Breaking

STAY HOME SAVE LIVES...

STAY HOME SAVE LIVES...

Thursday, November 29, 2018

Science Pedagogy 35 Important Probable MCQs For OTET 2018

Science Pedagogy 35 Important Probable MCQs For OTET 2018

Otet Pedagogy
Science Pedagogy
This Science pedagogy questions are very important for OTET 2018.

Science Pedagogy (1-35)

1) ମିଲି ଲିଟର ଓ ଘନ ସେ.ମି. ମଧ୍ୟରେ ପାର୍ଥକ୍ୟ କ'ଣ ? ଏହି ପ୍ରଶ୍ନ କେଉଁ ଶୈକ୍ଷିକ ଉଦ୍ଦେଶ୍ୟ ଉପରେ ଆଧାରିତ ? 
=> କୌଶଳଭିତ୍ତିକ 
=> ପ୍ରୟୋଗଭିତ୍ତିକ
=>  ବୋଧଭିତ୍ତିକ.. 
=>  ଜ୍ଞାନଭିତ୍ତିକ 

2) କେଉଁ ବ୍ୟକ୍ତିଙ୍କୁ ବୈଜ୍ଞାନିକ ମନୋଭାବ ସମ୍ପନ୍ନ ବ୍ୟକ୍ତି ରୂପେ ବିବେଚନା କରାଯାଏ ? 
=> ଯିଏ ସମସ୍ତଙ୍କ କଥାକୁ ବିନାଦ୍ଵିଧାରେ ଗ୍ରହଣ କରିଥାନ୍ତି 
=>ଯିଏ ନିଜ ମତକୁ ସାବ୍ୟସ୍ତ କରିବା ପାଇଁ ଜିଦଖୋର ହୋଇଥାନ୍ତି 
=> ଯିଏ ଅନ୍ୟମାନଙ୍କର ଯୁକ୍ତିକୁ ଧୈର୍ଯ୍ୟର ସହ ଶୁଣିଥାନ୍ତି.. 
=> ଯିଏ ଅଯୋୖକ୍ତିକଭାବେ ଯୁକ୍ତି କରିଥାନ୍ତି 

3) କେଉଁ ପରୀକ୍ଷଣଟି ଶିକ୍ଷାର୍ଥୀଙ୍କର ବିଜ୍ଞାନ ସମ୍ପର୍କିତ ଶୈକ୍ଷିକ ଦକ୍ଷତା ଓ ପାରଙ୍ଗମତା ମୂଲ୍ୟାୟନ ନିମନ୍ତେ ଅତ୍ୟନ୍ତ ଉପଯୋଗୀ ? 
=> ଗଠନାତ୍ମକ 
=> କୃତି 
=> ନିଦାନାତ୍ମକ 
=> ଅଭିଯୋଗ୍ୟତା.. 

4) ବୈଜ୍ଞାନିକ ସତ୍ୟତା ଜାଣିବା ପାଇଁ କେଉଁଟି ସର୍ବୋତ୍କୃଷ୍ଟ ପଦ୍ଧତି ? 
=> ପରୀକ୍ଷଣ.. 
=> ପୁସ୍ତକ ପଠନ 
=> ଆନୁମାନିକ ତଥ୍ୟ 
=> ଶିକ୍ଷକଙ୍କ ଶିକ୍ଷାଦାନ 

5) ପ୍ରାଥମିକ ଶିକ୍ଷା କ୍ଷେତ୍ରରେ କେଉଁ ଶିକ୍ଷାଦାନ ପଦ୍ଧତି ଅବଲମ୍ବନ କଲେ ଶିକ୍ଷାବର୍ଷ ମଧ୍ୟରେ ବିଜ୍ଞାନର ସମସ୍ତ ବିଷୟବସ୍ତୁ ସମାପ୍ତ କରାଯାଇପାରିବ ? 
=> ପ୍ରଦର୍ଶନ ଓ ଆଲୋଚନା.. 
=> କ୍ଷେତ୍ରଭ୍ରମଣ 
=> ପରୀକ୍ଷଣ 
=> ପ୍ରକଳ୍ପ 

