Breaking

STAY HOME SAVE LIVES...

STAY HOME SAVE LIVES...

Sunday, December 16, 2018

Child Development and Pedagogy 150+ Very Important MCQs For OTET 2018

Child Development and Pedagogy Important MCQs For OTET 2018

This Questions are collected from various sources like Previous OTET question Papers, CT books and other OTET guides. This Questions are very helpful for OTET exams.  
Child development and pedagogy
Child development and pedagogy
DOWNLOAD PDF : CLICK HERE

1) ପାରଦର୍ଶିତା ଶିକ୍ଷଣ ଦୃଷ୍ଟିକୋଣରୁ କେଉଁଟି ଠିକ୍ ? 
=> ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷାଦାନ ପଦ୍ଧତି ସମାନ 
=> ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷଣ ହାର ସମାନ 
=> ସମସ୍ତ ଶିକ୍ଷାର୍ଥୀଙ୍କ ନିମନ୍ତେ ଶିକ୍ଷଣ ଲକ୍ଷ୍ୟ ସମାନ.. 
=> ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷଣ ସମୟ ସମାନ 
2) ପାଠ୍ୟଦାନ ଆରମ୍ଭରେ କେତେକ ପ୍ରଶ୍ନ ପଚରା ଯାଇଥାଏ | ଏହା ଶିକ୍ଷଣର କେଉଁ ନିୟମ ଉପରେ ପର୍ଯ୍ୟବେସିତ ? 
=> ଫଳାଫଳ 
=> ପ୍ରସ୍ତୁତି.. 
=> ଅଭ୍ୟାସ 
=> ଉପଯୋଗ 
3) କେଉଁଟି ଶିକ୍ଷଣରେ ଅନ୍ତର୍ଦୃଷ୍ଟି ତତ୍ତ୍ୱର ଉପାଦାନ ? 
=> ଅନ୍ତର୍ଦୃଷ୍ଟି ଦ୍ୱାରା ସମାହିତ ସମସ୍ୟା ଅଧିକ ଦିନ ମାନେ ରହେ 
=> ପ୍ରଯତ୍ନ ପ୍ରମାଦ ତତ୍ତ୍ୱ ଅପେକ୍ଷା ଅନ୍ତର୍ଦୃଷ୍ଟି ତତ୍ତ୍ୱ ଅଧିକ ଫଳପ୍ରଦ 
=> ଅନ୍ତର୍ଦୃଷ୍ଟି ସମସ୍ୟା ସହାୟକ ଅଟେ 
=> ଉପରୋକ୍ତ ସମସ୍ତ.. 
4) ' ମଞ୍ଚ ଉପରେ ଜଣେ ନେତା ହାତ ହଲାଇଲେ ଶ୍ରୋତା ମାନେ ମଧ୍ୟ ହାତ ହଲାନ୍ତି ', ଏହା କେଉଁ ପ୍ରକାର ଏକ ଉଦାହରଣ ? 
=> ସହାନୁଭୂତି 
=> ଅଜ୍ଞାତ 
=> କ୍ରିୟାତ୍ମକ.. 
=> ଜ୍ଞାତ   
5) କେଉଁଟି ଶିକ୍ଷଣ - ଵକ୍ରରେ ସମତଳ କ୍ଷେତ୍ର ଦେଖାଯିବାର କାରଣ ନୁହେଁ ? 
=> ପାଠ୍ୟବସ୍ତୁର କ୍ଲୀଷ୍ଟତା 
=> ଶିକ୍ଷଣ ପାଇଁ ଅଧିକ ସମୟ ବ୍ୟୟ 
=> ବିଶ୍ରାମର ଅଭାବ 
=> ଅସଫଳ ଶିକ୍ଷଣ ପଦ୍ଧତି.. 
6) " ଶିକ୍ଷା ଏକ ତ୍ରିପ୍ରାନ୍ତୀୟ ପ୍ରକ୍ରିୟା |" ଏହି ପ୍ରାନ୍ତ ତିନୋଟି କଣ ? 
=> ଶିକ୍ଷାର୍ଥୀ,  ଶିକ୍ଷକ ଓ ସମାଜ.. 
=> ଶିକ୍ଷାର୍ଥୀ, ଶିକ୍ଷକ ଓ ବିଦ୍ୟାଳୟ 
=> ଶିକ୍ଷାର୍ଥୀ, ଶିକ୍ଷକ ଓ ପୁସ୍ତକ 
=> ଶିକ୍ଷାର୍ଥୀ, ସମାଜ ଓ ବିଦ୍ୟାଳୟ 
7) କେଉଁ ଗୁଣଟି ସୃଜନଶୀଳତାର ସୂଚକ ନୁହେଁ ? 
=> ଚିନ୍ତନର ମୌଳିକତା 
=> କେନ୍ଦ୍ରାଭିମୁଖୀ ଚିନ୍ତନ.. 
=> ବାକ୍ପଟୁତା 
=> ନମନୀୟତା 
8) କେଉଁ ପ୍ରଣାଳୀ ଦ୍ୱାରା ପ୍ରତିଭାଶାଳୀ ଶିକ୍ଷାର୍ଥୀଙ୍କୁ ଚି଼ହ୍ନଟ କରାଯାଇପାରିବ ? 
=> ସାକ୍ଷାତକାର 
=> ବୁଦ୍ଧି ପରୀକ୍ଷଣ.. 
=> ନୈଦାନିକ ପରୀକ୍ଷଣ 
=> ମନୋବୃତ୍ତି ପରୀକ୍ଷଣ 
9) କେଉଁଟି ବାହ୍ୟିକ ଅଭିପ୍ରେରଣ ? 
=> କୃତି 
=> ଆତ୍ମସମ୍ମାନବୋଧ 
=> ପ୍ରଶଂସା.. 
=> କୌଣସିଟି ନୁହଁ


10) କେଉଁଟି ପାରଦର୍ଶିତା ଶିକ୍ଷଣର ପ୍ରଥମ ପର୍ଯ୍ୟାୟ ? 
=> ପାରଦର୍ଶିତାର ସ୍ତର ନିରୂପଣ 
=> ପାରଦର୍ଶିତାଭିତିକ ଶିକ୍ଷାଦାନ 
=> ପାରଦର୍ଶିତାର ସଂଜ୍ଞା ନିରୂପଣ.. 
=> ପାରଦର୍ଶିତା ଲାଭ ନିମନ୍ତେ ଯୋଜନା ପ୍ରସ୍ତୁତ 
11) ଶିକ୍ଷଣର ପ୍ରାରମ୍ଭିକ ସ୍ତରରେ ଶିକ୍ଷାର୍ଥୀର ଜ୍ଞାନାତ୍ମକ ବିକାଶ ନିମନ୍ତେ କେଉଁଟି ଉପଯୁକ୍ତ ନୁହେଁ ? 
=> ବ୍ୟାଖ୍ୟାକରଣ 
=> ବର୍ଗୀକରଣ 
=> ପୃଥକୀକରଣ 
=> ଶୂନ୍ୟ ସମ୍ବନ୍ଧୀୟ ତର୍କ.. 
12) ବ୍ଲୁ-ପ୍ରିଣ୍ଟରେ କ'ଣ ଥାଏ ? 
=> ଲକ୍ଷ୍ୟଗୁଡିକର ଆପେକ୍ଷୀକ ଗୁରୁତ୍ୱ 
=> ପାଠ୍ୟ ଉପରେ ଆପେକ୍ଷୀକ ଗୁରୁତ୍ୱ 
=> ପ୍ରଶ୍ନ ପ୍ରକାର ଉପରେ ଆପେକ୍ଷୀକ ଗୁରୁତ୍ୱ 
=> ଉପରୋକ୍ତ ସମସ୍ତ.. 
13) ବୁଦ୍ଧି ସମ୍ବନ୍ଧୀୟ କେଉଁ ଉକ୍ତିଟି ଠିକ ? 
=> ବୁଦ୍ଧି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ 
=> ବୁଦ୍ଧି ପରିବେଶର ପ୍ରଭାବରେ ବିକଶିତ ହୋଇଥାଏ.. 
=> ବୁଦ୍ଧି ଏକ ନିର୍ଦ୍ଧିଷ୍ଟ ସାମର୍ଥ୍ୟକୁ ବୁଝାଏ 
=> ଶିକ୍ଷଣ ପ୍ରକ୍ରିୟା ସହ ବୁଦ୍ଧିର ସହ-ସମ୍ପର୍କ ନଥାଏ 
14) "Intelligence is the ability to carry on abstract thinking"-- ଏହା କାହାର ମତ ? 
=> ବିନେ 
=> ଟରମାନ୍..
=> ଥର୍ଣ୍ଣଡାଇକ୍
=> ଗାଲଟନ୍
15) ବିକାଶର କେଉଁ ଅବସ୍ଥାରେ ଶିଶୁ ନିଜ କାର୍ଯ୍ୟ ପ୍ରତି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥାଏ ? 
=> ଆଦ୍ୟ ବାଲ୍ୟାବସ୍ଥା.. 
=> ପ୍ରାନ୍ତ ବାଲ୍ୟାବସ୍ଥା 
=> ପ୍ରାକ୍ କୈଶୋରାବସ୍ଥା 
=> କୌଣସିଟି ନୁହଁ
16) ଶିକ୍ଷାର୍ଥୀର ସାମାଜିକ ବିକାଶର ଅର୍ଥ କ'ଣ ? 
=> ସାମାଜିକ ବ୍ୟବହାରର ବିକାଶ.. 
=> ସମାଜର ବିକାଶ 
=> ବ୍ୟକ୍ତିର ବିକାଶ 
=> ଗୋଷ୍ଠୀର ବିକାଶ 
17) ଅନଗ୍ରସର ଶିକ୍ଷାର୍ଥୀଙ୍କ ଠାରେ କେଉଁ ଲକ୍ଷଣଟି ଦେଖାଯାଇନଥାଏ ? 
=> ବିସ୍ଲେସଣର ଦକ୍ଷତା 
=> ଉଦ୍ଦେଶ୍ୟଭିତିକ ଆଚରଣ 
=> ସମ୍ମାନଜନକ ବୃତ୍ତି ନିମନ୍ତେ ଅଭିଳାଷ 
=> ଧାରଣା ପ୍ରକାଶରେ ଅକ୍ଷମତା.. 
18) ପିଆଜେଙ୍କ ମତାନୁଯାୟୀ ମୂର୍ତସ୍ତରରେ କେଉଁ ଶିକ୍ଷାର୍ଥୀମାନଙ୍କର ବୌଦ୍ଧିକ ବିକାଶ ଘଟିଥାଏ ? 
=> ପ୍ରାକ-ପ୍ରାଥମିକ 
=> ପ୍ରାଥମିକ 
=> ଉଚ୍ଚ ମାଧ୍ୟମିକ 
=> ଉପରୋକ୍ତ ସମସ୍ତ  
19) ମୂଲ୍ୟାୟନ ଦୃଷ୍ଟିକୋଣରୁ କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ ? 
=> ରେଟିଙ୍ଗ ସ୍କେଲ 
=> ପ୍ରୋଗ୍ରେସ କାର୍ଡ.. 
=> ଚେକ ଲିଷ୍ଟ 
=> ପ୍ରଶ୍ନ ଗୁଛ
20) ଏକ କୃତି ପରୀକ୍ଷଣ ପ୍ରସ୍ତୁତି ପାଇଁ କେଉଁ କ୍ରମଟି ଠିକ ଅଟେ ? 
=> ପାଠ୍ୟ ନିର୍ବାଚନ, ଲକ୍ଷ୍ୟ ନିର୍ଦ୍ଧାରଣ, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଓ ପ୍ରଶ୍ନ ଲିଖନ 
21) କିଏ ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ଅଟେ ? 
=> ପାଠ୍ୟ ପୁସ୍ତକ 
=> ଶିକ୍ଷକ 
=> ଶିକ୍ଷାର୍ଥୀ.. 
=> ପାଠ୍ୟଖସଡ଼ା 
22) ଶିକ୍ଷଣ ମାନ ନିର୍ଦ୍ଧାରଣ ନିମନ୍ତେ କେଉଁଟି ଏକ ସାଧନୀ  ନୁହେଁ ? 
=> ପରୀକ୍ଷଣ.. 
=> ରେଟିଙ୍ଗ ସ୍କେଲ 
=> ଚେକ ଲିଷ୍ଟ 
=> ପ୍ରଶ୍ନ ଗୁଛ
23) ଉତ୍ତମ ଶିକ୍ଷାଦାନ-ଶିକ୍ଷଣର କେଉଁଟି ଆଧାର ନୁହେଁ ? 
=> ଆନନ୍ଦଦାୟୀ 
=> ଉଦ୍ଦେଶ୍ୟଭିତିକ 
=> ଅଭ୍ୟାସିକରଣ ଉପରେ ଗୁରୁତ୍ୱ.. 
=> କେଉଁଟି ନୁହଁ 
24) କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ ? 
=> ବ୍ୟକ୍ତିନିଷ୍ଠ.. 
=> ଲିଖିତ 
=> ମୌଖିକ 
=> ଵାଚନିକ 
25) ଫଳପ୍ରଦ ଶିକ୍ଷାଦାନ ନିମନ୍ତେ କେଉଁଟି ମୌଳିକ ଆବଶ୍ୟକତା ? 
=> ଶିକ୍ଷାଦାନ ସାଧନୀ 
=> ମୂଲ୍ୟାୟନ 
=> ପାଠ୍ୟ ପୁସ୍ତକ.. 
=> ସହାୟକ ପୁସ୍ତକ 
26) ପ୍ରତିକାର ଶିକ୍ଷାଦାନ ଦ୍ୱାରା କେଉଁ ବର୍ଗର ଶିକ୍ଷାର୍ଥୀ ମାନେ ସର୍ବାଧିକ ଉପକୃତ ହୋଇଥାନ୍ତି ? 
=> ପ୍ରତିଭାଶାଳୀ 
=> ଶୈକ୍ଷିକ ଅନଗ୍ରସର.. 
