି , ହେଁ ଇତ୍ୟାଦି |
==> "ଓ" ମୁଖ୍ୟତଃ ପଦ ସହିତ ପଦର ଯୋଗ ପାଇଁ ବ୍ୟବହୃତ ହୁଏ |
==> ଏବଂ ସାଧାରଣତଃ ବାକ୍ୟ ଯୋଗ ପାଇଁ ବ୍ୟବହୃତ ହୋଇଥାଏ |

                              ==o==
                      || ବିଯୋଜକ ଅବ୍ୟୟ ||

3.ମୁ ପୁରୀ ଗଲି କିନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିଲି ନାହିଁ
(a) ବିଯୋଜକ
(b) ପଦାନ୍ଵୟୀ
(c) ସଂଯୋଜକ
(d) ଵିପସାର୍ଥକ

4. କହିଦେବା ସହଜ, ଅଥଚ ତାକୁ କାର୍ଯ୍ୟରେ ପରିଣତ କରିବା କଷ୍ଟ |
 ବାକ୍ୟରେ  "ଅଥଚ" କେଁଉ ପ୍ରକାର ଅବ୍ୟୟ ?
(a) ବିଯୋଜକ
(b) ପଦାନ୍ଵୟୀ
(c) ସଂଯୋଜକ
(d) ଵିପସାର୍ଥକ
5. ମା ଭଲକରି ଶିଖାଇଲେ, ମାତ୍ର ସଂଗୀତା ଭଲ ଗାଇପାରିଲା ନାହିଁ | ବାକ୍ୟଟିରେ 'ମାତ୍ର' କେଉଁ ପ୍ରକାର ଅବ୍ୟୟ ?
-> ବିଯୋଜକ
-> ବିଭକ୍ତିସୂଚକ
-> କାଳସୂଚକ
-> ସଂଯୋଜକ
==> ଯେଉଁ ଅବ୍ୟୟ ପଦଗୁଡିକ ଦୁଇଟି ପଦ ବା ବାକ୍ୟର ଅର୍ଥକୁ ବିଚ୍ଛେଦ କରନ୍ତି , ତାକୁ ବିଯୋଜକ ଅବ୍ୟୟ କୁହାଯାଏ |
                                କିମ୍ବା
==> ଭାବ ଅନୁସାରେ ଯେଉଁ ଅବ୍ୟୟପଦ ଦୁଇଟି ପଦ ଅଥବା ବାକ୍ୟ କୁ ଅଲଗା କରିଦିଏ , ତାହାକୁ ବିଯୋଜକ ଅବ୍ୟୟ କୁହାଯାଏ |
ଉଦାହରଣ : କିନ୍ତୁ , ମାତ୍ର , ତଥାପି , ଅଥଚ , କିମ୍ବା , ବା , ନଥୁବା , ଅବା , କିବା , ହେଲେବି  ଇତ୍ୟାଦି |

                            ==o==
  ||   କାଳସୂଚକ ଅବ୍ୟୟ ବା ସମୟସୂଚକ ଅବ୍ୟୟ ||

6. ଏକଦା ଜଣେ ରୁଷି ଥିଲେ |
 -> ବିଯୋଜକ
-> ବିଭକ୍ତିସୂଚକ
-> କାଳସୂଚକ
-> ସଂଯୋଜକ

7."ହଠାତ" ସେ ରାଗିଯିବେ, ଏମିତି ଭାବିନଥିଲୁ |
-> ବିଯୋଜକ
-> ବିଭକ୍ତିସୂଚକ
-> କାଳସୂଚକ
-> ସଂଯୋଜକ

8. ତୁମ କଥା "ସର୍ବଦା" ମନେ ରଖିବି |
-> ବିଯୋଜକ
-> ବିଭକ୍ତିସୂଚକ
-> କାଳସୂଚକ
-> ସଂଯୋଜକ

==>ଯେଉଁ ଅବ୍ୟୟ ପଦ କାଳ ବା ସମୟକୁ ବୁଝାଏ ତାକୁ କାଳସୂଚକ ଅବ୍ୟୟ କୁହାଯାଏ |
                            କିମ୍ବା
ବାକ୍ୟର୍ଥକୁ କାଳ ବା ସମୟସୂଚକ କରି ପ୍ରକାଶ କରୁଥିବା ଅବ୍ୟୟ ପଦକୁ ସମୟସୂଚକ ଅବ୍ୟୟ କୁହାଯାଏ |
==>ତା'ପରେ , ଏହାପରେ , ଏଇନେ , ଏକ୍ଷଣି , ଏଇନା , ଏକଦା , ଯେତେବେଳେ , ସେତେବେଳେ , କେତେବେଳେ , କେବେ , ଯେବେ ,ବେଳେବେଳେ |
                              ==o==