6) କେଉଁ ଉକ୍ତିଟି ଆବିଷ୍କାର ମୂଳକ ବିଜ୍ଞାନ ଶିକ୍ଷାଦାନ ପଦ୍ଧତି ସହ ସମ୍ପର୍କିତ ? 
=> ଶିକ୍ଷାର୍ଥୀଙ୍କର ସକ୍ରିୟ ଅଂଶଗ୍ରହଣ.. 
=> କମ୍ ସମୟରେ ଅଧିକ ପାଠ ଶିକ୍ଷାଲାଭ କରିହେବ 
=> ବହୁ ସଂଖ୍ୟକ ଶିକ୍ଷାର୍ଥୀ ଥିବା ଶ୍ରେଣୀ ପାଇଁ ଏହା ଉପଯୁକ୍ତ 
=> ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ସାରିହେବ

7) କେଉଁଟି ବିଜ୍ଞାନ ସମ୍ପର୍କିତ ପୁସ୍ତିକା ଗୁଡିକର ଉଦ୍ଦେଶ୍ୟ ନୁହେଁ ? 
=> ଅଧିକ ତଥ୍ୟ ଜାଣିବା 
=> ବିଜ୍ଞାନ ପ୍ରତି ଆଗ୍ରହ ବଢାଇବା 
=> ପାଠ୍ୟ ପୁସ୍ତକରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପାଇବା.. 
=> କେଉଁଟି ବି ନୁହଁ

8)କେଉଁଟି ବିଜ୍ଞାନଗତ ଭାବାତ୍ମକ ବିକାଶର ଲକ୍ଷଣ ସୂଚାଏ ନାହିଁ ? 
=> ବିଜ୍ଞାନମେଳାରେ ଭାଗନେବା 
=> ବୈଜ୍ଞାନିକ ମାନଙ୍କର ଜନ୍ମଦିନ ପାଳନ ଉତ୍ସବରେ ସକ୍ରିୟ ଅଂଶ ଗ୍ରହଣ କରିବା 
=> ବିଜ୍ଞାନ ବିଷୟରେ ସର୍ବୋଚ୍ଚ ନମ୍ବର ରଖିବା.. 
=> ଘରେ ଛୋଟ ଛୋଟ ବିଜ୍ଞାନ ସମ୍ପର୍କିତ ପରୀକ୍ଷା କରିବା

9) କେଉଁଟି ବିଜ୍ଞାନ ଶିକ୍ଷଣ କାର୍ଯ୍ୟର ଉପାଦାନ ନୁହେଁ ? 
=> ଆହ୍ୱାନମୂଳକ 
=> ଆନନ୍ଦଦାୟକ 
=> କ୍ଲିଷ୍ଟତା.. 
=> କେଉଁଟି ବି ନୁହଁ

10) କେଉଁ ବିଜ୍ଞାନ ଶିକ୍ଷାଦାନ- ଶିକ୍ଷଣ ପଦ୍ଧତିରେ ଶିକ୍ଷାର୍ଥୀଙ୍କର ଅଧିକ ସକ୍ରିୟ ଭୂମିକା ଥାଏ ? 
=> ବାଖ୍ୟାନ 
=> ଆଲୋଚନା 
=> ପ୍ରକଳ୍ପ..
=> ପ୍ରଦର୍ଶନ 

11) କେଉଁଟି ଶିକ୍ଷାର୍ଥୀର ମନସ୍ତାତ୍ତ୍ୱକ ଜ୍ଞାନ ଗଠନ ସହ ସମ୍ପର୍କିତ ନୁହେଁ ? 
=> ଆତ୍ମପ୍ରତ୍ୟୟ 
=> ଅର୍ଜିତ ଜ୍ଞାନ 
=> ସାମାଜିକ ସମ୍ପର୍କ.. 
=> କେଉଁଟି ବି ନୁହଁ 
12) କେଉଁ ଶିକ୍ଷଣ ପଦ୍ଧତି ସମୟ ସାପେକ୍ଷ ଓ ବ୍ୟୟସାପେକ୍ଷ ନୁହେଁ ? 
=> ପ୍ରଦର୍ଶନ.. 
=> ସମସ୍ୟା ସମାଧାନମୂଳକ 
=> ପ୍ରକଳ୍ପଭିତ୍ତିକ 
=> ଆବିଷ୍କାରମୂଳକ
13) କେଉଁ ପରୀକ୍ଷଣ ପଦ୍ଧତିରେ ଅନୁମାନ କରିବାର ସୁଯୋଗ ସର୍ବାଧିକ ? 
=> ଦ୍ବି-ବିକଳ୍ପ.. 
=> ସଂକ୍ଷିପ୍ତ ଉତ୍ତରମୂଳକ 
=> ନାମାଙ୍କିତ ଚିତ୍ର 
=> ଚାରିଵିକଳ୍ପ 
14) କେଉଁଟି ବିଜ୍ଞାନଭିତ୍ତିକ କ୍ଷେତ୍ର ପରିଭ୍ରମଣର ଉଦ୍ଦେଶ୍ୟ ନୁହେଁ ? 
=> ତଥ୍ୟ ସଂଗ୍ରହ 
=> ତଥ୍ୟାବଳୀ ବିସ୍ଲେସଣ 
=> ନୂତନ ସ୍ଥାନ ପରିଭ୍ରମଣ..
=> ତଥ୍ୟ ପର୍ଯ୍ୟବେକ୍ଷଣ 
15) ପ୍ରଶ୍ନପତ୍ରର Blue-Print ସାରଣିରୁ କେଉଁ ସୂଚନା ମିଳେ ନାହିଁ ? 
=> ପ୍ରଶ୍ନଗୁଡିକର ପ୍ରକାରଭେଦ 
=> ପ୍ରଶ୍ନଗୁଡିକର କଠିନ ତଥା ସହଜ ସ୍ତର.. 
=> ପ୍ରଶ୍ନଗୁଡିକର ଶୈକ୍ଷିକ ଉଦ୍ଦେଶ୍ୟ 
=> ପାଠ୍ୟ ବିଷୟବସ୍ତୁ