=> ସାଧାରଣ 
=> ମେଧାବୀ 
27) ପ୍ରଶ୍ନ ପତ୍ରର ମାନକିକରଣର କେଉଁ ସୋପାନଟି ସହିତ 'ପ୍ରଶ୍ନ ବିସ୍ଲେସଣ' ଜଡିତ ? 
=> ପ୍ରସ୍ତୁତି 
=> ଯୋଜନା 
=> ଜଟିଳତା ନିର୍ଣ୍ଣୟ.. 
=> ପ୍ରାକ୍-କାର୍ଯ୍ୟକାରିତା 
28) ମାନକିକୃତ ପରୀକ୍ଷଣର କେଉଁ ଲକ୍ଷଣଟି ପରୀକ୍ଷଣ ଲବ୍ଧଙ୍କମାନଙ୍କର ସୁସଂଗତିକୁ ସୁଚିତ କରେ ? 
=> ବସ୍ତୁନିଷ୍ଠତା 
=> ବୈଧତା 
=> ବିଶ୍ୱସନିୟତା.. 
=> ଉପଯୋଗୀତା 
29) ଅନ୍ତର୍ନିବେଶୀ ଶିକ୍ଷା କ'ଣ ? 
=> ଶିକ୍ଷଣରେ ଆଗୁଆ ପିଲାଙ୍କୁ ଅଧିକ ଗୁରୁତ୍ୱ 
=> ଶିକ୍ଷଣରେ ପଛୁଆ ପିଲାଙ୍କୁ ଅଧିକ ଗୁରୁତ୍ୱ 
=> ସବୁ ବର୍ଗର ଶିକ୍ଷାର୍ଥୀଙ୍କ ପାଇଁ ଅଧିକାର ସହ ଶିକ୍ଷଣ ସୁଯୋଗ.. 
=> ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷଣ ସୁଯୋଗ
30) କ'ଣ ପାଇଁ ନିମ୍ନୋକ୍ତ ପ୍ରଯତ୍ନ-ପ୍ରମାଦ ପଦ୍ଧତି ଅଧିକ ଫଳପ୍ରଦ ? 
=> ତଥ୍ୟ ସଂଗ୍ରହ କରିବା ପାଇଁ 
=> ପାଠ ମାନେ ରଖିବା ପାଇଁ.. 
=> ଅନୁସିଦ୍ଧାନ୍ତରେ ପହଞ୍ଚିବା ପାଇଁ 
=> କୌଶଳ ହାସଲ କରିବା ପାଇଁ 
31) ସୃଜନଶିଳ ଶିକ୍ଷାର୍ଥୀଙ୍କୁ ଚିହିଁବା ପାଇଁ ଶିକ୍ଷକ କେଉଁ ପ୍ରକାର ପ୍ରଶ୍ନ ପଚାରିବା ଆବଶ୍ୟକ ? 
=> କ୍ରିୟାକଳାପ ଭିତ୍ତିକ 
=> ନିଦନାତ୍ମକ 
=> କେନ୍ଦ୍ରାଭିମୁଖୀ ଚିନ୍ତନ
=> ବିକ୍ଷୀପ୍ତ ଚିନ୍ତନ.. 
32) କେଉଁଟି ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥା ସହ ସମ୍ପୃକ୍ତ ନୁହେଁ ? 
=> ଶିଶୁର ଶିକ୍ଷଣ ଅନୁଭୂତି ଉପରେ ଗୁରୁତ୍ୱ ପ୍ରଦାନ 
=> ଶିକ୍ଷକଙ୍କ ପଥ ପ୍ରଦର୍ଶକ ରୂପେ କାର୍ଯ୍ୟ 
=> ପ୍ରଶ୍ନୋତ୍ତର ମାଧ୍ୟମରେ ଶିକ୍ଷାଦାନ.. 
=> ଶିକ୍ଷାର୍ଥୀ ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ 
33) କେଉଁଟି ବୌଦ୍ଧିକ ବିକାଶର ଉପାଦାନ ନୁହେଁ ? 
=> ସୃଜନଶକ୍ତି 
=> ସହନ ଶକ୍ତି.. 
=> ଚିନ୍ତନ ଶକ୍ତି 
=> କଳ୍ପନା ଶକ୍ତି 
34) କେଉଁଟି ପେଶୀୟ କୌଶଳଭିତ୍ତିକ ଶିକ୍ଷଣର ଏକ ଉଦାହରଣ ? 
=> ଚିତ୍ରାଙ୍କନ.. 
=> ପର୍ଯ୍ୟବେକ୍ଷଣ 
=> ଅନୁକରଣ 
=> ମୁଖସ୍ଥିକରଣ 
35) ଶିକ୍ଷାର୍ଥୀ ମାନଙ୍କ ଶୈକ୍ଷିକ ଦୋଷ ଦୁର୍ବଳତା କେଉଁ ପ୍ରକାର ମୂଲ୍ୟାୟନ ଦ୍ୱାରା ନିରୂପଣ କରାଯାଇଥାଏ ? 
=> ନୈଦାନୀକ.. 
=> ବ୍ୟବସ୍ଥାନ 
=> ସମାପ୍ତିସୂଚକ 
=> ନୀରବଛିନ୍ନ 
36) କେଉଁ ପ୍ରକାର ପ୍ରଶ୍ନ ପ୍ରସ୍ତୁତି କରିବା ଜଟିଳ ଓ ସମୟ ସାପେକ୍ଷ କିନ୍ତୁ ମୂଲ୍ୟାୟନ ଅପେକ୍ଷାକୃତ ସହଜ ? 
=> ବସ୍ତୁନିଷ୍ଠ.. 
=> ଉଦ୍ଦେଶ୍ୟଭିତ୍ତିକ 
=> ଅତି କ୍ଷୁଦ୍ର ଉତ୍ତରମୂଳକ 
=> ସଂକ୍ଷିପ୍ତ ଉତ୍ତରମୂଳକ 
37) ସ୍ୱତନ୍ତ୍ର ଆବଶ୍ୟକତା ବିଶିଷ୍ଟ ଶିକ୍ଷାର୍ଥୀ କିଏ ? 
=> ଯିଏ ଶାରୀରିକ ଓ ମାନସିକ ଦୃଷ୍ଟି କୋଣରୁ ନିଜ ସହପାଠୀଙ୍କ ଠାରୁ ଭିନ୍ନ 
=> ଅବେଗିକ ଓ ସାମାଜିକ ଦୃଷ୍ଟିକୋଣରୁ ନିଜ ସହପାଠୀଙ୍କ ଠାରୁ ଭିନ୍ନ 
=> ଶୈକ୍ଷିକ ଦୃଷ୍ଟିକୋଣରୁ ନିଜ ସହପାଠୀଙ୍କ ଠାରୁ ଭିନ୍ନ 
=> ଉପରୋକ୍ତ ସମସ୍ତ.. 
38) କେଉଁଟି ଶିକ୍ଷାର୍ଥୀ - କୈନ୍ଦ୍ରିକ ଶିକ୍ଷା ପାଇଁ ପ୍ରଯୁଜ୍ୟ ? 
=> ଶିକ୍ଷକ ଅନୁପସ୍ଥିତିରେ ଶିକ୍ଷଣ କାର୍ଯ୍ୟ ହୋଇଥାଏ 
=> ଶିକ୍ଷକ ଶିକ୍ଷଣ ସାମଗ୍ରୀ ସାହାଯ୍ୟରେ ଶିକ୍ଷାଦାନ କରିଥାନ୍ତି 
=> ଶିକ୍ଷକ, ଶିକ୍ଷା ସହାୟକ ହିସାବରେ କାର୍ଯ୍ୟ କରନ୍ତି.. 
=> ଶିକ୍ଷକ ଘରରୁ ପାଠ ପଢି ଆସିବା ପାଇଁ ଶିକ୍ଷାର୍ଥୀଙ୍କୁ ନିର୍ଦ୍ଧେଶ ଦେଇଥାନ୍ତି 
39) ଶିକ୍ଷକ ଗୋଟିଏ ବିଷୟ ଶିକ୍ଷାଦାନ ଆରମ୍ଭରେ କେତେକ ପ୍ରଶ୍ନ କାହିଁକି ପଚାରିଥାନ୍ତି ? 
=> ଶୃଙ୍ଖଳା ରକ୍ଷା କରିବା 
=> ପାଠ୍ୟବସ୍ତୁର କ୍ଲୀଷ୍ଟତା ବିଷୟରେ ଧାରଣା ଦେବା 
=> ପୂର୍ବ ଜ୍ଞାନ ପରୀକ୍ଷା କରିବା.. 
=> ଉପରୋକ୍ତ ସମସ୍ତ 
40) ନିମ୍ନୋକ୍ତ ମଧ୍ୟରୁ କେଉଁଟି କୃତି ପରୀକ୍ଷଣର ଉଦ୍ଦେଶ୍ୟ ନୁହେଁ ? 
=> ଶିକ୍ଷକ ସ୍ଥିର କରିଥିବା ଶିକ୍ଷଣ ଉଦ୍ଦେଶ୍ୟ କେତେଦୂର ଫଳପ୍ରଦ ହୋଇଛି ଜାଣିବା 
=> ବିଷୟବସ୍ତୁ ଶିକ୍ଷାର୍ଥୀ କେତେଦୂର ବୁଝିପାରିଛି ଜାଣିବା 
=> ଶ୍ରେଣୀ ଉତିର୍ଣ୍ଣ ଯୋଗ୍ୟତା ଶିକ୍ଷାର୍ଥୀ ହାସଲ କରିଛି କି ନାହିଁ ଜାଣିବା 
=> କୌଣସି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ଶିକ୍ଷାର୍ଥୀ ଉପକୃତ ହେବ କି ନାହିଁ ଜାଣିବା.. 
41) ଏକକ ପ୍ରଶ୍ନପତ୍ର ପ୍ରସ୍ତୁତି ପାଇଁ କରାଯାଉଥିବା ବ୍ଲୁ-ପ୍ରିଣ୍ଟରେ କ'ଣ ନଥାଏ ? 
=> ଉତ୍ତରଗୁଡିକର ମୂଲ୍ୟାୟନ ପ୍ରଣାଳୀ.. 
=> ପଠିତ ବିଷୟଗୁଡିକ ଉପରେ ଆପେକ୍ଷୀକ ଗୁରୁତ୍ୱ 
=> ଶିକ୍ଷଣ ଲକ୍ଷ୍ୟଗୁଡିକ ଉପରେ ଆପେକ୍ଷୀକ ଗୁରୁତ୍ୱ 
=> ପ୍ରଶ୍ନର ପ୍ରକାରଭେଦ ଉପରେ ଗୁରୁତ୍ୱ 
42) କେଉଁଟି ନିରବଛିନ୍ନ ଓ ସଂବ୍ୟାପକ ମୂଲ୍ୟାୟନ ପାଇଁ ଅନାବଶ୍ୟକ ? 
=> ରେଟିଙ୍ଗ ସ୍କେଲ 
=> ଚେକ ଲିଷ୍ଟ 
=> ପ୍ରୋଗ୍ରେସ କାର୍ଡ.. 
=> ପ୍ରଶ୍ନଗୁଛ
43) ନିମ୍ନଲିଖିତ ମଧ୍ୟରୁ କେଉଁଟି ସୃଜନଶୀଳତାର ସୂଚକ ନୁହେଁ ? 
=> ଅପସାରି ଚିନ୍ତନ 
=> ଏକାଭିମୁଖୀ ଚିନ୍ତନ.. 
=> ମୌଳିକତା 
=> ନମନୀୟତା 
44) କେଉଁ ପରୀକ୍ଷଣ ଦ୍ୱାରା ଜଣେ ପ୍ରତିଭାବାନ ଶିକ୍ଷାର୍ଥୀଙ୍କୁ ଚିନ୍ହି ପାରିବ ? 
=> ନିଦନାତ୍ମକ ପରୀକ୍ଷଣ 
=> ଏକକ ପରୀକ୍ଷଣ 
=> ବୁଦ୍ଧି ପରୀକ୍ଷଣ.. 
=> ସାମର୍ଥ୍ୟ ପରୀକ୍ଷଣ 
45)ଶୈକ୍ଷିକ ଆଭିମୁଖ୍ୟ ଦୃଷ୍ଟିରୁ କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ ? 
=> ଆଲୋଚନା 
=> ବ୍ୟାଖ୍ୟା 
=> ବର୍ଣ୍ଣନା 
=> ଚିହ୍ନଟିକରଣ.. 
46) ଶିକ୍ଷାଦାନରେ ବ୍ୟକ୍ତିଗତ ତାରତମ୍ୟ ଦୂର କରିବା ନିମନ୍ତେ ଶିକ୍ଷକ କ'ଣ କରିବେ ? 
=> ନମନୀୟ ପାଠ୍ୟପୁସ୍ତକ ବ୍ୟବହାର 
=> ମନ୍ଥର ଶିକ୍ଷାର୍ଥୀମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି 
=> ମନ୍ଥର ଶିକ୍ଷାର୍ଥୀମାନଙ୍କୁ ନିଜସ୍ୱ ହାରରେ ଶିକ୍ଷଣ ନିମନ୍ତେ ସୁବିଧା ଓ ସୁଯୋଗ ଦେବା 
=> ଉପରୋକ୍ତ ସମସ୍ତ.. 
47) ଶିଶୁର ବିକାଶ କେଉଁ ଉପାଦାନ ଦ୍ୱାରା ପ୍ରଭାବିତ ହୋଇଥାଏ ? 
=> କେବଳ ବଂଶାନୁଗୁଣ 
=> କେବଳ ପରିବେଶ 
=> ଉଭୟ ବଂଶାନୁଗୁଣ ଓ ପରିବେଶ.. 
=> ପରିପକ୍ଵନ 
48) ଶିକ୍ଷଣର ମନସ୍ତାତ୍ତ୍ୱକ ଅର୍ଥ କ'ଣ ? 
=> ଜ୍ଞାନ ଆହରଣ 
=> ପୁସ୍ତକ ଅଧ୍ୟୟନ 
=> ଆଚରଣର ପରିବର୍ତ୍ତନ..