                 || ସମ୍ଭାବନା ସୂଚକ ଅବ୍ୟୟ ||

1) "ଯଦି" ବନ୍ୟା ଆସେ , ତେବେ ସାହାଯ୍ୟ ପଠାଇବା |
2) କାଳେ ମରୁଡି ପଡିବ , ସେଥିପାଇଁ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି |
3) ଯଦି ବର୍ଷା ହୁଏ ତେବେ ସେ ଆସିବ ନାଇଁ |
==> ଯେଉଁ ଅବ୍ୟୟ ପଦରୁ ସମ୍ଭାବନା ଜଣାଯାଏ , ତାକୁ ସମ୍ଭାବନା ସୂଚକ ଅବ୍ୟୟ କୁହାଯାଏ |
==> ବାକ୍ୟର୍ଥକୁ ସମ୍ଭାବନା ଅର୍ଥରେ ସୂଚିତ କରୁଥିବା ଅବ୍ୟୟ ପଦ କୁ ସମ୍ଭାବନା ସୂଚକ ଅବ୍ୟୟ କୁହାଯାଏ |
ଉଦାହରଣ
==> ଯଦି , ଯେବେ , କାଳେ , ତେବେ , ଯଦ୍ୟପି , ପ୍ରାୟେ , ବୋଧେ , ହୁଏତୋ ଇତ୍ୟାଦି ଥିଲେ ସମ୍ଭାବନା ସୂଚକ ଅବ୍ୟୟ ହୁଏ |

                         ==o==

                     ||  ନିଶେଦ୍ଧାର୍ଥକ ଅବ୍ୟୟ ||

1) ମିଛ କହିବା ଉଚିତ ନୁହେଁ |
2) ଏହା କରନ୍ତୁ ନହେଲେ ଅସୁବିଧାରେ ପଡିବ |
3) ମନେ ଦେଇ ପଢ଼ , ନଚେତ ବିଫଳ ହେବ |
4) ତୁମେ ଯିବ କି ନା ମତେ ଜଣାଇ ଦିଅ |

==> ଯେଉଁ ଅବ୍ୟୟ ପଦ ଦ୍ୱାରା ନିଷେଧ ବା ବାରଣ ସୂଚିତ  ହୋଇଥାଏ , ତାକୁ ନିଶେଦ୍ଧାର୍ଥକ ଅବ୍ୟୟ କୁହାଯାଏ |
==> ଏ ପ୍ରକାର ଅବ୍ୟୟ ଦ୍ୱାରା "ହଁ" ସୂଚକ ବାକ୍ୟ ଗୁଡିକ "ନା" ସୂଚକ ହୋଇଥାଏ |
==> ନାସ୍ତିବାଚକ ଭାବାର୍ଥ ପାଇଁ ନିଶେଦ୍ଧାର୍ଥକ ଅବ୍ୟୟ ବ୍ୟବହାର କରାଯାଏ |
                          ==o==

                     || ସମ୍ଭୋଧନସୂଚକ ଅବ୍ୟୟ ||

==> ଅନ୍ୟକୁ ଆଦର , ଅନାଦର , ଶ୍ରଦ୍ଧା , ସମ୍ମାନ ଭିତିରେ ଆମେ ସମ୍ଭୋଧନ କରି କଥା କହିଥାଉ |
==> ଅନ୍ୟକୁ ସମ୍ବୋଧନ କରିବା ପାଇଁ ଯେଉଁ ଅବ୍ୟୟ ପଦ ବ୍ୟବହୃତ ହୁଏ , ତାହାକୁ "ସମ୍ବୋଧନସୂଚକ ଅବ୍ୟୟ" କୁହାଯାଏ |
ଉଦାହରଣ :
==> ଆଲୋ ସଖି ! ଆପଣା ମହତ ଆପେ ରଖି |
==> ଆରେ ଟୋକା ! ତୋର ଆଉ ଦେଖା ନାଇଁ ?
==> ଆବେ ପିଲା ତତେ କଣ ଶୁଭୁନି ?
କେତେକ କ୍ଷେତ୍ରରେ ଆମେ ସ୍ତ୍ରୀବାଚକ ଓ ପୁରୁଷବାଚକ କର୍ତ୍ତାପଦ ପାଇଁ ଅଲଗା ଅଲଗା ସମ୍ଭୋଦ୍ଧନସୂଚକ ଅବ୍ୟୟ ବ୍ୟବହାର କରିଥାଉ |
ଉଦାହରଣ :
==> ହଇରେ ଚିଣ୍ଟୁ ! ତୋ ଭାଇ କୁଆଡେ ଗଲେ କି ?
==> ହଇଲୋ ଲିପି ! ତୋ ଦିଦି କୁଆଡେ ଗଲେ କି ?
ଉଦାହରଣ :
ହୋ , ରେ , ଆଲୋ , ହୟୋ , କିଓ , ବେ , ଗୋ , ଭୋ, ହଇହେଁ , ଲୋ , ଇଲୋ ଇତ୍ୟାଦି ପଦ ଥିଲେ ତାକୁ ସମ୍ବୋଧନସୂଚକ ଅବ୍ୟୟ କହିବା |
                     
                            ==o==



2 comments:

  1. Sir,post science and english pedagogy

    ReplyDelete
    Replies
    1. I already posted science and English Pedagogy.

      Check OTET Section.

      Delete