16) ସଂବ୍ୟାପକ ମୂଲ୍ୟାୟନ ହେଉଛି :
=> ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା 
=> ଵାଚନିକ ଏବଂ ଆଵାଚନିକ ପରୀକ୍ଷା 
=> ବୌଦ୍ଧିକ ଏବଂ ଅଣବୌଦ୍ଧିକ ଦିଗଗୁଡିକର ମୂଲ୍ୟାୟନ.. 
=> ଗଠନକ୍ଷମ ଏବଂ ସାମଗ୍ରିକ ମୂଲ୍ୟାୟନ 
17) କେଉଁଟି ଠିକ ନୁହେଁ ? 
ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ବିଜ୍ଞାନ ପ୍ରଶ୍ନ ଗୁଡିକ :
=> ବିଷୟବସ୍ତୁ ଆଧାରିତ ହୋଇଥାଏ 
=> ଶୈକ୍ଷିକ ଉଦ୍ଦେଶ୍ୟଭିତ୍ତିକ ହୋଇଥାଏ 
=> ପ୍ରଶ୍ନପତ୍ର ନକ୍ସା ଆଧାରରେ ପ୍ରସ୍ତୁତ ହୋଇଥାଏ 
=> ମୁଖ୍ୟତଃ ବ୍ୟକ୍ତିନିଷ୍ଠ ହୋଇଥାଏ.. 
18) ପ୍ରାଥମିକ ବିଦ୍ୟାଳୟ ସ୍ତରରେ ' ସାମାଜିକ ପାଠ ଓ ବିଜ୍ଞାନ ' ନାମ ପରିବର୍ତେ '' ପରିବେଶ ଅଧ୍ୟୟନ " ନାମକରଣ କରିବାକୁ କେଉଁ କମିଟି ସୁପାରିଶ କରଥିଲେ ? 
=> ଯଶପାଲ 
=> କୋଠରୀ
=> ଈଶ୍ୱରଭାଇ ପଟେଲ.. 
=> ରାମମୂର୍ତ୍ତି 
19) କେଉଁଟି ଚୟନମୂଳକ ପ୍ରଶ୍ନ ନୁହେଁ ? 
=> ବର୍ଗୀକରଣ 
=> ମେଳଣ 
=> ବହୁବିକଳ୍ପ 
=> ବାଲ୍ୟପୂର୍ତ୍ତି.. 
20) କେଉଁଟି ପ୍ରକଳ୍ପ ପଦ୍ଧତି ସମ୍ପର୍କିତ ? 
=> ଏହା ଆନନ୍ଦଦାୟକ ଓ ସମୟସାପେକ୍ଷ 
=> ଏହା ଆହ୍ୱାନମୂଳକ ଓ ବ୍ୟୟସାପେକ୍ଷ 
=> ଏହା ଆନନ୍ଦଦାୟକ ଓ ଶିକ୍ଷାର୍ଥୀକୈନ୍ଦ୍ରିକ 
=> ଉପରୋକ୍ତ ସମସ୍ତ.. 