=> ସମସ୍ୟା ସମାଧାନ  
49) ଉତ୍ତଳ ଶିକ୍ଷଣ ବକ୍ର କ'ଣ ଦର୍ଶ|ଏ ? 
=> ପ୍ରାରମ୍ଭିକ ସ୍ତରରେ ଶିକ୍ଷଣର ବେଗ ଦ୍ରୁତ ଏବଂ କ୍ରମଶଃ ହ୍ରାସ.. 
=> ପ୍ରାରମ୍ଭିକ ସ୍ତରରେ ଶିକ୍ଷଣର ବେଗ ମନ୍ଥର ଏବଂ କ୍ରମଶଃ ବୃଦ୍ଧି 
=> ଶିକ୍ଷଣର ବେଗ ଅପରିବର୍ତ୍ତୀତ 
=> ଶିକ୍ଷଣ ବେଗର ହଠାତ ବୃଦ୍ଧି
50) କେଉଁଟି '' ଅଭ୍ୟାସ ବିଧି " ର ଏକ ଉପଵିଧି ? 
=> ଫଳାଫଳ ଵିଧି 
=> ଅନୁପଯୋଗ ଵିଧି.. 
=> ପ୍ରବୃତି ଵିଧି 
=> ସ୍ୱତନ୍ତ୍ର ଅନୁକ୍ରିୟା ଵିଧି 
51) କେଉଁଟି ବାହ୍ୟ ଅଭିପ୍ରେରଣାର ଦୃଷ୍ଟାନ୍ତ ନୁହେଁ ? 
=> ପ୍ରଶଂସା 
=> ପୁରସ୍କାର 
=> ସ୍ବୀକୃତି 
=> ଆଗ୍ରହ.. 
52) ନିମ୍ନସ୍ଥ ମଧ୍ୟରୁ କେଉଁଟି ଶିକ୍ଷାର୍ଥୀମାନଙ୍କର ଆଚରଣ ଅଧ୍ୟୟନର ଏକ ପଦ୍ଧତି ନୁହେଁ ? 
=> ମୁକ୍ତ ପର୍ଯ୍ୟବେକ୍ଷଣ 
=> ସାକ୍ଷାତକାର 
=> ପରୀକ୍ଷଣ 
=> ପିତାମାତାଙ୍କ ସହ ଆଲୋଚନା.. 
53) କେଉଁଟି ଆଦ୍ୟବାଲ୍ୟବସ୍ଥାର ଏକା ଆବେଗ ନୁହେଁ ? 
=> କୌତୁହଳ 
=> କ୍ରୋଧ 
=> ଅନୁକରଣ.. 
=> ଦୁଃଖ 
54) ଶିଶୁର ଭାଷାର ବିକାଶରେ ନିମ୍ନୋକ୍ତ ଘଟଣାଗୁଡିକ କେଉଁ କ୍ରମରେ ଘଟେ ? 
=> କୁଳୁକୁଳୁ ଶବ୍ଦ 
=> ଅର୍ଥହୀନ ଶବ୍ଦ 
=> ଦ୍ବିଶବ୍ଦବିଶିଷ୍ଟ ସ୍ୱର 
=> ବ୍ୟାକାଂଶ କହିବା 
ଉତ୍ତର : 2, 1, 3, 4
55) ନିମ୍ନୋକ୍ତ ଉକ୍ତିମାନଙ୍କ ମଧ୍ୟରୁ କେଉଁଟି ଠିକ୍ ? 
=> ଉଚ୍ଚତା ଓ ଓଜନର ବୃଦ୍ଧି ବିକାଶକୁ ବୁଝାଏ 
=> ବୃଦ୍ଧି, ବିକାଶ ଉପରେ ନିର୍ଭର କରେ 
=> ବୃଦ୍ଧି ପରିମାଣାତ୍ମାକ ମାତ୍ର ବିକାଶ ଗୁଣାତ୍ମକ.. 
=> ବିକାଶ ପରିପକ୍ଵନରେ ବନ୍ଦ ହୁଏ 
56) ଶିକ୍ଷଣ ପାଇଁ ଯାନ୍ତ୍ରିକ ଅନୁବନ୍ଧ ମତବାଦର ପ୍ରବକ୍ତା କିଏ ? 
=> ପାଭଲଭ 
=> ଥର୍ଣ୍ଣଡାଇକ୍
=> ପିଆଜେ
=> ସ୍କିନର 
57) କେଉଁ ଶିକ୍ଷଣ ପେଶୀୟ ଦକ୍ଷତା ଉପରେ ନିର୍ଭରଶିଳ ନୁହେଁ ? 
=> ଚିତ୍ରାଙ୍କନ 
=> ଗୀତ ଗାୟନ.. 
=> ସାଇକେଲ ଚାଳନା 
=> ଟାଇପ କରିବା 
58) ଅନ୍ୟ ପିଲାମାନେ କାନ୍ଦିବାର ଦେଖି ଗୋଟିଏ ପିଲା କାନ୍ଦିବାକୁ ଆରମ୍ଭ କଲା | ଏହା କି ପ୍ରକାର କାର୍ଯ୍ୟ ? 
=> ଅଜ୍ଞାତ ଅନୁକରଣ 
=> ଜ୍ଞାତ ଅନୁକରଣ 
=> ସହାନୁଭୂତି ଅନୁକରଣ.. 
=> କ୍ରିୟାତ୍ମକ ଅନୁକରଣ 
59) ବି. ଏଡ଼ ପ୍ରବେଶିକା ପରୀକ୍ଷା କେଉଁ ପ୍ରକାରର ମୂଲ୍ୟାୟନ ? 
=> ବ୍ୟବସ୍ଥାନ.. 
=> ସମାପ୍ତିସୂଚକ 
=> ନୈଦାନୀକ 
=> ଗଠନମୂଳକ 
60) କେଉଁଟି ପାରଦର୍ଶିତା ଶିକ୍ଷଣ ପାଇଁ କରାଯାଇ ନଥାଏ ? 
=> ମେଧାବୀ ପିଲାଙ୍କ ପ୍ରତି ଅଧିକ ଧ୍ୟାନ ଦେବା.. 
=> ଯଥେଷ୍ଟ ସମୟ ଦେବା 
=> ପୁନର୍ବଳନ ଉପରେ ଗୁରୁତ୍ୱ ଦେବା 
=> କ୍ଲାସରେ ଥିବା ସବୁ ବର୍ଗର ପିଲାଙ୍କର ଦକ୍ଷତାକୁ ବିଚାର କରି ଲକ୍ଷ୍ୟ ନିର୍ଣ୍ଣୟ କରିବା
61) ନିମ୍ନ ଲିଖିତ ଗୁଣଗୁଡିକ ମଧ୍ୟରୁ କେଉଁଟି ଶିଶୁର ଜନ୍ମଗତ ? 
=> ଇର୍ଷା 
=> ସ୍ନେହ 
=> ଭୟ.. 
=> ଆନନ୍ଦ 
62) ମନସ୍ତତ୍ତ୍ୱବିତଙ୍କ ମତରେ "ଶିକ୍ଷଣ" ଅର୍ଥ କ'ଣ ? 
=> ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧି 
=> ପୁସ୍ତକରୁ ଜ୍ଞାନ ସଂଗ୍ରହ 
=> ଅଭିଜ୍ଞତାର ପରିବର୍ତ୍ତନ 
=> ଆଚରଣର ପରିବର୍ତ୍ତନ.. 
63) ଗୋଟିଏ ଉତ୍ତମ ପରୀକ୍ଷଣର କେଉଁ ଗୁଣ ଥାଏ ? 
=> ବିଶ୍ବସନିୟତା 
=> ବୈଧତା 
=> ଉପଯୋଗୀତା
=> ଏ ସମସ୍ତ..
64) ବୃଦ୍ଧି ଓ ବିକାଶ ସମ୍ବନ୍ଧିୟ କେଉଁ ଉକ୍ତିଟି ଠିକ୍ ? 
=> ବିକାଶ ଶାରୀରିକ ବୃଦ୍ଧି ସୁଚାଉଥିବାବେଳେ ବୃଦ୍ଧି ଶିଶୁର କାର୍ଯ୍ୟ ପ୍ରକ୍ରିୟାକୁ ସୂଚାଇଥାଏ 
=> ବିକାଶ ସାରା ଜୀବନ ଘଟିଥାଏ ମାତ୍ର ବୃଦ୍ଧି ଏକ ନିର୍ଦ୍ଧିଷ୍ଟ ବୟସରେ ବନ୍ଦ ହୋଇଥାଏ.. 
=> ପରିପକ୍ଵନରେ ବିକାଶର ଅନ୍ତ ଘଟିଥାଏ 
=> ବିକାଶ ପରିମାଣାତ୍ମକ ମାତ୍ର ବୃଦ୍ଧି ଗୁଣାତ୍ମକ ପ୍ରକ୍ରିୟା 
65) ଶିଶୁମାନଙ୍କର ଭାଷା ବିକାଶର ଚାରୋଟି ପର୍ଯ୍ୟାୟ କେଉଁ କ୍ରମରେ ଘଟେ ?
ଉତ୍ତର : ହସ ଓ କାନ୍ଦ, ଦୁଇ ଶବ୍ଦ ବିଶିଷ୍ଟ ସ୍ୱର, ବାକ୍ୟାନ୍ସ କହିବା, ଶବ୍ଦଭଣ୍ଡାର ବୃଦ୍ଧି 
66) ଆତ୍ମକୈନ୍ଦ୍ରିକ ଚିନ୍ତାଧାରା ଶିଶୁର ବୌଦ୍ଧିକ ବିକାଶର କେଉଁ ପର୍ଯ୍ୟାୟରେ ବିକଶିତ ହୋଇଥାଏ ? 
=> ସ୍ଥୁଳ ସଂକାର୍ଯ୍ୟଧର୍ମୀ
=> ପ୍ରାକ୍ ସଂକାର୍ଯ୍ୟଧର୍ମୀ.. 
=> ବିମୂର୍ତ୍ତ ସଂକାର୍ଯ୍ୟଧର୍ମୀ
=> ସମ୍ବେଦିକାରକ 
67) ଶିଶୁର କ୍ରୋଧ ଶାନ୍ତ କରାଇବା ପାଇଁ କି ପଦକ୍ଷେପ ନିଆଯିବ ? 
=> ଶିଶୁକୁ ଭୟବିତ କରାଇବା 
=> ଶିଶୁ ମନରେ ପ୍ରୀତିକର ଭାବ ସୃଷ୍ଟି କରିବା.. 
=> ଶିଶୁକୁ ପାଠ ପଢାରେ ଲଗାଇବା 
=> ଶିଶୁକୁ ଶାରୀରିକ ଦଣ୍ଡ ଦେବା 
68) ବିକାଶର କେଉଁ ପର୍ଯ୍ୟାୟରେ ପୁଅମାନଙ୍କର ପୁରୁଷ- ସୁଲଭ ଓ ଝିଅମାନଙ୍କର ନାରୀସୁଲଭ ଲକ୍ଷଣମାନ ଦେଖାଯାଏ ? 
=> ଆଦ୍ୟ ପରିଣତ ଅବସ୍ଥା 
=> କୈଶୋରାଵସ୍ଥା 
=> ପ୍ରାକ୍ କୈଶୋରାଵସ୍ଥା.. 
=> ପ୍ରାନ୍ତ ବାଲ୍ୟାବସ୍ଥା 
69) ସକାରାତ୍ମକ ଅନ୍ତରଣ କ'ଣ ? 
=> ପୂର୍ବ ଶିକ୍ଷଣ ପରବର୍ତ୍ତୀ ଶିକ୍ଷଣକୁ ସାହାଯ୍ୟ କରେ.. 
=> ପୂର୍ବ ଶିକ୍ଷଣର ପରବର୍ତ୍ତୀ ଶିକ୍ଷଣ ଉପରେ କିଛି ପ୍ରଭାବ ନଥାଏ 
=> ପୂର୍ବ ଶିକ୍ଷଣ ପରବର୍ତ୍ତୀ ଶିକ୍ଷଣରେ ବାଧା ସୃଷ୍ଟି କରେ => ଏଥି ମଧ୍ୟରୁ କୌଣସିଟି ନୁହେଁ 
70) କେଉଁଟି କାର୍ଯ୍ୟ ମାଧ୍ୟମରେ ଶିକ୍ଷଣ ପଦ୍ଧତି ଅନ୍ତର୍ଭୁକ୍ତ ? 
=> ଅଭ୍ୟାସ ପଦ୍ଧତି 
=> ବର୍ଣ୍ଣନା ପଦ୍ଧତି 
=> ଆଲୋଚନା ପଦ୍ଧତି 
=> ପ୍ରକଳ୍ପ ପଦ୍ଧତି.. 
71) କେନ୍ଦ୍ରୀୟ ପ୍ରବଣତାଗୁଡିକରେ ମଧ୍ୟରୁ କେଉଁଟି ଅପେକ୍ଷାକୃତ ସ୍ଥିର ? 
=> ମଧ୍ୟମା 
=> ଗରିଷ୍ଠକ 
=> ମାଧ୍ୟମାନ.. 
=> କୌଣସିଟି ନୁହେଁ 
72) କେଉଁଟି ପାଠ୍ୟକ୍ରମ ପ୍ରସ୍ତୁତିର ଗୋଟିଏ ଵିଧି ନୁହେଁ ? 
=> ଉଦ୍ଦେଶ୍ୟଭିତ୍ତିକ 
=> ସମାଜଭିତ୍ତିକ
=> ଶିକ୍ଷକଭିତ୍ତିକ.. 
=> ମନସ୍ତତ୍ତ୍ୱଭିତ୍ତିକ 
73) କେଉଁଟି ପାଠ୍ୟକ୍ରମରେ ଥାଏ ? 
=> ଲକ୍ଷ୍ୟ 
=> ମୂଲ୍ୟାୟନ 
=> ବିଷୟବସ୍ତୁ 
=> ଏ ସମସ୍ତ.. 
74) ମୂଲ୍ୟାୟନ ଓ ପରିମାପନ ସମ୍ବନ୍ଧରେ କେଉଁ ଉକ୍ତିଟି ଠିକ ? 
=> ଉଭୟ ସମାନ ପ୍ରକ୍ରିୟାକୁ ବୁଝାନ୍ତି  
=> ମୂଲ୍ୟାୟନ ପରିମାଣାତ୍ମକ ମାତ୍ର ପରିମାପନ ଗୁଣାତ୍ମକ
=> ମୂଲ୍ୟାୟନ ପରିମାପନ ଉପରେ ପର୍ଯ୍ୟବେସିତ.. 
=> ସମସ୍ତ ଉକ୍ତି ଠିକ୍
75) କିଏ ଅଭିପ୍ରେରଣର ଏକ କାରକ ? 
=> ସମୟାନୁବର୍ତ୍ତୀତା 
=> ପ୍ରୋତ୍ସାହନ.. 
=> ପ୍ରଶ୍ନୋତ୍ତର 
=> ଅଭ୍ୟାସ 
76) କେଉଁ ଲକ୍ଷଣ ଶିକ୍ଷଣ-ଅପାରଗ ଶିକ୍ଷାର୍ଥୀଙ୍କଠାରେ ଦେଖାଯାଏ ନାହିଁ ? 
=> ଲେଖିଲାବେଳେ ଅକ୍ଷର ଛାଡ଼ିଯିବା 
=> ଅନ୍ୟମନସ୍କ ଭାବରେ କମା କରିବା 
=> ସଂଖ୍ୟାଗୁଡିକୁ ଭୁଲ୍ କରି ଲେଖିବା 
=> ବୁଧ୍ୟାଙ୍କ 90 ରୁ କମ୍.. 
77) ଜଣେ ବ୍ୟକ୍ତି ଭବିଷ୍ୟତରେ ସଫଳ ଶିକ୍ଷକ ହୋଇ ପାରିବେ କି ନାହିଁ ଜାଣିବା ପାଇଁ କେଉଁ ପରୀକ୍ଷଣ କରାଯିବ ? 
=> ଅଭିଯୋଗ୍ୟତା.. 
=> ଏକକ 
=> କୃତି 
=> ନୈଦାନୀକ 
78) କେଉଁ ଉକ୍ତିଟି ଶିକ୍ଷକ-କୈନ୍ଦ୍ରିକ ଶିକ୍ଷଣ ପାଇଁ ପ୍ରଯୁଜ୍ୟ ? 
=> ଶିକ୍ଷକ ଅଧିକ ସକ୍ରିୟ ରହନ୍ତି.. 
=> ଶିକ୍ଷକ ଶିକ୍ଷାର୍ଥୀ ଘରେ ଶିକ୍ଷାଦାନ କରନ୍ତି 
=> ଶିକ୍ଷାର୍ଥୀ ନିଜେ ନିଜେ ବହି ପଢି ଜ୍ଞାନ ଲାଭ କରନ୍ତି 
=> ଶିକ୍ଷକ, ଶିକ୍ଷଣ-ସହାୟକ ରୂପେ କାର୍ଯ୍ୟ କରନ୍ତି 
79) କେତେକ ପ୍ରାପ୍ତ|ଙ୍କର ମାଧ୍ୟମାନ x, ସେମାନଙ୍କର ମଧ୍ୟମା y ଏବଂ ଗରିଷ୍ଠକ z ହେଲେ, ନିମ୍ନୋକ୍ତ କେଉଁଟି ଠିକ୍ ? 
=> Y=z+3x/2
=> Y=z+2x/3..
=> Y=2z+x/3
=> Y=z+x/2
==>  Mode=3median-2mean
         ଗରିଷ୍ଠକ=3ମଧ୍ୟମା-2ମାଧ୍ୟମାନ 
            z=3y-2x
           3y=z+2x
            y=z+2x/3
80) କିଏ ଅଭ୍ୟାସ ବିଧିର ଏକ ଉପଵିଧି ନୁହେଁ ? 
=> ଫଳାଫଳ ଵିଧି.. 
=> ସାମ୍ପ୍ରତ୍ୟ ଵିଧି 
=> ଅନୁପଯୋଗ ଵିଧି 
=> ଉପଯୋଗ ଵିଧି 
81) କେଉଁଟି ଶିକ୍ଷଣ ଵକ୍ରରେ ସମତଳକ୍ଷେତ୍ର ଦେଖାଯିବାର କାରଣ ନୁହେଁ ? 
=> ଶିକ୍ଷଣ ପ୍ରତି ଆଗ୍ରହର ଅଭାବ 
=> ସହଜ ଶିକ୍ଷଣ ବିଷୟ.. 
=> ଅନୁପଯୁକ୍ତ ଶିକ୍ଷଣ ପଦ୍ଧତି 
=> ବିଶ୍ରାମର ଅଭାବ 
82) ଶିକ୍ଷାର୍ଥୀ ସର୍ବନିମ୍ନ ଶିକ୍ଷଣସ୍ତର ହାସଲ କରିବା ପାଇଁ କ'ଣ ଆବଶ୍ୟକ ? 
=> ପାଠ୍ୟ ପୁସ୍ତକ 
=> ଉପଯୁକ୍ତ ଦୃଶ୍ୟଶ୍ରାବ୍ୟ ଉପକରଣ 
=> ଶିକ୍ଷକଙ୍କ ଉପଯୁକ୍ତ ନିର୍ଦେଶନା 
=> ଏ ସମସ୍ତ.. 
83) ସାମଗ୍ରିକ ପରିସ୍ଥିତିରୁ ବିଭିନ୍ନ ଅଂଶ ଆଡକୁ ଗତିକରି ଯେଉଁ ଶିକ୍ଷାଲାଭ କରାଯାଏ ତାହା କେଉଁ ଶିକ୍ଷଣ ତତ୍ତ୍ୱ ଉପରେ ଆଧାରିତ ? 
=> ପ୍ରଯତ୍ନ-ପ୍ରମାଦ 
=> ଯାନ୍ତ୍ରିକ-ଅନୁବନ୍ଧ 
=> ଅନୁକ୍ରିୟା-ଅନୁବନ୍ଧ 
=> ଅନ୍ତର୍ଦୃଷ୍ଟି.. 
84) ନିର୍ଦ୍ଧ|ରିତ ଶିକ୍ଷଣ ସ୍ତର ହାସଲ କରିବା ନିମନ୍ତେ କେଉଁ ଶିକ୍ଷା ବ୍ୟବସ୍ଥାଟି ମୁଖ୍ୟତଃ ଉପଯୋଗୀ ? 
=> ଆନୁଷ୍ଠାନିକ ଶିକ୍ଷା 
=> ପାରଦର୍ଶିତା ଶିକ୍ଷା.. 
=> ସମନ୍ବିତ ଶିକ୍ଷା 
=> କେଉଁଟି ନୁହେଁ 
85) କେଉଁଟି ଉପରେ ଶିଶୁର ମୌଳିକ ଜ୍ଞାନ ସଂଗଠନ ନିର୍ଭର କରେ ନାହିଁ ? 
=> ଶିଶୁର ଅଭିଜ୍ଞତା 
=> ଶିଶୁର ଜିଜ୍ଞାସା 
=> ଶିଶୁର ପରିବେଶ.. 
=> ଶିଶୁର ଧାରଣା 
86) କେଉଁଟି ପ୍ରାକ୍ କୈଶୋରାଵସ୍ଥାର ଲକ୍ଷଣ ନୁହେଁ ? 
=> ହଠାତ କ୍ରନ୍ଦନ 
=> ମନୁଆଭାବ
=> ସହିଷ୍ଣୁତା.. 
=> ହଠାତ କ୍ରୋଧ 
87) କେଉଁଟିରେ ମାନସିକ ପ୍ରକ୍ରିୟା ସର୍ବନିମ୍ନ ହୋଇଥାଏ ? 
=> ପର୍ଯ୍ୟବେକ୍ଷଣ 
=> ଅନୁକରଣ.. 
=> ଅନୁସନ୍ଧାନ 
=> ବର୍ଗୀକରଣ 
88) କେଉଁଟିରେ ଶିକ୍ଷାର୍ଥୀ ସକ୍ରିୟ ନଥାଏ ? 
=> ଶିକ୍ଷକଙ୍କ ଶ୍ରେଣୀ ପ୍ରଦର୍ଶନ.. 
=> ଶିକ୍ଷକଙ୍କ ପ୍ରଦତ୍ତ ଗୃହକାର୍ଯ୍ୟ ସମ୍ପାଦନ 
=> ପାଠ୍ୟପୁସ୍ତକସ୍ଥ ଅନୁଶୀଳନୀର ଅଭ୍ୟାସିକରଣ 
=> ପାଠ୍ୟପୁସ୍ତକ ଓ କାର୍ଯ୍ୟପୁସ୍ତକର ବ୍ୟାପକ ଅଧ୍ୟୟନ 
89) ଶ୍ରବଣ ଦୋଷଯୁକ୍ତ ଶିକ୍ଷାର୍ଥୀମାନଙ୍କ ପାଇଁ କେଉଁ ପ୍ରକାର ଶିକ୍ଷାବ୍ୟବସ୍ଥା କରାଯିବା ଉଚିତ ? 
=> ସ୍ୱତନ୍ତ୍ର ଶିକ୍ଷା ବ୍ୟବସ୍ଥା.. 
=> ଅଣ-ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥା 
=> ସମନ୍ବିତ ଶିକ୍ଷା ବ୍ୟବସ୍ଥା 
=> ଅନ୍ତର୍ନିବେଶୀ ଶିକ୍ଷା ବ୍ୟବସ୍ଥା 
90) କେଉଁଟି ପାଠ୍ୟକ୍ରମରେ ସ୍ଥାନ ପାଇଁ ନଥାଏ ? 
=> ଲକ୍ଷ୍ୟ 
=> ବିଷୟବସ୍ତୁ 
=> ମୂଲ୍ୟାୟନ 
=> ଶିକ୍ଷାଦାନ ପଦ୍ଧତି.. 
91) କିଏ ଶୈକ୍ଷିକ ଉଦ୍ଦେଶ୍ୟଗୁଡିକର ପର୍ଯ୍ୟାୟକ୍ରମିକ ବର୍ଗୀକରଣ କରିଥିଲେ ? 
=> ପିଆଜେ
=> ପାଭଲଭ 
=> ଗାଲଟନ୍
=> ବ୍ଲୁମ୍.. 
92) ଶୈଶବାବସ୍ଥାରେ କେଉଁ ମୌଳିକ ଆବେଗଗୁଡିକର ବିକାଶ ଘଟିଥାଏ ? 
=> ଭୟ, ଉଦାସିନତା, ଆନନ୍ଦ 
=> ଭୟ, କ୍ରୋଧ, ଇର୍ଷା 
=> ଭୟ, କ୍ରୋଧ, ବିରକ୍ତି 
=> ଭୟ, କ୍ରୋଧ, ସ୍ନେହ.. 
93) କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ ପାଇଁ ପରୀକ୍ଷାର୍ଥୀ କଠିନ ପରିଶ୍ରମ କରିଥାଏ | ଏହା କେଉଁ ପ୍ରକାର ଅଭିପ୍ରେରଣାକୁ ସୂଚାଏ ? 
=> ଆଭ୍ୟନ୍ତରୀଣ.. 
=> ବାହ୍ୟିକ
=> ଅବେଗିକ 
=> ଅଭିଜ୍ଞତାଭିତ୍ତିକ 
94) କେଉଁ ଚିନ୍ତନ ପ୍ରତିଭାଶାଳୀ ବିଦ୍ୟାର୍ଥୀମାନଙ୍କର ଥାଏ ? 
=> କେନ୍ଦ୍ରାଭିମୁଖୀ 
=> କେନ୍ଦ୍ରାପସାରି.. 
=> ଅନ୍ତର୍ମୁଖୀ 
=> ବସ୍ତୁନିଷ୍ଠ 
95) ଉଦିପକ ଓ ପ୍ରତିକ୍ରିୟାକୁ ଦୃଢ଼ୀଭୁତ କରିବା ନିମନ୍ତେ ପୁନରାବୃତ୍ତି ଆବଶ୍ୟକ | ଏହା ଶିକ୍ଷଣର କେଉଁ ନିୟମ ଉପରେ ଆଧାରିତ ? 
=> ପ୍ରସ୍ତୁତି 
=> ଅଭ୍ୟାସ.. 
=> ଫଳାଫଳ 
=> ଉପଯୋଗ 
96) ପ୍ରଶ୍ନପତ୍ର ନକ୍ସାର ତିନୋଟି ମାତ୍ରାରେ କେଉଁଟି ପ୍ରଦର୍ଶିତ ହୋଇ ନଥାଏ ? 
=> ବିଷୟବସ୍ତୁ 
=> ଜଟିଳତା.. 
=> ଶିକ୍ଷଣ ଉଦ୍ଦେଶ୍ୟ 
=> ପ୍ରଶ୍ନର ପ୍ରକାରଭେଦ
97) କେଉଁ ପର୍ଯାୟରୁ ଶିଶୁର ବିକାଶ ଆରମ୍ଭ ହୋଇଥାଏ ? 
=> ଭୃଣ ସୃଷ୍ଟିଠାରୁ.. 
=> ଜନ୍ମଠାରୁ 
=> ଶୈଶବାବସ୍ଥାଠାରୁ 
=> ବାଲ୍ୟାବସ୍ଥାଠାରୁ 
98) କେଉଁଟି ମାନକ ପାଠ୍ୟପୁସ୍ତକର ଏକ ଗୁଣାବଳୀ ନୁହେଁ ? 
=> ନମନୀୟତା 
=> ଆବଶ୍ୟକତା 
=> ଉପାଦେୟତା 
=> ବ୍ୟକ୍ତିଭିତ୍ତିକ.. 
99) ଏକ ବିତରଣର ମାଧ୍ୟମାନ ଓ ମଧ୍ୟମା ଯଥାକ୍ରମେ 50 ଓ 45 | ତେବେ ଏହାର ଗରିଷ୍ଠକ କେତେ ? 
=> 35..