21) କେଉଁଟି ବିଜ୍ଞାନ ପରୀକ୍ଷଣର ଏକ ସୋପାନ ନୁହେଁ ? 
=> ଅନୂକଳ୍ପନା ଗଠନ 
=> ତଥ୍ୟ ବିସ୍ଲେସଣ 
=> ସକ୍ରିୟ ଅଂଶଗ୍ରହଣ.. 
=> ସିଦ୍ଧାନ୍ତିକରଣ 
22) ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ଶିକ୍ଷାଦାନ କ୍ଷେତ୍ରରେ କେଉଁ ପଦ୍ଧତିରେ 'ଦେଖିବା' ଓ 'କାର୍ଯ୍ୟ' କରିବା ଉପରେ ଗୁରୁତ୍ୱ ଦିଆଯାଇଥାଏ ? 
=> ପ୍ରଦର୍ଶନ 
=> ପର୍ଯ୍ୟବେକ୍ଷଣ 
=> ପରିଭ୍ରମଣ
=> ପରୀକ୍ଷଣ.. 
23) କେଉଁଟି ବିଜ୍ଞାନ ସଂଗ୍ରହାଳୟର ସୂଚନା ଦିଏ ? 
=> ବିଜ୍ଞାନ ବାକ୍ସ 
=> ପରୀକ୍ଷଣ ଉପକରଣ 
=> ମୃତକୀଟ ଓ ପ୍ରାଣୀଙ୍କ ନମୁନା.. 
=> ଫୁଲ ଥିବା ମନ୍ଦାର ଡାଳ 
24) ମାଛ : ଗାଲିଶି : : କୁମ୍ଭୀର : _______, ଏହା କେଉଁ ପ୍ରକାରର ପ୍ରଶ୍ନ ? 
=>ବିବିଧ ଉତ୍ତରମୂଳକ 
=> ସମ୍ପର୍କ ନିର୍ଣୟାତ୍ମକ.. 
=> ସମାପନ 
=> ମେଳକ
25) ବିଜ୍ଞାନର ସତ୍ୟତା ଅନୁସନ୍ଧାନ କରିବା ପାଇଁ କେଉଁଟିକୁ ବ୍ୟବହାର କରାଯିବ ଆବଶ୍ୟକ ? 
=> ଅନୁମାନ 
=> ପରମ୍ପରା 
=> ବିସ୍ଲେସଣ.. 
=> ଜନଶ୍ରୁତି  