=> 36
=> 37
=> 40 
==> ଗରିଷ୍ଠକ=3ମଧ୍ୟମା-2ମାଧ୍ୟମାନ 
                   =3×45-2×50
                   =135-100
                   =35 (Ans)
100) କେଉଁ ପରୀକ୍ଷଣ ଦ୍ୱାରା ପ୍ରତିଭାଶାଳୀ ବିଦ୍ୟାର୍ଥୀମାନଙ୍କୁ ଚି଼ହ୍ନଟ କରାଯାଇଥାଏ ? 
=> ବୁଦ୍ଧି ପରୀକ୍ଷଣ 
=> କୃତି ପରୀକ୍ଷଣ 
=> ଶିକ୍ଷକ କୃତ ପରିକ୍ଷଣ 
=> ଏ ସମସ୍ତ.. 
101) ନିମ୍ନୋକ୍ତ କେଉଁ ଶିକ୍ଷଣ ପଦ୍ଧତିରେ ମାନସିକ କାର୍ଯ୍ୟ ଅଧିକ ଆବଶ୍ୟକ ? 
=> ପର୍ଯ୍ୟବେକ୍ଷଣ 
=> ପରୀକ୍ଷଣ..
=> ଅନୁକରଣ 
=> ଚିହ୍ନଟିକରଣ 
102) କେଉଁଟି ପ୍ରାକ୍-କୈଶୋର ଅବସ୍ଥାରେ ଶିକ୍ଷାର୍ଥୀର ଏକ ଲକ୍ଷଣ ନୁହେଁ ? 
=> ନିଜ କାର୍ଯ୍ୟପ୍ରତି ଅନ୍ୟର ଦୃଷ୍ଟି ଆକର୍ଷଣ କରିବା 
=> ନିଜ ଦଳ ପ୍ରତି ଆନୁଗତ୍ୟ ପ୍ରକାଶ 
=> ନୂଆ ବିଷୟ ପ୍ରତି ଆଗ୍ରହ ପ୍ରକାଶ କରିବା 
=> ପରିଶ୍ରମ ନ କରି ଲକ୍ଷ୍ୟହାସଲ କରିବାକୁ ଇଚ୍ଛା କରିବା 
103) ସାଧାରଣତଃ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ବିକାଶଧାରାର କେଉଁ ପର୍ଯ୍ୟାୟରେ ପହଁଚିଯାଏ ? 
=> ଆଦ୍ୟ ବାଲ୍ୟାବସ୍ଥା 
=> ପ୍ରାନ୍ତ ବାଲ୍ୟାବସ୍ଥା 
=> ପ୍ରାକ୍-କୈଶୋରାଵସ୍ଥା 
=> କୈଶୋରାଵସ୍ଥା 
104) କେଉଁଟି ଗରିଷ୍ଠକ ନିର୍ଣ୍ଣୟ କରିବାର ସୂତ୍ର ? 
=> 3ମଧ୍ୟମା-2ମାଧ୍ୟମାନ
=>  3ମଧ୍ୟମା+2ମାଧ୍ୟମାନ
=> 3ମାଧ୍ୟମାନ-2ମଧ୍ୟମା
=>  3ମାଧ୍ୟମାନ+2ମଧ୍ୟମା
105) ଶିକ୍ଷକଙ୍କ ଦ୍ୱାରା ପ୍ରସ୍ତୁତି ଦୈନିକ ପାଠଟୀକାରେ କ'ଣ ନଥାଏ ? 
=> ଶିକ୍ଷଣ ପ୍ରସଙ୍ଗ 
=> ମୂଲ୍ୟାୟନ ପ୍ରଶନାବଳି.. 
=> ପାଠ୍ୟ ବିଷୟବସ୍ତୁର ସଂକ୍ଷିପ୍ତ ବିବରଣୀ 
=> ଶିକ୍ଷଣ ଶିକ୍ଷାଦାନ ସାମଗ୍ରୀ 
106) ପ୍ରତିଭାଶାଳୀ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାଦାନ ନିମନ୍ତେ ଶିକ୍ଷକ କ'ଣ କରିବା ଆବଶ୍ୟକ ? 
=> ଜିଜ୍ଞାସାମୂଳକ ପ୍ରଶ୍ନ ପଚାରିବେ 
=> ବିକ୍ଷିପ୍ତଚିନ୍ତନମୂଳକ ପ୍ରଶ୍ନ ପଚାରିବେ 
=> ବିସ୍ଲେସଣାତ୍ମକ ପ୍ରଶ୍ନ ପଚାରିବେ 
=> ଏ ସମସ୍ତ.. 
107) ବିଦ୍ୟାଳୟ କାର୍ଯ୍ୟନିଘଣ୍ଟ ପ୍ରସ୍ତୁତିର ମୁଖ୍ୟ ଉଦ୍ଦେଶ୍ୟ କ'ଣ ? 
=> ଦୈନିକ କାର୍ଯ୍ୟ ସମୟକୁ ପିରିୟଡ଼ରେ ବଣ୍ଟନ 
=> ଶିକ୍ଷାଦାନ ନିମନ୍ତେ ଶିକ୍ଷକମାନଙ୍କ ମଧ୍ୟରେ ବିଷୟ ବଣ୍ଟନ 
=> ବିଭିନ୍ନ ପିରିୟଡ଼ପାଇଁ ଭିନ୍ନ ଭିନ୍ନ ବିଷୟ ବଣ୍ଟନ 
=> ଏ ସମସ୍ତ.. 
108) କେଉଁ ଶିକ୍ଷଣ ତତ୍ତ୍ୱ ସହ କୋହେଲର ସମ୍ପର୍କିତ ? 
=> ପ୍ରଯତ୍ନ ଓ ପ୍ରମାଦ 
=> ଅନ୍ତର୍ଦୃଷ୍ଟି.. 
=> ଯାନ୍ତ୍ରିକ ଅନୁବନ୍ଧ
=> ସାପେକ୍ଷ ପ୍ରତିଵର୍ତ 
109) ୱ|ଲସଙ୍କ ମତରେ ସୃଜନଶୀଳ କାର୍ଯ୍ୟ, କ୍ରମାନ୍ଵୟରେ ଚାରିଗୋଟି ସ୍ତରରେ ସମ୍ପନ୍ନ ହୋଇଥାଏ | ଏହାର ଚତୁର୍ଥ ସ୍ତରଟି କ'ଣ ? 
=> ଅଧିପାଳନ 
=> ଅନୁପ୍ରେରଣା 
=> ସତ୍ୟତା ନିରୂପଣ.. 
=> ଉପସ୍ଥାପନ 
110) ନିମ୍ନୋକ୍ତ କେଉଁ ଶିକ୍ଷଣ ନିୟମ ଦତ୍ତ ଗୃହକାର୍ଯ୍ୟ ସମ୍ପାଦନ ସହ ସମ୍ପର୍କିତ ? 
=> ପ୍ରସ୍ତୁତି 
=> ଅନୁଶୀଳନ.. 
=> ଅନୁବନ୍ଧ 
=> ଫଳାଫଳ 
111) ଏକକ ପାଠ ଯୋଜନାରେ କ'ଣ ନ ଥାଏ ? 
=> ଶିକ୍ଷାର୍ଥୀର ଦକ୍ଷତା.. 
=> ଉପ-ଏକକମାନଙ୍କର ଶିକ୍ଷଣ ଉଦ୍ଦେଶ୍ୟ 
=> ପ୍ରତ୍ୟେକ ଉପ-ଏକକ ପାଇଁ ଆବଶ୍ୟକ ପିରିୟଡ଼ ସଂଖ୍ୟା 
=> ଶିକ୍ଷାଦାନ-ଶିକ୍ଷଣ ଉପକରଣ 
112) ପ୍ରତିଭାଶାଳୀ ଶିକ୍ଷାର୍ଥୀଙ୍କୁ ଚିହିଁବା ପାଇଁ ନିମ୍ନୋକ୍ତ କେଉଁ ପଦ୍ଧତିଟି ଉପଯୁକ୍ତ ନୁହେଁ ? 
=> କୃତି ପରୀକ୍ଷଣ 
=> ଅଭିଯୋଗ୍ୟତା ପରୀକ୍ଷଣ 
=> ନିଦାନାତ୍ମକ ପରୀକ୍ଷଣ.. 
=> ବୁଦ୍ଧି ପରୀକ୍ଷଣ 
113) ନିମ୍ନୋକ୍ତ କେଉଁଟି ମୁଖ୍ୟତଃ ଶିକ୍ଷଣ ପ୍ରକ୍ରିୟା ସହ ସମ୍ପର୍କିତ ? 
=> ପୁନର୍ବଳନ 
=> ପରିବେଶ 
=> ପ୍ରଶିକ୍ଷଣ 
=> ଏ ସମସ୍ତ..
114) ଅଭିନୟ କେଉଁ ପ୍ରକାର ଅନୁକରଣର ଏକ ଉଦାହରଣ ?
=> କ୍ରିୟାତ୍ମକ
=> ଜ୍ଞାତ..
=> ଅଜ୍ଞାତ
=> ସହାନୁଭୂତି
115) ଶିଶୁର ଶିକ୍ଷଣ ସାମର୍ଥ୍ୟ ମୁଖ୍ୟତଃ କାହା ଉପରେ ନିର୍ଭର କରେ ?
=> ପରିବେଶ
=> ପର୍ଯ୍ୟବେକ୍ଷଣ
=> ପରିଭ୍ରମଣ
=> ପରିପକ୍ଵନ..
116) ପାରଦର୍ଶିତା ଶିକ୍ଷଣ ପାଇଁ କ'ଣ ଆବଶ୍ୟକ ?
=> ସୁସଙ୍ଗଠିତ ପାଠଦାନ
=> ଶିକ୍ଷଣ ଅସୁବିଧା ଦୂରୀକରଣ
=> ପର୍ଯ୍ୟାୟ ସମୟ
=> ଉପରୋକ୍ତ ସମସ୍ତ..
117) କେଉଁଟି ଏକ ଶିକ୍ଷଣ ପଦ୍ଧତି ନୁହେଁ ?
=> ପର୍ଯ୍ୟବେକ୍ଷଣ
=> ଅନୁକରଣ
=> ଆବିଷ୍କାର
=> ପ୍ରଶିକ୍ଷଣ..
118) ଓ.ଟି.ଇ.ଟି କେଉଁ ପ୍ରକାର ମୂଲ୍ୟାୟନ ଅନ୍ତର୍ଗତ ?
=> ନୈଦାନିକ
=> ଗଠନାତ୍ମକ
=> ସମାପ୍ତିସୂଚକ
=> ବ୍ୟବସ୍ଥାନ..
119) ମନ୍ଥରଗାମୀ ଶିକ୍ଷାର୍ଥୀଙ୍କ ବୁଧ୍ୟାଙ୍କ ସାଧାରଣତଃ କେତେ ?
=> 60 ରୁ କମ୍
=> 60 ରୁ 80 ମଧ୍ୟରେ..
=> 90 ରୁ 110 ମଧ୍ୟରେ
=> 110 ରୁ ଅଧିକ
120) ନିମ୍ନସ୍ଥ କେଉଁ ମନସ୍ତତ୍ତ୍ୱବିତ୍ ଯେଉଁ ପଶୁ ଉପରେ ପରୀକ୍ଷା କରି ନିଜର ଶିକ୍ଷଣ ପଦ୍ଧତି ଆବିଷ୍କାର କରିଥିଲେ, ତାହାର ଠିକ ଯୋଡି କେଉଁଟି ?
=> କୋହଲର - ସିମ୍ପାଞ୍ଜି..
=> ଥର୍ଣ୍ଣଡାଇକ୍ - କୁକୁର
=> ପାଭଲଭ - ମୂଷା
=> ସ୍କିନର - ବିରାଡ଼ି
121) ଡେଲ୍ ଙ୍କ ଅଭିଜ୍ଞତା ଶଙ୍କୁର ସର୍ବାଗ୍ରେ କ'ଣ ରହିଛି ?
=> ମୌଖିକ ସଂକେତ..
=> ପ୍ରତ୍ୟକ୍ଷ ଅଭିଜ୍ଞତା
=> ପରୋକ୍ଷ ଅଭିଜ୍ଞତା
=> ଦୃଶ୍ୟ ସଂକେତ
122) "ଶିଶୁ ଏକ କୋମଳ ଚାରା ଗଛ ସଦୃଶ" -ଏହା କାହାର ମତ ?
=> ଫ୍ରେ|ବେଲ..
=> ରୂଶୋ
=> ମଣ୍ଟେସୋରି
=> ପେଷ୍ଟାଲୋଜି
123) କେଉଁଟି ଶିକ୍ଷାର୍ଥୀକୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥା ସହ ସମ୍ପର୍କିତ ନୁହେଁ ?
=> ଶିକ୍ଷକ ପଥପ୍ରଦର୍ଶକ ରୂପେ କାର୍ଯ୍ୟ କରନ୍ତି
=> ଶିକ୍ଷାର୍ଥୀ ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ
=> ଶିଶୁର ଶିକ୍ଷଣ ଅନୁଭୁତି ଉପରେ ଗୁରୁତ୍ୱ ପ୍ରଦାନ
=> ଶିକ୍ଷକଙ୍କ ପ୍ରଶ୍ନୋତ୍ତର ମାଧ୍ୟମରେ ଶିକ୍ଷାଦାନ..
124) ଆମ ରାଜ୍ୟର ପ୍ରାଥମିକ ଶିକ୍ଷା ନିମ୍ନୋକ୍ତ କେଉଁ ଶ୍ରେଣୀରୁ କେଉଁ ଶ୍ରେଣୀର ପିଲାମାନଙ୍କର ଶିକ୍ଷାକୁ ବୁଝାଉଛି  ?
=> ପ୍ରଥମ ରୁ ତୃତୀୟ
=> ପ୍ରଥମ ରୁ ପଞ୍ଚମ
=> ପ୍ରଥମ ରୁ ସପ୍ତମ
=> ପ୍ରଥମ ରୁ ଅଷ୍ଟମ..
125) ଅନୁବନ୍ଧନ ଶିକ୍ଷଣ ତତ୍ତ୍ୱର ପ୍ରବର୍ତ୍ତକ କିଏ ଥିଲେ ?
=> ଥର୍ଣ୍ଣଡାଇକ୍
=> କୋହଲର
=> ପାଭଲଭ..
=> କୋଫକା
126) " ପେଡାଗୋଜି " କାହାକୁ କୁହାଯାଏ ?
=> ଶିକ୍ଷଣ ସମ୍ବନ୍ଧୀୟ ବିଜ୍ଞାନ
=> ଶିକ୍ଷାଯୋଜନା ସମ୍ପର୍କୀୟ ବିଜ୍ଞାନ
=> ଶିକ୍ଷାଦାନ ସମ୍ବନ୍ଧୀୟ ବିଜ୍ଞାନ..
=> ଶୈକ୍ଷିକ ପରୀକ୍ଷଣ ବିଜ୍ଞାନ
127) ହରଲକ୍ ଙ୍କ ମତରେ ଆଦ୍ୟାବାଲ୍ୟାବସ୍ଥା ବୟସ ସୀମା କେତେ ?
=> 2 ରୁ 6 ବର୍ଷ..
=> 6 ରୁ 10 ବର୍ଷ
=> 2 ରୁ 10 ବର୍ଷ
=> 0 ରୁ 6 ବର୍ଷ
128) ବିକାଶର କେଉଁ ଅବସ୍ଥାରେ ଶିଶୁ ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ ବୁଝିପାରେ ?
=> ଶୈଶବ ଅବସ୍ଥା
=> ଆଦ୍ୟାବାଲ୍ୟାବସ୍ଥା..
=> ପ୍ରାନ୍ତବାଲ୍ୟାବସ୍ଥା
=> ପ୍ରାକ୍ କୈଶୋରାଵସ୍ଥା
129) କେଉଁ ଉକ୍ତିଟି ବିକାଶର ନିୟମକୁ ବୁଝାଉଛି ?
=> ବିକାଶ ସର୍ବଦା ସମାନ ଭାବରେ ଘଟିଥାଏ
=> ବିକାଶ ସମାଜ-କୈନ୍ଦ୍ରିକ ଅଟେ
=> ବିକାଶ ଏକ ଧାରାବାହିକ ପ୍ରକ୍ରିୟା..
=> ବିକାଶ ଏକ ପରିମାଣାତ୍ମକ ପ୍ରକ୍ରିୟା
130) ବୁଦ୍ଧି ସମ୍ପର୍କୀୟ ଦୁଇ-ଉତ୍ପାଦକ ତତ୍ତ୍ୱର ପ୍ରବର୍ତ୍ତକ କିଏ ?
=> ସ୍ପିୟରମ୍ୟାନ..
=> ଗାଲଟନ୍
=> ବିନେ
=> ଟରମ୍ୟାନ୍
131) ଶିକ୍ଷାର୍ଥୀମାନଙ୍କର ଆଚରଣ ଅନୁଧ୍ୟାନ କରିବା ପାଇଁ କେଉଁ ପଦ୍ଧତି ଅବଲମ୍ବନ କରାଯାଇଥାଏ ?
=> ପର୍ଯ୍ୟବେକ୍ଷଣ
=> ସାକ୍ଷାତକାର
=> ସଂପରୀକ୍ଷଣ
=> ଉପରୋକ୍ତ ସମସ୍ତ..
132) " Nothing succeeds like success"- ଏହି ଉକ୍ତିଟି ଥର୍ଣ୍ଣଡାଇକ୍ ଙ୍କ ଶିକ୍ଷଣ ନିୟମର କେଉଁ ଵିଧି ଉପରେ ପର୍ଯ୍ୟବେସିତ ?
=> ଅଭ୍ୟାସ
=> ପ୍ରସ୍ତୁତି
=> ଫଳାଫଳ..
=> ସାମ୍ପ୍ରତ୍ୟ
133) କେଉଁଟି ସଂଶୋଧନୀ ଶିକ୍ଷଣ ପାଇଁ ଉପଯୁକ୍ତ ପଦ୍ଧତି ?
=> ଗୃହ କାର୍ଯ୍ୟ
=> ଶିକ୍ଷକଙ୍କ ଦଳଗତ ଆଲୋଚନା
=> ସହଯୋଗ ଭିତ୍ତିକ ଶିକ୍ଷଣ..
=> ଅଭ୍ୟାସିକରଣ
134) ଟରମାନ୍ ଙ୍କ ମତରେ ମେଧାବୀ ଛାତ୍ରଙ୍କ ବୁଧ୍ୟାଙ୍କ କେତେ ?
=> 100
=> 100 ରୁ 120
=> 120 ରୁ 140
=> 140 ରୁ ଅଧିକ..
135) ମନ୍ଥରଗାମୀ ଶିକ୍ଷାର୍ଥୀଙ୍କୁ ଚିହିଁବା ପାଇଁ କେଉଁ ପଦ୍ଧତି ଉପଯୋଗୀ ନୁହେଁ ?
=> ବୁଦ୍ଧି ପରୀକ୍ଷଣ
=> ପିତାମାତାଙ୍କ ସହ ସାକ୍ଷାତକାର..
=> ଶିକ୍ଷକଙ୍କର ପର୍ଯ୍ୟବେକ୍ଷଣ
=> କୃତି ପରୀକ୍ଷଣ
136) କେଉଁଟି ଅନ୍ତଃ - ଅଭିପ୍ରେରଣର ଉଦାହରଣ ?
=> ଅଭିଳାଷ..
=> ପ୍ରଶଂସା
=> ପ୍ରୋତ୍ସାହନ
=> ପୁରସ୍କାର
137) ଜଣେ ଛାତ୍ର 7ମ ଶ୍ରେଣୀରେ ନାମଲେଖାଇବା ପାଇଁ ଉପଯୁକ୍ତ କି ନୁହେଁ ଜାଣିବା ପାଇଁ କି ପ୍ରକାର ମୂଲ୍ୟାୟନ କରିବା ଉଚିତ ?
=> ବ୍ୟବସ୍ଥାନ..
=> ଗଠନ ମୂଳକ
=> ନୈଦାନୀକ
=> ସମାପ୍ତି ସୂଚକ
138) ଆଦିବାସୀ ପିଲାମାନଙ୍କର ଭାଷାଗତ ସମସ୍ୟା ଦୂର କରିବା ପାଇଁ ଶିକ୍ଷାଦାନ ସମୟରେ ଶିକ୍ଷକ କେଉଁ ଭାଷା ବ୍ୟବହାର କରିବା ଉଚିତ ?
=> ପିଲାମାନଙ୍କ କଥିତ ଭାଷା
=> ମାନକ ଭାଷା
=> ପୁସ୍ତକ ଭାଷା
=> ଉଭୟ ପୁସ୍ତକ ଓ କଥିତ ଭାଷା..
139) କେଉଁ ଶିକ୍ଷଣ ପଦ୍ଧତି କାର୍ଯ୍ୟ-ଭିତ୍ତିକ ନୁହେଁ ?
=> ମୌଳିକ ଶିକ୍ଷା ପଦ୍ଧତି
=> ବିଜ୍ଞାନାଗାର ପଦ୍ଧତି
=> କ୍ରୀଡା ପଦ୍ଧତି
=> ପ୍ରଶ୍ନୋତ୍ତର ପଦ୍ଧତି..
140) କେଉଁଟି ପେଶୀୟ ସଂଚାଳନ ଶିକ୍ଷଣ ସହ ସମ୍ପୃକ୍ତ ନୁହେଁ ?
=> ଚିତ୍ରାଙ୍କନ
=> ଅନୁକରଣ..
=> ସାଇକେଲ ଚାଳନା
=> ଟାଇପ କରିବା
141) ପ୍ରାଥମିକ ବିଦ୍ୟାଳୟରେ ଦ୍ୱେତଶ୍ରେଣୀ ଶିକ୍ଷାଦାନ ବ୍ୟବସ୍ଥା କାହିଁକି ଥାଏ ?
=> ଶ୍ରେଣୀ ଗୃହର ଅଭାବ
=> ଶିକ୍ଷକଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ
=> ଶ୍ରେଣୀ ଅନୁପାତରେ କମ୍ ସଂଖ୍ୟକ ଶିକ୍ଷକ ଥିବାରୁ..
=> ଶୃଙ୍ଖଳା ରକ୍ଷା - କରିବା ନିମନ୍ତେ
142) "ଏକ ଉଦ୍ଦୀପକର ସ୍ୱାଭାବିକ ପ୍ରତିକ୍ରିୟା ଏକ ବିକଳ୍ପ ଉଦ୍ଦୀପକ ସହ ଅନୁବନ୍ଧିତ କରାଯାଇ ପାରିବ | ଏହା କେଉଁ ଶିକ୍ଷଣ ତତ୍ତ୍ୱ ସହ ସମ୍ପର୍କିତ ?
=> ସାପେକ୍ଷ-ପ୍ରତିଵର୍ତ..
=> ପ୍ରଯତ୍ନ-ପ୍ରମାଦ
=> ଅନ୍ତର୍ଦୃଷ୍ଟି
=> ଯାନ୍ତ୍ରିକ ଅନୁବନ୍ଧ
143) ନିମ୍ନଲିଖିତ ଗୁଡିକ ମଧ୍ୟରୁ କେଉଁଟି ଭୁଲ୍?
=> ବିକାଶ ଏକ ଜୀବନବ୍ୟାପୀ ପ୍ରକ୍ରିୟା
=> ବିକାଶ ସର୍ବଦା ସମାନଭାବେ ଘଟିଥାଏ..
=> ବିକାଶ ବ୍ୟକ୍ତିକୈନ୍ଦ୍ରିକ ଅଟେ
=> ପରିପକ୍ଵନରେ ବିକାଶର ଅନ୍ତ ଘଟେ ନାଇଁ
144) ଶିଶୁର ମାନସିକ ସ୍ୱାସ୍ଥ୍ୟ କାହାଦ୍ୱାରା ପ୍ରଭାବିତ ହୋଇଥାଏ ?
=> ପିତାମାତାଙ୍କର ଅଭିଳାଷ
=> ଶିକ୍ଷକଙ୍କ ବ୍ୟବହାର
=> ସହପାଠୀମାନଙ୍କ ବ୍ୟବହାର
=> ଏ ସମସ୍ତ..
145) ପୂର୍ଣ୍ଣ ଓ ଆଂଶିକ ଧାରଣାବାଦି ଶିକ୍ଷଣ କେଉଁ ଶିକ୍ଷଣ ମତବାଦ ଉପରେ ପର୍ଯ୍ୟବେସିତ ?
=> ପ୍ରଯତ୍ନ-ପ୍ରମାଦ
=> ଅନ୍ତର୍ଦୃଷ୍ଟି..
=> କ୍ଷେତ୍ରୀୟତତ୍ତ୍ୱ
=> କରଣବାଦ
146) କେଉଁଟି ସୃଜନଶୀଳତା ବିକାଶର ସହାୟକ ?
=> ଖଣ୍ଡେ ଇଟାର ବିବିଧ ବ୍ୟବହାର ଲେଖିବା..
=> ଗୋଟିଏ ବାଲ୍ୟକୁ ଦଶଥର ଲେଖିବା
=> ଦଶଗୋଟି ମିଶାଣ କରିବା
=> ଗୋଟିଏ ବାକ୍ୟରେ ଥିବା ଅକ୍ଷର ଗୁଡିକ ଗଣିବା
147) କେଉଁଟି ଶିକ୍ଷକ-କୈନ୍ଦ୍ରିକ ଶିକ୍ଷାଦାନ-ଶିକ୍ଷଣ ବ୍ୟବସ୍ଥା ?
=> ଶିକ୍ଷକ ଶିକ୍ଷଣ ସହାୟକ ରୂପେ କାର୍ଯ୍ୟ କରନ୍ତି
=> ଶିକ୍ଷକ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରି ବୁଝାନ୍ତି..
=> ଶିକ୍ଷକ ଶିକ୍ଷଣ କାର୍ଯ୍ୟକୁ ତଦାରଖ କରନ୍ତି
=> ଶିକ୍ଷାର୍ଥୀଙ୍କ ଅଭିଜ୍ଞତା ଅର୍ଜନରେ ଶିକ୍ଷକ ସହାୟକ ହୁଅନ୍ତି
148) କେଉଁଟି ଦକ୍ଷତା-ଭିତ୍ତିକ ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟା ସମ୍ପର୍କୀତ ନୁହେଁ ?
=> ପାଠଟିକୁ କେତେ ଗୁଡିଏ ଛୋଟ ଛୋଟ ଏକକରେ ପ୍ରକାଶ କରାଯାଏ
=> ଦକ୍ଷତାଗୁଡିକୁ ସରଳରୁ ଜଟିଳ କ୍ରମାନ୍ୱୟରେ ସଜାଯାଇ ଥାଏ
=> ପ୍ରତ୍ୟେକ ଦକ୍ଷତା ପୂର୍ବ ଦକ୍ଷତା ଉପରେ ଆଧାରିତ
=> ସମସ୍ତ ଦକ୍ଷତା ଶିକ୍ଷାଦାନ ଓ ଶିକ୍ଷଣ କାର୍ଯ୍ୟ ଏକ ସଙ୍ଗେ କରାଯାଇଥାଏ..
149) କେଉଁ ପ୍ରଶ୍ନର ଉତ୍ତର ଅନୁମାନ କରି ଦେବାର ସମ୍ଭାବନା ସବୁଠାରୁ କମ୍ ?
=> ସମାପନ ପ୍ରଶ୍ନ
=> ହଁ/ନାଁ ପ୍ରଶ୍ନ
=> 4 ବିକଳ୍ପ ପ୍ରଶ୍ନ..
=> ଗୋଟିଏ ବାକ୍ୟରେ ଉତ୍ତର ଦେବା
150) ଗୋଟିଏ ପିରିୟଡ଼ ଶିକ୍ଷାଦାନ ଶେଷ ସୋପାନରେ କି ପ୍ରକାର ପ୍ରଶ୍ନ ପଚରାଯାଇଥାଏ ?