26) ବିଦ୍ୟାଳୟ ଗୁଡିକରେ ବିଜ୍ଞାନ ଶିକ୍ଷାଦାନ-ଶିକ୍ଷଣର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ କେଉଁଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ ? 
=> ଶିକ୍ଷକ-ଶିକ୍ଷାର୍ଥୀ ଅନୁପାତ 
=> ତାଲିମପ୍ରାପ୍ତ ସମ୍ବଳ ଶିକ୍ଷକ.. 
=> ଆବଶ୍ୟକ ଉପକରଣ 
=> ନିୟମିତ ଶିକ୍ଷାଦାନ
27) ମାଛ ______ ସାହାଯ୍ୟରେ ପାଣିରେ ତଳକୁ ଯାଇପାରେ ଓ ଉପରକୁ ଉଠିପାରେ ? 
ଏହା କେଉଁ ପ୍ରକାର ପ୍ରଶ୍ନ ନୁହେଁ ? 
=> ବସ୍ତୁନିଷ୍ଠ 
=> ସ୍ମୃତିଭିତ୍ତିକ 
=> ସମାପନମୂଳକ 
=> ଚୟାନାତ୍ମକ.. 
28) ପ୍ରକଳ୍ପ ପଦ୍ଧତିରେ କେଉଁ ସୋପାନ ଭବିଷ୍ୟତ ପ୍ରକଳ୍ପ ପ୍ରସ୍ତୁତି ପାଇଁ ପ୍ରେରଣା ଯୋଗାଇଥାଏ ? 
=> ମୂଲ୍ୟାୟନ 
=> କାର୍ଯ୍ୟକାରିତା 
=> ବିବରଣୀ ଲିପିବଦ୍ଧ.. 
=> ଯୋଜନା ପ୍ରସ୍ତୁତି 
29) ବିଜ୍ଞାନ ଶିକ୍ଷାଦାନ-ଶିକ୍ଷଣ କାର୍ଯ୍ୟକ୍ରମରେ ନିମ୍ନୋକ୍ତ କେଉଁଟି ଆବଶ୍ୟକ ହୋଇ ନଥାଏ ? 
=> ବ୍ୟବସ୍ଥାନ ମୂଲ୍ୟାୟନ..
=> ନିଦାନଭିତ୍ତିକ ମୂଲ୍ୟାୟନ 
=> ଗଠନକ୍ଷମ ମୂଲ୍ୟାୟନ 
=> ସାମଗ୍ରିକ ମୂଲ୍ୟାୟନ 
30) କେଉଁ ପଦ୍ଧତିରେ ବିଦ୍ୟାର୍ଥୀକୁ ନୂତନ ଜ୍ଞାନ ଆବିଷ୍କାର ଓ ଗଠନ କରିବା ପାଇଁ ଅଧିକ ସୁଯୋଗ ଉପଲବ୍ଧ ହୋଇଥାଏ ? 
=> ପ୍ରୋଜେକ୍ଟ୍ ପଦ୍ଧତି 
=> ସମସ୍ୟା ସମଧାନମୂଳକ ପଦ୍ଧତି.. 
=> ବିଜ୍ଞାନାଗାର ପଦ୍ଧତି 
=> ପ୍ରଦର୍ଶନ ପଦ୍ଧତି 
31) ପ୍ରକଳ୍ପ ପଦ୍ଧତି କେଉଁ ଶିକ୍ଷାବୀତ୍ ଙ୍କର ପ୍ରଗତିବାଦୀ ଚିନ୍ତାଧାରା ଉପରେ ପର୍ଯ୍ୟବେସିତ ? 
=> ଜନ୍ ଆଡାମ 
=> ଜନ୍ ଡିଉ.. 
=> ପ୍ଲାଟୋ 
=> ରୁସୋ 
32) କେଉଁଟି କ୍ଷେତ୍ର ପରିଭ୍ରମଣର ବୈଶିଷ୍ଟ୍ୟ ନୁହେଁ ? 
=> ଶିକ୍ଷଣରେ ସ୍ୱାଧୀନତା ପ୍ରଦାନ
=> ପ୍ରାଥମିକ ସ୍ତରରୁ ଜ୍ଞାନ ଆହରଣ 
=> ନିୟନ୍ତ୍ରିତ ପରିବେଶରୁ ଅନୁଭୁତି ହାସଲ.. 
=> ସ୍ୱ-ଶିକ୍ଷଣ ପାଇଁ ପରିବେଶ ସୃଷ୍ଟି 
33) ପ୍ରକଳ୍ପ ପଦ୍ଧତି କିଏ ପ୍ରବର୍ତ୍ତନ କରିଥିଲେ ? 
=> ୱାଟସନ୍
=> ଷ୍ଟିଭେନ୍ସନ୍
=> ମଣ୍ଟେସରି 
=> ଜନ ଡ୍ୟୁଇ.. 
34) ''କ୍ଷେତ୍ରଭ୍ରମଣ'' ପଦ୍ଧତି କିଏ ପ୍ରବର୍ତ୍ତନ କରିଥିଲେ ? 
=> ପାର୍କର 
=> ଷ୍ଟିଭେନ୍ସନ୍
=> କିଲପାଟ୍ରିକ୍
=> ରେଇନ୍..
35) ସ୍ଵ-ଶିକ୍ଷଣ ନିମନ୍ତେ କେଉଁଟି ଶିକ୍ଷାର୍ଥୀମାନଙ୍କ ପାଇଁ ବିଶେଷ ଆନନ୍ଦଦାୟକ ହୋଇନଥାଏ ? 
=> କ୍ଷେତ୍ରଭ୍ରମଣ 
=> ପରିଭ୍ରମଣ
=> ଚଳଚିତ୍ର ପ୍ରଦର୍ଶନ 
=> ଶ୍ରେଣୀ ଶିକ୍ଷାଦାନ..

Click Below To Download This Question Set in PDF


=====0=====

6 comments:

  1. HELLO SIR YOU DID VERY NICE JOB . TANK YOU. IT WILL BETTER IF YOU SHARE IN BOTH ODIA AND ENGLISH LANGUAGE .

    ReplyDelete
  2. Yes I am totally agree with this question should be given In English too.

    ReplyDelete
  3. I need to 2018 otet answer key
    Please give suggestions sir...
    Thanking you..

    ReplyDelete