=> ବ୍ୟବସ୍ଥାନ
=> ନୈଦାନିକ
=> ସମାପ୍ତି ସୂଚକ..
=> ଗଠନ ମୂଳକ
151) କେଉଁଟି ପର୍ଯ୍ୟବେକ୍ଷଣର ଏକ ସାଧନ ନୁହେଁ ?
=> ଘଟଣାବଳୀ ବିବରଣୀ
=> କୃତୀ ପରୀକ୍ଷଣ..
=> ରେଟିଂ ସ୍କେଲ
=> ଚେକ୍ ଲିଷ୍ଟ
152) କେଉଁଟି ଗୋଟିଏ ମୁକ୍ତ ଉତ୍ତର ମୂଳକ ପ୍ରଶ୍ନ ନୁହେଁ ?
=> ବୃକ୍ଷ  ଦିନବେଳା କେତୋଟି ଗ୍ୟାସ ତ୍ୟାଗ କରେ..
=> ପତ୍ରର କାର୍ଯ୍ୟ ବର୍ଣ୍ଣନା କର
=> ଜଳର ଉପଯୋଗୀତା ଲେଖ
=> ଗୋଟିଏ ବାଡି଼କୁ କିପରି ବ୍ୟବହାର କରିବା ବୁଝାଅ
153) ଶିକ୍ଷଣ ଶିକ୍ଷାଦାନ ପ୍ରକ୍ରିୟାର କେଉଁ ଉପାଦାନ ଶିକ୍ଷା ମନୋବିଜ୍ଞାନ ଦ୍ୱାରା ପ୍ରଭାବିତ ?
=> ଶିକ୍ଷାଦାନ ପଦ୍ଧତି
=> ଶିକ୍ଷଣ ଅଭିଜ୍ଞତା
=> ମୂଲ୍ୟାୟନ
=> ଏ ସମସ୍ତ..
154) କେଉଁଟି ଶିଶୁର ବିକାଶକୁ ପ୍ରଭାବିତ କରିଥାଏ ?
=> ଶିଶୁ ପ୍ରତି ଶିକ୍ଷକଙ୍କ ଆଚରଣ
=> ଶିଶୁ ପ୍ରତି ପିତାମାତାଙ୍କ ଆଚରଣ
=> ଶିଶୁ ପ୍ରତି ସାଙ୍ଗସାଥିଙ୍କ ଆଚରଣ
=> ଏ ସମସ୍ତ..
155) ଶିକ୍ଷାଦାନ ଶିକ୍ଷଣ ସମୟରେ ଶିକ୍ଷାର୍ଥୀ ଭୁଲ୍ କଲେ ତାହା ସଂଶୋଧନ କରିବା ପାଇଁ ଶିକ୍ଷଣ କ'ଣ କରିବା ଉଚିତ ?
=> ଶିକ୍ଷାର୍ଥୀଙ୍କୁ ଦଣ୍ଡ ଦେବେ
=> ପରୋକ୍ଷଭାବରେ ସଂଶୋଧନ କରିବେ..
=> ଅନ୍ୟ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ସଂଶୋଧନ କରିବେ
=> ଶ୍ରେଣୀଗୃହରେ ସଙ୍ଗେ ସଙ୍ଗେ ସଂଶୋଧନ କରିବେ
156) ବୌଦ୍ଧିକ ବିକାଶର କେଉଁ ପର୍ଯ୍ୟାୟରେ ଶିକ୍ଷାର୍ଥୀର ସମସ୍ୟା ସମାଧାନ ମୂଳକ ଦକ୍ଷତାର ବିକାଶ ଘଟିଥାଏ ?
=> ସମ୍ବେଦିକାରକ
=> ପ୍ରାକ୍ ସଂକାର୍ଯ୍ୟଧର୍ମୀ
=> ସ୍ଥୁଳ ସଂକାର୍ଯ୍ୟଧର୍ମୀ
=> ବିମୂର୍ତ୍ତ ସଂକାର୍ଯ୍ୟଧର୍ମୀ..
157) ଜଣେ 10 ବର୍ଷ ଶିକ୍ଷାର୍ଥୀର ମାନସିକ ବୟସ 10 ବର୍ଷ | ସେ କେଉଁ ଶ୍ରେଣୀର ଶିକ୍ଷାର୍ଥୀ ?
=> ସ୍ୱଳ୍ପ ବୁଦ୍ଧି
=> ସାଧାରଣ ବୁଦ୍ଧି..
=> ଉଚ୍ଚ ବୁଦ୍ଧି
=> ଅତି ନିମ୍ନ ବୁଦ୍ଧି
158) କେଉଁ ଉକ୍ତିଟି 'ଶିକ୍ଷା' ପାଇଁ ପ୍ରଯୁଜ୍ୟ ନୁହେଁ ?
=> ଶିକ୍ଷା ଏକ ଲକ୍ଷ୍ୟ|ଭିମୁଖୀ ପ୍ରକ୍ରିୟା
=> ଶିକ୍ଷା ଏକ ଜୀବନବ୍ୟାପି ପ୍ରକ୍ରିୟା
=> ଶିକ୍ଷା ଏକ ଆଚରଣ ପରିବର୍ତ୍ତନ ପ୍ରକ୍ରିୟା
=> ଶିକ୍ଷା କେବଳ ଏକ ଔପଚାରିକ ପ୍ରକ୍ରିୟା..
159) ଅଭିପ୍ରେରଣା ନିମ୍ନୋକ୍ତ କେଉଁ ପ୍ରକ୍ରିୟା ଅଟେ ?
=> ମାନସିକ..
=> ଶାରୀରିକ
=> ଅବେଗିକ
=> ସାମାଜିକ
160) ସୃଜନଶୀଳ ଶିକ୍ଷାର୍ଥୀଙ୍କୁ ଚିହିଁବା ପାଇଁ ଶିକ୍ଷକ କେଉଁ ପ୍ରକାରର ପ୍ରଶ୍ନ ପଚାରିବା ଉଚିତ ?
=> ବିକ୍ଷିପ୍ତ ଚିନ୍ତନ..
=> ନିଦନାତ୍ମକ
=> କେଂଦ୍ରାଭିମୁଖୀ
=> କ୍ରିୟାକଳାପ ଭିତ୍ତିକ
161) ସମସ୍ୟାଯୁକ୍ତ ଶିକ୍ଷାର୍ଥୀମାନଙ୍କ ଠାରେ କେଉଁ ଗୁଣ ଦେଖାଯାଏ ?
=> ପାଠପ୍ରତି ଅନାଗ୍ରହ
=> ମାନସିକ ଅସ୍ଥିରତା
=> ସମୟୋଜନର ଅଭାବ
=> ଉପରୋକ୍ତ ସମସ୍ତ..
162) ଆମ ଦେଶରେ ସମନ୍ବିତ ଶିକ୍ଷା କାର୍ଯ୍ୟକ୍ରମ କେବେ ଆରମ୍ଭ ହୋଇଥିଲା ?
=> 1950 ରୁ 1960..
=> 1961 ରୁ 1970
=> 1971 ରୁ 1980
=> 1981 ରୁ 1990
163) ଅଭିପ୍ରେରିତ ଶିକ୍ଷାଦାନ ବ୍ୟବସ୍ଥାରେ ଶିକ୍ଷାର୍ଥୀ :
=> ପ୍ରଶ୍ନ ପଚାରିବାକୁ ଆଗ୍ରହ ହୋଇଥାଏ..
=> ପାଠ ଘୋଷି ମାନେ ରଖିଥାଏ
=> ପରୀକ୍ଷା ନିମନ୍ତେ ନିଜକୁ ପ୍ରସ୍ତୁତ କରିଥାଏ
=> ତା'ର ସ୍ମରଣ ଓ ଵିସ୍ମରଣ ସମାନ ହୋଇ ଥାଏ
164) ପ୍ରବେଶିକା ପରୀକ୍ଷା କେଉଁ ପ୍ରକାରର ମୂଲ୍ୟାୟନ ?
=> ସାମଗ୍ରିକ
=> ନୈଦାନିକ
=> ଗଠନାତ୍ମକ
=> ବ୍ୟବସ୍ଥାନ..
165) ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ଆମ ରାଜ୍ୟରେ କେବେ ଆରମ୍ଭ ହୋଇଥିଲା ?
=> 2005 - 2006
=> 2006 - 2007
=> 2007 - 2008..
=> 2008 - 2009

166) କେଉଁଟି ମୂଲ୍ୟାୟନର ସାଧନ ନୁହେଁ ?
=> ଚେକଲିଷ୍ଟ
=> ରେଟିଂ ସ୍କେଲ
=> ପ୍ରୋଗ୍ରେସ କାର୍ଡ..
=> ଗୃହକାର୍ଯ୍ୟ
167) କେଉଁଟି ପରୀକ୍ଷଣ ଶିକ୍ଷଣର ସୋପାନ ନୁହେଁ ?
=> ସମସ୍ୟାର ସମ୍ବେଦନ
=> ସମସ୍ୟାର ସ୍ପଷ୍ଟୀକରଣ
=> ସିଦ୍ଧାନ୍ତ ନିରୂପଣ
=> ଜ୍ଞାନ ସଂଗଠନ..
168) କେଉଁଟି ଅର୍ଥ ପ୍ରସ୍ତୁତି ଶିକ୍ଷଣର ସୋପାନ ନୁହେଁ ?
=> ନିଯୁକ୍ତି
=> ବର୍ଣ୍ଣନା
=> ବ୍ୟାଖ୍ୟାକରଣ
=> ପ୍ରଦର୍ଶନ..
169) କେଉଁଟି ଶିକ୍ଷାର୍ଥୀର ତା'ର ହସ୍ତାକ୍ଷର ଲିଖନ ସହ ସମ୍ପର୍କୀତ ?
=> ପରିପକ୍ଵନ..
=> ପରିବାର
=> ପରିବେଷ୍ଟନୀ
=> ସହପାଠୀ
170) କେଉଁଟି ଏକ ବାହ୍ୟ ଅଭିପ୍ରେରଣା ?
=> ଦଣ୍ଡ..
=> ଆତ୍ମ ସନ୍ତୋଷ
=> ଆଗ୍ରହ
=> ଆତ୍ମ ସମ୍ମାନ
171) କେଉଁଟି ଶିକ୍ଷଣର ପ୍ରକୃତି ନୁହେଁ ?
=> ଉଦ୍ଦେଶ୍ୟ
=> ବୟସ-ସୀମିତ..
=> ସକ୍ରିୟ
=> ସାର୍ବଜନୀନ
172) କେଉଁଟି ଠିକ ନୁହେଁ ?
=> ଶିଶୁ ପ୍ରତି ନିରପେକ୍ଷ ଭାବ ପୋଷଣ କରିବା
=> ଗୋଟିଏ ଶିଶୁକୁ ଅନ୍ୟ ଶିଶୁ ସମ୍ମୁଖରେ ପ୍ରଶଂସା କରିବା..
=> ଶିଶୁଙ୍କୁ ଅନ୍ୟମାନଙ୍କ ସମ୍ମୁଖରେ ତୁଳନା ନ କରିବା
=> ଶିଶୁକୁ ଅଧିକ ପ୍ରଶ୍ରୟ ନ ଦେବା
173) "ଅଭିଜ୍ଞତା ଓ ପ୍ରଶିକ୍ଷଣ ଦ୍ୱାରା ଆଚରଣଗତ ପରିବର୍ତ୍ତନ ହିଁ ଶିକ୍ଷଣ |" ଏହି ଉକ୍ତିଟି କିଏ ଦର୍ଶ|ଇଥିଲେ ?
=> ହିଲଗାର୍ଡ
=> ସ୍କିନର
=> କ୍ୟାଭଲିନ୍
=> ଗେଟସ..
174) ନିମ୍ନୋକ୍ତ କେଉଁଟି ଉଭୟ ପରିମାଣାତ୍ମକ ଓ ଗୁଣାତ୍ମକ ?
=> ଅଧ୍ୟୟନ
=> ପରୀକ୍ଷଣ
=> ମୂଲ୍ୟାୟନ..
=> ପର୍ଯ୍ୟବେକ୍ଷଣ
175) ବ୍ୟକ୍ତିର ଅଭିବୃଦ୍ଧି କେଉଁ ପ୍ରକ୍ରିୟା ଦ୍ୱାରା ସଂଗଠିତ ହୋଇଥାଏ ?
=> ସାମାଜିକ
=> ଜୈବିକ..
=> ଶୈକ୍ଷିକ
=> ଧାରାବାହିକ
176) କେଉଁଟି ପିଆଜେଙ୍କ ବୌଦ୍ଧିକ ବିକାଶର ଆତ୍ମସାତୀକରଣ ସହ ସମ୍ପୃକ୍ତ ?
=> ଆତ୍ମ ସଂଜ୍ଞାନ
=> ସମଞ୍ଜନ..
=> କଳ୍ପନା
=>ପ୍ରତ୍ୟକ୍ଷୀକରଣ
177) ପର୍ଯ୍ୟବେକ୍ଷଣ ଶିକ୍ଷଣର ପ୍ରବର୍ତ୍ତକ କିଏ ଥିଲେ ?
=> ଗେଟସ
=> ବାନ୍ଦୁରା..
=> ସ୍କିନର
=> କ୍ୟାଭଲିନ୍
178) କେଉଁ ଵିଧିଟି ବୃଦ୍ଧି ଓ ବିକାଶର ସମ୍ପର୍କୀତ ନୁହେଁ ?
=> ନିରନ୍ତର ଵିଧି
=> ସହଚର୍ଯ୍ୟ ଵିଧି..
=> ଏକିକରଣ
=> ପ୍ରଭେଦିକରଣ ଵିଧି
179) କେଉଁଟି ସ୍ୱତନ୍ତ୍ର ଶିକ୍ଷାର ବିଶେଷତ୍ୱ ନୁହେଁ ?
=> ନିର୍ଦ୍ଧିଷ୍ଟ ଭିନ୍ନକ୍ଷମ ପିଲାଙ୍କ ନିମିତ୍ତ ସ୍ୱତନ୍ତ୍ର ବିଦ୍ୟାଳୟ
=> ନିର୍ଦ୍ଧିଷ୍ଟ ଭିନ୍ନକ୍ଷମ ପିଲାଙ୍କ ଶିକ୍ଷାଦାନ ନିମିତ୍ତ ସ୍ୱତନ୍ତ୍ର ପ୍ରଶିକ୍ଷକ
=> ପ୍ରତ୍ୟେକ ଶ୍ରେଣୀରେ ଅତିକମ୍ ରେ 20 ଜଣ ଶିକ୍ଷାର୍ଥୀ ରହିବ ଉଚିତ
=> ଶିକ୍ଷାର୍ଥୀ ମାନଙ୍କ ପାଇଁ ଧନ୍ଦା ମୂଳକ ତାଲିମର ବ୍ୟବସ୍ଥା
180) କେଉଁଟି ଅଭିଜ୍ଞାନ ପ୍ରକାର ପ୍ରଶ୍ନ ନୁହେଁ ?
=> ସତ୍ୟାସତ୍ୟ
=> ବାକ୍ୟ ପୂର୍ତ୍ତି..
=> ପଦ ମେଳଣ
=> ବହୁ ବିକଳ୍ପ
181) କୌତୁହଳ କେଉଁ ପ୍ରକାର ବିକାଶର ଏକ ଉଦାହରଣ ?
=> ଶାରୀରିକ
=> ଆବେଗିକ
=> ବୌଦ୍ଧିକ..
=> ସାମାଜିକ
182) କେଉଁ କ୍ରିୟା ମନୁଷ୍ୟର ସାରା ଜୀବନ ସଂଗଠିତ ହୋଇଥାଏ ?
=> ଶାରୀରିକ ଅଭିବୃଦ୍ଧି
=> ଶିକ୍ଷଣ ପ୍ରକ୍ରିୟା..
=> ବୌଦ୍ଧିକ ଅଭିବୃଦ୍ଧି
=> ସାମାଜିକ ଅଭିବୃଦ୍ଧି
183) କେଉଁ ଉପାଦାନ ଉପରେ ଶିଶୁର ମାନସିକ ସ୍ୱାସ୍ଥ୍ୟ ନିର୍ଭର କରେ ନାହିଁ ?
=> ଶିକ୍ଷକଙ୍କର ଜ୍ଞାନ..
=> ସହ-ଶିକ୍ଷାର୍ଥୀଙ୍କ ସହିତ ସମ୍ପର୍କ
=> ପରିବାରର ଆର୍ଥିକ ଅବସ୍ଥା
=> ପିତାମାତାଙ୍କ ମଧ୍ୟରେ କଳହ
184) କେଉଁ ଶିକ୍ଷଣ ତତ୍ତ୍ୱ ଅନୁସାରେ ଶିକ୍ଷାର୍ଥୀ ସ୍ୱଳ୍ପ ନିଷ୍ପଳ ପ୍ରଚେଷ୍ଟା ପରେ ହଠାତ ସିଦ୍ଧାନ୍ତରେ ଉପନୀତ ହୁଏ ?
=> ପ୍ରଯତ୍ନ-ପ୍ରମାଦ ତତ୍ତ୍ୱ
=> ଅନ୍ତର୍ଦୃଷ୍ଟି ମତବାଦ..
=> ସାପେକ୍ଷ ପ୍ରତିଵର୍ତ୍ତ ମତବାଦ
=> କ୍ଷେତ୍ରୀୟ ମତବାଦ
185) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କେଉଁ ଶ୍ରେଣୀର ମୂଲ୍ୟାୟନ ?
=> ବ୍ୟବସ୍ଥାନ
=> ଗଠନମୂଳକ
=> ନୈଦାନିକ
=> ସାମଗ୍ରିକ..
186) ଶ୍ରବଣ ଦୋଷଯୁକ୍ତ ଶିକ୍ଷାର୍ଥୀ ପାଇଁ ଶିକ୍ଷକ ଶ୍ରେଣୀ କକ୍ଷରେ କି ବ୍ୟବସ୍ଥା କରିବେ ?
=> କଳାପଟାରେ ଲେଖିବା ସମୟରେ ପଢିବେ
=> ଶିଶୁକୁ ଆଗବେଞ୍ଚରେ ବସାଇବେ..
=> ଅଧିକ ଦୃଶ୍ୟଶ୍ରାବ୍ୟ ଉପକରଣ ବ୍ୟବହାର କରିବେ
=> କଳାପଟାରେ ବଡ଼ ଅକ୍ଷରରେ
187) ଶିଶୁର ଧାରଣ ଶକ୍ତି ବଢାଇବା ପାଇଁ ଶିକ୍ଷକ କ'ଣ କରିବେ ?
=> ଉପଯୁକ୍ତ ଉଦ୍ଦୀପକ ବ୍ୟବହାର କରିବେ
=> ବାରମ୍ବାର ପରୀକ୍ଷଣ ବ୍ୟବସ୍ଥା କରିବେ
=> ନୈଦାନିକ ପରୀକ୍ଷଣ ବ୍ୟବସ୍ଥା କରିବେ
=> ବିଷୟବସ୍ତୁର ବାରମ୍ବାର ଶିକ୍ଷଣ ବ୍ୟବସ୍ଥା କରିବେ..
188) ବାହ୍ୟିକ ଅଭିପ୍ରେରକ ହିସାବରେ କେଉଁଟି ବାରମ୍ବାର ବ୍ୟବହାର କରିବା ଅନୁଚିତ ?
=> ପ୍ରଶଂସା
=> ପୁରସ୍କାର..
=> ଶାସ୍ତି
=> ପ୍ରତିଯୋଗିତା
189) ଶିକ୍ଷାର୍ଥୀ-କୈନ୍ଦ୍ରିକ ଶିକ୍ଷାଦାନ ପଦ୍ଧତି ପାଇଁ କେଉଁଟି ଠିକ୍ ?
=> ଶିକ୍ଷକ ପଥପ୍ରଦର୍ଶକ ରୂପେ କାର୍ଯ୍ୟ କରନ୍ତି..
=> ଶିକ୍ଷାର୍ଥୀ ମୁଖସ୍ଥ କରି ଶିକ୍ଷାଲାଭ କରନ୍ତି
=> ଶ୍ରେଣୀ ଗୃହରେ ଶିକ୍ଷକଙ୍କ ଉପସ୍ଥିତି ଅନାବଶ୍ୟକ
=> ଶିକ୍ଷାର୍ଥୀ ସକ୍ରିୟ ଥିବା ବେଳେ ଶିକ୍ଷକ ପୁରାପୁରି ନିସ୍କ୍ରିୟ ରହନ୍ତି
190) କେଉଁ ଉକ୍ତିଟି ଶିକ୍ଷକ-କୈନ୍ଦ୍ରିକ ଶିକ୍ଷଣ ପାଇଁ ପ୍ରଯୁଜ୍ୟ ?
=> ଶିକ୍ଷାର୍ଥୀ ପ୍ରଶ୍ନ ପଚାରିବା ପାଇଁ ସୁଯୋଗ ପାଏ
=> ଅନ୍ୟମନସ୍କ ହେବ ପାଇଁ ସୁଯୋଗ ନଥାଏ
=> ଅଳ୍ପବୁଦ୍ଧି ସମ୍ପନ୍ନ ପିଲା ପାଇଁ ଅଧିକ ଉପଯୋଗୀ
=> ଶିକ୍ଷକ ବହୁତ ସକ୍ରିୟ ହୁଅନ୍ତି..
191) "Hit the iron when it is hot" ଏହି ଉକ୍ତିଟି ଥର୍ଣ୍ଣଡାଇକ୍ ଙ୍କ କେଉଁ ଶିକ୍ଷଣ ନିୟମ ଉପରେ ପର୍ଯ୍ୟବେସିତ ?
=> ପ୍ରସ୍ତୁତି ନିୟମ..
=> ଅନୁଶୀଳନ ନିୟମ
=> ଫଳାଫଳ ନିୟମ
=> କୌଣସିଟି ନୁହେଁ
192) ପ୍ରଥମ ବୁଦ୍ଧି ପରୀକ୍ଷଣ କିଏ କରିଥିଲେ ?
=> ସିରୀଲ ବଟ
=> ଆଲଫ୍ରେଡ଼ ବିନେ..
=> ଏମ.ଏ.ମେରୀଲି
=> ଏଲ. ଏମ. ଟରମ୍ୟାନ
193) କେଉଁଟି ବୁଦ୍ଧିର ଏକ ସ୍ୱରୂପ ?
=> ବଂଶଗତ ଏବଂ ପରିବେଶ ଦ୍ୱାରା ପ୍ରଭାବିତ ହୋଇ ନଥାଏ
=> ପରିବେଷ୍ଟନୀର ଏକ ଦାନ
=> ଏକ ନିର୍ଦ୍ଧିଷ୍ଟ ବୟସ ପର୍ଯ୍ୟନ୍ତ ବୃଦ୍ଧି ପାଏ..
=> ଜୀବନସାରା ବୃଦ୍ଧି ପାଏ
194) ଶିକ୍ଷାଦାନ ସମୟରେ କେଉଁ ମୂଲ୍ୟାୟନ କରାଯାଏ ?
=> ବ୍ୟବସ୍ଥାନ
=> ଗଠନମୂଳକ..
=> ନୈଦାନିକ
=> ସମାପ୍ତିସୂଚକ
195) ଶିଶୁକୈନ୍ଦ୍ରିକ ଶିକ୍ଷାଦାନରେ କ'ଣ ହୁଏ ?
=> ଶିଶୁ ଆପେ ଆପେ ଶିକ୍ଷାଲାଭ କରେ
=> ଶିକ୍ଷକଙ୍କ ଅପେକ୍ଷା ଶିଶୁ ଅଧିକ ସକ୍ରିୟ ରହେ..
=> ଶିକ୍ଷକ ଶିଶୁକୁ ଅଧିକ ପଢା ଦିଅନ୍ତି
=> ଶିକ୍ଷଣରେ ଶିକ୍ଷକଙ୍କ ଉପସ୍ଥିତି ଅନାବଶ୍ୟକ
196) ବସ୍ତୁନିଷ୍ଠ ପ୍ରଶ୍ନ କ'ଣ ?
=> ଯେଉଁ ପ୍ରଶ୍ନ ଏକ ନିର୍ଦ୍ଧିଷ୍ଟ ଶିକ୍ଷଣ ଉଦ୍ଦେଶ୍ୟକୁ ମାପ କରେ
=> ଏକ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ଆଧାରିତ ପ୍ରଶ୍ନ
=> ଏକାଧିକ ଶିକ୍ଷଣ ଉଦ୍ଦେଶ୍ୟ ପରିମାପକ ପ୍ରଶ୍ନ
=> ଏକ ନିର୍ଦ୍ଧିଷ୍ଟ ଉତ୍ତରମୂଳକ ପ୍ରଶ୍ନ ..
197) ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ କିଏ ?
=> ପାଠ୍ୟପୁସ୍ତକ
=> ଶିକ୍ଷକ
=> ଶିଶୁ..
=> ପାଠ୍ୟକ୍ରମ
198) ଶିକ୍ଷାର୍ଥୀର ଅଭିବୃଦ୍ଧି ଓ ବିକାଶର କେଉଁ ଅବସ୍ଥାକୁ 'period of stress and strain' କୁହାଯାଏ ?
=> ଶୈଶବ ଅବସ୍ଥା
=> ଆଦ୍ୟ ବାଲ୍ୟାବସ୍ଥା
=> କୈଶୋରାଵସ୍ଥା..
=> କେଉଁଟି ନୁହଁ
199) ଶିକ୍ଷଣ ଅପାରଗ ଶିକ୍ଷାର୍ଥୀଙ୍କର ସାଧାରଣ ଲକ୍ଷଣ କଣ ?
=> ବୁଧ୍ୟାଙ୍କ 70ରୁ କମ୍ ଓ ଅତି ନିମ୍ନ ମାନର ଶିକ୍ଷଣ ଉପଲବ୍ଧି..
=> ବୁଧ୍ୟାଙ୍କ 70 ରୁ 85 ମଧ୍ୟରେ ଓ ଅତି ନିମ୍ନମାନର ଶିକ୍ଷଣ ଉପଲବ୍ଧି
=> ସାଧାରଣ ବୁଧ୍ୟାଙ୍କ ଏବଂ ବୁଧ୍ୟାଙ୍କ ତୁଳନାରେ ନିମ୍ନମାନର  ଶିକ୍ଷଣ ଉପଲବ୍ଧି
=> ଉଚ୍ଚ ବୁଧ୍ୟାଙ୍କ ଏବଂ ନିମ୍ନମାନର ଶିକ୍ଷଣ ଉପଲବ୍ଧି
200) ଗୋଟିଏ ପରୀକ୍ଷଣରେ ବିଶ୍ୱସନୀୟତା କିପରି ମାପ କରାଯାଏ ?
=> ଏକ ନିର୍ଦ୍ଧିଷ୍ଟ ଶିକ୍ଷାର୍ଥୀ ଦଳକୁ ଦୁଇଥର ପରୀକ୍ଷା କରି ପ୍ରାପ୍ତ|ଙ୍କ ମଧ୍ୟରେ ସହସମ୍ପର୍କ|ଙ୍କ ନିର୍ଣ୍ଣୟ କରାଯାଏ..
=> ଦଳେ ଛାତ୍ରକୁ ଦୁଇ ଭାଗରେ ବିଭକ୍ତ କରି ପରୀକ୍ଷା କରାଯାଏ ଏବଂ ପ୍ରାପ୍ତ|ଙ୍କଗୁଡିକ ମଧ୍ୟରେ ତୁଳନା କରାଯାଏ
=> ଦୁଇ ପୃଥକ୍ ଦଳ ଛାତ୍ରଙ୍କୁ ପରୀକ୍ଷା କରି ପରୀକ୍ଷା ସହ ସମ୍ପର୍କ|ଙ୍କ ନିର୍ଣ୍ଣୟ କରାଯାଏ
=> ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷଣକୁ ବିସ୍ଲେସଣ କରାଯାଏ

DOWNLOAD PDF : CLICK HERE

9 comments: